କେନ୍ଦୁଝର ସଦର,୧୪/୫(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତ ସଲରାପେଣ୍ଠ ମୌଜା ଠାରେ ମେସର୍ସ  ସିଦ୍ଧିରିଦ୍ଧି କାରଖାନା ପାଇଁ ଜନଶୁଣାଣୀ ବୁଧବାର  ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ ସଫଳ  ହୋଇଛି। କାରଖାନାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳିଛି। 

ମେସର୍ସ  ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ଼ ବାର୍ଷିକ ୨୦ ଲକ୍ଷ (ଥୁରୁଫୁଟ)କ୍ଷମତା ବିଶିଷ୍ଟ ଲୁହା ପଥର ବେନିଫିକେସନ ପ୍ରକଳ୍ପ , ବାର୍ଷିକ ୧୨ ଲକ୍ଷ ପେଲେଟାଜାଇନେସନ  ପ୍ରକଳ୍ପ , ଘଣ୍ଟା ପ୍ରତି ୬ଗୁଣନ ୪୫୦ ନର୍ମାଲ ଘନମିଟର ପ୍ରଡ୍ୟୁସର ଗ୍ୟାସ୍ ପ୍ରକଳ୍ପ, ବାର୍ଷିକ ୩ ଲକ୍ଷ ୯୬ ହଜାର ଟନ୍ ସ୍ପଞ୍ଜ ଆଇରନ ଫେରୋଆଲୟ ଉତ୍ପାଦନ ପାଇଁ ୨ ଗୁଣନ ଏମଭିଏ ସବମର୍ଜଡ ଆର୍କ ଫରେନ୍ସ ଏବଂ ୪୦ ମେଗାଓ୍ବାଟ ବିଶିଷ୍ଟ ନିଜସ୍ବ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପ୍ରକଳ୍ପ ,୨୮ ମେଗା ୱାଟ ବିଶିଷ୍ଟ ଡବ୍ଲୁଏଚଆରବି ଏବଂ ୧୨ ମେଗାୱାଟ ଏ ଏଫବିସିର ସ୍ଥାପନ କରିବା ପାଇଁ ପରିବେଶ ମଞ୍ଜୁରୀ  ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା କେନ୍ଦୁଝର ପକ୍ଷରୁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। 

ଆୟୋଜିତ ସଭାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା କେନ୍ଦୁଝର ଏଡିଏମ୍ ରବିନ୍ଦ୍ର କୁମାର ପ୍ରଧାନ ସଭାପତିତ୍ବ କରିଥିବା ବେଳେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଇଂଜିନିୟର ପ୍ରଶାନ୍ତ କର ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରିଥିଲେ। ଏଥିରେ   କାରଖାନା ପ୍ରତିଷ୍ଠା ପାଇଁ  ମୌଖିକ ଭାବେ  ୪୯ଜଣ ଏଵଂ ଲିଖିତ ଭାବେ ୮୦ଜଣ  ନିଜର ମତ ସାବ୍ୟସ୍ତ କରିଛନ୍ତି ।କାରଖାନା ପ୍ରଭାବିତ ଗ୍ରାମର ଗୁଡିକର ଉନ୍ନତି,ସ୍ଥାନୀୟ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଉପରେ ଗୁରୁତ୍ୱାରୋପ ସହ  ପାନୀୟ ଜଳ ଯୋଗାଣ, ରାସ୍ତା , ସ୍ଵାସ୍ଥ୍ୟ, ଶିକ୍ଷାର କ୍ଷେତ୍ରରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ନିର୍ମାଣ , ପରିବେଶର ସୁରକ୍ଷା ଆଦି ଦାବି ସହ କମ୍ପାନୀକୁ ସ୍ଵାଗତ କରିଛନ୍ତି। 

ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ଼  ପ୍ରକଳ୍ପ  ନିର୍ଦ୍ଦେଶକ   ଇଂଜିନିୟର ଦେବବ୍ରତ ସ୍ବାଇଁ   ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ବିବରଣୀ ପାଠ କରିଥିଲେ।  ଏହି ପ୍ରକଳ୍ପ  ସଂପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପାରିପାଶ୍ବିକ ଉନ୍ନତି ପାଇଁ ଗୋଷ୍ଠୀ ଗତ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ସ୍ବାଇଁ ପ୍ରତିଶ୍ରୁତି ଦେଇଛନ୍ତି । କାରଖାନାରେ ସ୍ଥାନୀୟ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରାଯିବ।   ଟ୍ରକ ଲୁହାପଥର ପରିବହନ କାର୍ଯ୍ୟରେ ନିୟୋଜିତ ହେବ।  ଯାହା ଦ୍ଵାରା ସ୍ଥାନୀୟ ଲୋକେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ରୋଜଗାର ପାଇବେ। କାରଖାନା ଆଖପାଖ ଅଂଚଳରେ ଲୋକଙ୍କର ଜୀବିକା, ଶିକ୍ଷା, ଦକ୍ଷତା ବିକାଶ,ଶୁଦ୍ଧ ପାନୀୟ ଜଳ,ଗୋଷ୍ଠୀ ଭିତ୍ତିଭୂମି,ପରିବେଶ ସୁରକ୍ଷା,ଧନ୍ଦାମୂଳକ କୁଶଳତା ପ୍ରଶିକ୍ଷଣ,କ୍ରୀଡା,ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବ । ପରିବେଶକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ସବୁଜ ବଳୟ ସୃଷ୍ଟି କରାଯିବ କୁହାଯାଇଛି।