ଉତ୍ତରପ୍ରଦେଶ, ୯।୨: ଗାଜିଆବାଦରେ କୋରିଆନ ଗେମ୍‌ର ନିଶା ତିନି ଭଉଣୀଙ୍କୁ ମୃତ୍ୟୁର ଦ୍ୱାରକୁ ଠେଲି ଦେଲା । ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ତିନି ଭଉଣୀ । ଏ ଘଟଣାର ଗୋଟେ ପରେ ଗୋଟେ ରହସ୍ୟ ଧିରେ ଧିରେ ସାମନାକୁ ଆସୁଛି । ଘଟଣାର ସ୍ପଷ୍ଟ ତଥ୍ୟ ପ୍ରକାଶ ପାଇନଥିଲେ ମଧ୍ୟ ଗେମ୍ ହିଁ ତିନି ଭଉଣୀଙ୍କ ଜୀବନ ନେଇଥିବା ଚର୍ଚ୍ଚା ହେଉଛି । ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏ ଘଟଣାକୁ ସପ୍ତାହେ ନ ପୁରୁଣୁ ମିରଟରେ ପବଜି ଗେମ୍ ନିଶା ଜଣେ ଯୁବକଙ୍କ ଜୀବନ ନେଇଛି । ବିଳମ୍ୱିତ ରାତି ପର୍ଯ୍ୟନ୍ତ ମୋବାଇଲରେ ଗେମ୍ ଖେଳୁଥିବା ବେଳେ ଯୁବକଙ୍କ ମୁଣ୍ଡ ଶିରା ଫାଠିଯାଇଛି । ପୂରା ଘଟଣା କ’ଣ ଆସନ୍ତୁ ଜାଣିବା... 

ମିରଟର ଦେହଲିଗଟ୍ ଥାନା ଅଞ୍ଚଳରେ ଖେରନଗର ଗୁଲର ଗଳିରେ ବାସ କରୁଥିଲେ ଏହି ମୁସଲିମ୍ ପରିବାର । ପ୍ରପର୍ଟି ଡିଲର ଫାରୁକ ୨୨ ବର୍ଷୀୟ ପୁଅ ମହମ୍ମଦ କେଫ୍ । ଶୁକ୍ରବାର ରାତିରେ ସେ ହେଡଫୋନ୍ ଲଗାଇ ମୋବାଇଲରେ ପବଜି ଗେମ୍ ଖେଳୁଥିଲେ । ପରିବାର ଲୋକଙ୍କ କହିବାନୁସାରେ, କେଫ୍ ବିଳମ୍ୱିତ ରାତି ପର୍ଯ୍ୟନ୍ତ ହେଡ୍ ଫୋନ ଲଗାଇ ମୋବାଇଲ ଚଲାଉଥିଲେ । ବିଳମ୍ୱିତ ରାତି ଯାଏଁ ପାଖାପାଖି ୩ଟା ପର୍ଯ୍ୟନ୍ତ ଗେମ୍ ଖେଳୁ ଖେଳୁ କେଫ୍ ଖଟରୁ ତଳକୁ ପଡ଼ିଯାଇଥିଲେ । ଏହା ଦେଖି ପରିବାର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେତବେଳକୁ ତାଙ୍କ ବ୍ଲଡ୍ ପ୍ରେସର୍ ୩୦୦ ପାର୍ କରିସାରିଥିଲା ।

ଏହା ବି ପଢ଼ନ୍ତୁ... ଜିଦି କରୁଥିଲା ପ୍ରେମିକ, ବୟଫ୍ରେଣ୍ଡକୁ ଖୁସି କରିବାକୁ ପ୍ରେମିକା କରୁଥିଲେ ଏମିତି... ଝିଅର କାରନାମା ଦେଖି ମା'ର ଘୂରାଇଦେଲା ମୁଣ୍ଡ

ଡାକ୍ତର ଯାଞ୍ଚ କରିବା ପରେ ତାଙ୍କ ବ୍ଲଡ୍ ପ୍ରେସର ୩୦୦ ପାର୍ ହୋଇଯାଇଥିବା ଜଣାପଡ଼ିଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଦିଲ୍ଲୀ ସ୍ଥାନନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଦୁଇ ଦିନ ଦିଲ୍ଲୀ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଉଚ୍ଚ ରକ୍ତ ଚାପ ଯୋଗୁଣ ମୁଣ୍ଡଶିରା ଫାଟି ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । କିଛି ବର୍ଷ ପୂର୍ବେ ରକ୍ତ କେଫ୍ଙ୍କ ଚାପ ବଢ଼ିଯିବାରୁ ତାଙ୍କ ଚିକିତ୍ସା ବି ଚାଲୁଥିଲା । ଘରର ଗୋଟିଏ ପୁଅ ହୋଇଥିବାରୁ ଯୁବକଙ୍କ ମୃତ୍ୟୁ ହେବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପିଲାଙ୍କୁ ନେଇ ପରିବାର ଲୋକ ଏନେଇ ସଚେତନ ହେବା ଆବଶ୍ୟକ ବୋଲି ଏସ୍ ପି ଆୟୁଷ ବିକ୍ରମ କହିଛନ୍ତି । କେଫ୍ ଅବିବାହିତ ଥିବା ବେଳେ ପରିବାର ଲୋକ ତାଙ୍କ ପାଇଁ ପ୍ରସ୍ତାବ ଦେଖୁଥିଲେ । ବର୍ତ୍ତମାନ ପିଲା ମୋବାଇଲଠୁ ଯେତେ ଦୂରେଇ ରହିବେ ସେତେ ଭଲ । ପିଲା ହୁଅନ୍ତୁ କିମ୍ୱା ଯୁବକଯୁବତୀ ସ୍କ୍ରିନ୍ ଟାଇମ୍ ୱାଚ୍ କମ୍ ନ କଲେ ଏଭଳି ଘଟଣା ଯେ କୌଣସି ଲୋକର ଜୀବନ ନେଇପାରେ ।