ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ରକ୍ତପାତ ଓ ହିଂସାରେ ଗଲା ୧୦ ଜୀବନ, ଥମିଲା ପାକିସ୍ତାନରେ ଆନ୍ଦୋଳନ

Image Courtesy:- newsday

ଇସଲାମାବାଦ: ୪ ସେନା ଯବାନ ଓ ୬ ସାଧାରଣ ଲୋକ, ମୋଟ ୧୦ ଜଣଙ୍କ ମୃତ୍ୟୁ ପରେ ଥମିଲା ପାକିସ୍ତାନରେ ଆନ୍ଦୋଳନ। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ଆନ୍ଦୋଳନ ବନ୍ଦ କରିଛନ୍ତି। ଜେଲ୍‌ରୁ ଇମ୍ରାନଙ୍କ ମୁକ୍ତି ଦାବିରେ ତାଙ୍କ ସମର୍ଥକମାନେ ଇସଲାମାବାଦରେ ବିରୋଧ ପ୍ରଦର୍ଶନ କରୁଥିଲେ। ହେଲେ ବୁଧବାର ମଧ୍ୟରାତ୍ରୀରେ ପାକିସ୍ତାନ ସୁରକ୍ଷାକର୍ମୀ ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଶତାଧିକ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ଫଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା କର୍ମିମାନେ ପ୍ରଦର୍ଶନକାରୀଙ୍କୁ ଉଠାଇ ନେବା ପରେ ଇମ୍ରାନ ଖାନଙ୍କ ଦଳ ତେହରିକ-ଇ-ଇନସାଫ(ପିଟିଆଇ) ଆନ୍ଦୋଳନ ବନ୍ଦ କରିବାକୁ ସମର୍ଥକଙ୍କମାନଙ୍କୁ ଆହ୍ୱାନ ଦେଇଥିଲା। ଏହାପରେ ଆନ୍ଦୋଳନ ସ୍ଥଗିତ ରହିଛି। ହେଲେ ଏହା ପୂର୍ବରୁ ଆନ୍ଦୋଳନ ହିଂସା ରୂପ ନେବାରୁ ମୋଟ ୧୦ଙ୍କ ଜୀବନ ଯାଇଛି। ଏଥିରେ ଇମ୍ରାନଙ୍କ ୪ ସମର୍ଥକଙ୍କ ମୃତ୍ୟୁ ହୋଇଛି।  

ପିଟିଆଇର ପ୍ରଦର୍ଶନକାରୀମାନେ ଇସଲାମାବାଦର ଡି-ଛକଠାରେ ପହଞ୍ଚିବା ପରେ ଉଭୟ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପ୍ରଦର୍ଶନକାରୀମାନେ ଯବାନଙ୍କ ଉପରକୁ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ଏଥିରେ ୪ ଯବାନ ସହିଦ ହୋଇଥିବା ଇଣ୍ଟରିୟର ମନ୍ତ୍ରୀ ମୋହସୀନ ନାକଭି ସୂଚନା ଦେଇଛନ୍ତି। ସେପଟେ ପିଟିଆଇ କହିଛି, ସୁରକ୍ଷା କର୍ମୀ ପ୍ରଥମେ ଆମ ସମର୍ଥକଙ୍କୁ ଗୁଳି କରିଥିଲେ। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। 

ଇସଲାମାବାଦରେ ତେହରିକ-ଇ-ଇନସାଫର ପ୍ରଦର୍ଶନକାରିମାନେ ମଙ୍ଗଳବାର ରେଞ୍ଜର ଓ ପୋଲିସ ଅଫିସରମାନଙ୍କ ଉପରେ ଆକ୍ରମଣ କରିବା ପାକିସ୍ତାନ ସରକାର ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଆକ୍ରମଣକାରୀଙ୍କୁ ତୁରନ୍ତ ଚିହ୍ନଟ କରି ଉପଯୁକ୍ତ ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିର୍ଦ୍ଦେଶ ଦେବା ସହିତ ଆହତ ପୋଲିସ ଓ ରେଞ୍ଜରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ କହିଥିଲେ। 

ଏଥିସହିତ ଦେଶରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଦେଶରେ ଅଯଥା ବିଶୃଙ୍ଖଳା ସୃଷ୍ଟି ପାଇଁ ଆନ୍ଦୋଳନ କରାଯାଇଥିଲା। ରାଜନୈତିକ ଉଦ୍ଦେଶ୍ୟରେ ହୋଇଥିବା ରକ୍ତପାତକୁ ପାକିସ୍ତାନ କେବେ ଗ୍ରହଣ କରିବ ନାହିଁ। ଏମାନେ କେଉଁ ଉଗ୍ରବାଦୀ ଠାରୁ କମ ନୁହଁନ୍ତି ବୋଲି ଶେହବାଜ ସରିଫ କହିଛନ୍ତି। 

ସୂଚନା ଥାଉକି, ଖୈବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ଅଲ୍ଲୀ ଅମୀନ ଗନ୍ଦପୁରଙ୍କ ନେତୃତ୍ବରେ ଇମ୍ରାନଙ୍କ ସମର୍ଥକମାନେ ବୁଧବାର ଇସଲାମାବାଦରେ ପହଞ୍ଚିଥିଲେ। ଅଲ୍ଲୀ ଅମୀନଙ୍କ ନେତୃତ୍ୱରେ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ତାଙ୍କ ସମର୍ଥକମାନେ କର ବା ମର ପ୍ରଦର୍ଶନ ଜାରି ରଖିଥିଲେ।

  • Imran Khan
  • india-pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.