ଭୁବନେଶ୍ବର, ୭।୩ : ଗ୍ୟାସ ଦର ବୃଦ୍ଧିକୁ ନେଇ ତେଜିଲା ଆନ୍ଦୋଳନ। ଗ୍ୟାସ ଦର ବୃଦ୍ଧିକୁ ନେଇ  ମହିଳା କଂଗ୍ରେସ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛି। ସେହିପରି ବିଜେଡି ରାଜ୍ୟ ସଭା ସାଂସଦ ସୁଲଦା ଦେଓ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି। ଗ୍ୟାସ ଦର ନ କମିଲେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ। ହାଣ୍ଡିଶାଳରେ ମହଙ୍ଗା ମାଡ ସ୍ଲୋଗାନ ଦେଇ ରାଜରାସ୍ତାକୁ ଓହ୍ଲାଇଛି ମହିଳା କଂଗ୍ରେସ।  ରାଜ ରାସ୍ତାରେ କାଠ ଚୂଲିରେ ରୋଷେଇ କରି ପ୍ରତିବାଦ କରିଛି । ମାଷ୍ଟର କ୍ୟାଣ୍ଟିନଠାରେ ମହିଳା କଂଗ୍ରେସ ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ମୁଣ୍ଡରେ ଧରି ପ୍ରତିବାଦ କରିଛି। ଏପରିକି ରାସ୍ତା ଉପରେ ମାଟି ହାଣ୍ଡିରେ ରୋଷେଇ  ମହିଳାମାନେ ରୋଷେଇ କରିଥିଲେ। ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦିପ ସିଂଙ୍କ ଇସ୍ତଫା ଦାବି କରିବା ସହ କୁଶପୁତ୍ତଳିକା ଦାହ କରିଛି। ଗ୍ୟାସ  ଦର ଯଦି କମା ନ ଯାଏ ତାହା ହେଲେ ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରିବ ବୋଲି ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି  କହିଛନ୍ତି।

ସେହିପରି ଗ୍ୟାସ ଦର ବୃଦ୍ଧିକୁ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ରାଜ୍ୟ ସଭା ସାଂସଦ ସୁଲତା ଦେଓ। ଏହି କଠିନ ସମୟରେ ସରକାର ସବସିଡ ଦେବା ଉଚିତ୍। ଗ୍ୟାସ ସବସିଡି କାହିଁକି ବନ୍ଦ କରି ଦେଇଛନ୍ତି ସରକାର। କ୍ରୁଡ ଅଏଲ ଦର କମିଥିବା ବେଳେ ଦର କାହିଁକି କମିଲା ନାହିଁ।  ଦର ବୃଦ୍ଧି ହେଲେ ସାଧାରଣ ଲୋକେ ଚଳିବେ କେମିତି।  ଦରଦାମ୍ ବୃଦ୍ଧି କୁ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ। ଗ୍ୟାସ ଦର ବୃଦ୍ଧି ହେଲେ ସବୁ ଦର୍ ବଢ଼ିବ। ଦର ନ କମିଲେ ଆନ୍ଦୋଳନ କରିବ ବିଜେଡି। ରାଜରାସ୍ତାକୁ ଓହ୍ଲାଇବ ବିଜେଡି ବୋଲି ସାମ୍ବାଦିକ ସମ୍ମିଳନୀରେ ସୁଲତା ଦେଓ ସୂଚନା ଦେଇଛନ୍ତି ।