ସୋରଡ଼ା, ୨୯/୧୨ : ୧୫ ଦିନ ହେଲା ସୋରଡ଼ା ପୋଷ୍ଟ ଅଫିସ୍ ଠପ୍। ସର୍ଭର୍ ଡାଉନ୍। ଲିଙ୍କ ନଥିବାରୁ ହୋଇପାରୁନି କାମ। ତାତିଲେ ଲୋକେ। ସୋମବାର ସକାଳେ ପୋଷ୍ଟ ଅଫିସକୁ ଆସିଥିବା କିଛି ଲୋକ ଧାରଣାରେ ବସିଛନ୍ତି। 

ଅଭିଯୋଗ ଅନୁଯାୟୀ, ସୋରଡ଼ା ଡାକ ଘର ଉପରେ ୨୦୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ନିର୍ଭର କରନ୍ତି। ୧୫ ଦିନ ହେବ ପୋଷ୍ଟ ଅଫିସରେ କୌଣସି କାର୍ଯ୍ୟ ହୋଇପାରୁନି। ଲିଙ୍କ ନଥିବା କୁହାଯାଉଛି। ପୋଷ୍ଟ ମାଷ୍ଟର ମେଲ୍ ଯୋଗେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ବୈଷୟିକ ତ୍ରୁଟିର ସମାଧାନ ହେଉନି। ଅର୍ଥ ଜମା, ଉଠାଣ, ଚିଠି ଦେଣ ନେଣ, ସ୍ଥାୟୀ ଜମା ଉଠାଣ ପରି ବହୁତ ସମସ୍ୟା ହେଉଛି। ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଶନିବାର ଥାନାରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଥାନାଧିକାରୀ ମଧ୍ୟ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମାଧାନ କରିବାକୁ କହିଥିଲେ। ୨୯ ତାରିଖରେ ସମସ୍ୟା ସମାଧାନ ନହେଲେ ଜନତା ଧାରଣାରେ ବସିବାକୁ ସୂଚନା ଦେଇଥିଲେ। ସମସ୍ୟାର ସମାଧାନ ନହେବାରୁ ପୂର୍ବ ନିଷ୍ପତ୍ତି ପୂର୍ବକ ଆଜି ପୋଷ୍ଟ ଅଫିସ୍ ସମ୍ମୁଖରେ ସାଧାରଣ ଲୋକ ଧାରଣା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ମାନସିକ ଭାରସାମ୍ୟ ହରାଇ କେଉଁଆଡ଼େ ଚାଲିଯାଇଥିଲେ, ୨୦ ବର୍ଷ ପରେ ଘରକୁ ଫେରିଲେ ଲତା