ପ୍ରମୂଖ ଖବର
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ସୈନିକ ସ୍କୁଲ୍‌ ଡମ୍ପିଂୟାର୍ଡ ହଟାଇବା ଦାବିରେ ବିକ୍ଷୋଭ

Published By : Prameya | May 5, 2025 10:00 AM

ଚନ୍ଦ୍ରଶେଖରପୁର, ୦୫/୦୫ : ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବା ସହିତ ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୈନିକ ସ୍କୁଲ ମୁଖ୍ୟ ପ୍ରବେଶ ଦ୍ୱାର ଠାରେ ଶତାଧିକ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜନ ପ୍ରତିବାଦ ପ୍ରଦର୍ଶନ ହୋଇଛି । ପ୍ଲାକାର୍ଡ ଧରିବା ସହିତ ମାନବ ଶୃଙ୍ଖଳ ମାଧ୍ୟମରେ ସୈନିକ ସ୍କୁଲ ଫାଟକ ବନ୍ଦ କରି ଧାରଣାରେ ବସି ପ୍ରତିବାଦ କରାଯାଇଥିଲା । ଯଦି ସାତ ଦିନ ଭିତରେ ନିଷ୍ପତ୍ତି ନିଆ ନ ଯାଏ ତେବେ ନଗର ଉନ୍ନୟନ ମନ୍ତ୍ରୀ, ସଚିବ, ଭୁବନେଶ୍ୱର ମେୟର ଓ କମିଶନରଙ୍କ ସରକାରୀ ବାସଭବନ ଆଗରେ ପ୍ରତୀକାତ୍ମକ ଭାବେ ଅଳିଆ ଫିଙ୍ଗାଯିବ ବୋଲି ଅଭିଯାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଯାଇ ସେମାନେ ଅନୁଭବ କରିପାରିବେ ବୋଲି ଧାରଣରତ ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.