ନୂଆଦିଲ୍ଲୀ,୧୯/୧୨: ଜଳୁଛି ଭାରତର ପଡ଼ୋଶୀ ଦେଶ । ପୁଣି ଅଶାନ୍ତ ବାଂଲାଦେଶ । ସିଙ୍ଗାପୁରରେ ବାଂଲାଦେଶର ପ୍ରମୁଖ ଆନ୍ଦୋଳନକାରୀ ଶରିଫ୍ ଉସମାନ ହାଦୀର ମୃତ୍ୟୁ ପରେ ଜଳୁଛି ଢାକା । ୪ ସହରରେ ହିଂସା ଦେଖିବାକୁ ମିଳିଛି । ଭଙ୍ଗାରୁଜା ସହ ପୋଡ଼ାଜଳା କରିଛନ୍ତି ବିକ୍ଷୋଭକାରୀ । ପ୍ରମୁଖ ଖବରକାଗଜ ଅଫିସ୍ ସମେତ ଆବାମୀ ଲିଗ୍ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି  । ଭାରତ ବିରେଧୀ ନାରାବାଜି ମଧ୍ୟ ଦେଇଛନ୍ତି ପ୍ରଦର୍ଶନକାରୀ । ଉସମାନ ହାଦୀଙ୍କ ମୃତ୍ୟୁ ପରେ ଅନ୍ତରୀଣ ସରକାର ଶୋକ ଘୋଷଣା କରିବା ସହିତ ଶାନ୍ତି ସ୍ଥାପନା ପାଇଁ ଅପିଲ୍ କରିଛନ୍ତି ।

​​​​​​​କିଏ ଉସମାନ୍ ହାଦୀ ? ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କ୍ଷମତା ବିରୋଧରେ ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିଲେ ଉସମାନ୍ ହାଦୀ । ୨୦୨୪ ଜୁଲାଇ- ଅଗଷ୍ଟ ବିଦ୍ରୋହରେ ପ୍ରମୁଖ ଭୂମିକା ତୁଲାଇଥିଲା ଉସମାନ୍ ହାଦୀ । ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଆବାମୀ ଲିଗ୍ ସରକାରଙ୍କ ପତନ କରାଇଥିଲା ।ଏହା ସହିତ ଭାରତ ବିରୋଧୀ ନାରାବାଜି ଦେଇଥିବା ଉସମାନ୍‌ ହାଦୀଙ୍କର ମୃତ୍ୟୁ ପରେ ଅଶାନ୍ତ ହୋଇଛି ବାଂଲାଦେଶ ।  ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତିରୁ ଢାକାରେ ନିଆଁ ଜଳୁଛି । ବିରୋଧ ପ୍ରଦର୍ଶନ ସହିତ ହିଂସା ଦେଖିବାକୁ ମିଳିଛି । ଦେଶର ବଡ଼ ବାଂଲା ଖବରକାଗଜ 'ପ୍ରଥମ ଆଲୋ' ଏବଂ ଡେଲି ଷ୍ଟାର କାର୍ଯ୍ୟାଳୟରେ ଭାଙ୍ଗାରୁଜା ସହ ନିଆଁ ଲଗାଇ ଦିଆଯାଇଛି । ଏହାବ୍ୟତୀୟ ପ୍ରଦର୍ଶନକାରୀ ରାଜଶାହୀରେ ଅବାମୀ ଲିଗ୍ ଅଫିସରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ । ଦେଶରେ ଅଶାନ୍ତି ପରିସ୍ଥିତିକୁ ନେଇ ଅନ୍ତରୀଣ ସରକାର ପ୍ରମୁକ ମହମ୍ମଦ ୟୁନୁସ ଢାକାରେ ଜରୁରୀ ବୈଠକ ଡାକିଛନ୍ତି ।