ପ୍ରମୂଖ ଖବର
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ପହଲଗାମ ଆତଙ୍କବାଦୀ ଆକ୍ରମଣ ସ୍ଥାନର ନାମକରଣ ପାଇଁ ଆବେଦନ ଖାରଜ କଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ

Published By : Bijay Swain | May 21, 2025 1:00 AM

Image courtesy: wion

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଗତ ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସ୍ଥାନକୁ ‘ଶହୀଦ ହିନ୍ଦୁ ଭ୍ୟାଲି ପର୍ଯ୍ୟଟକ ସ୍ଥାନ’ ଭାବେ ନାମକରଣ କରିବା ଓ ହମଲାରେ ମୃତ୍ୟୁ ଘଟିଥିବା ଲୋକଙ୍କୁ ‘ଶହୀଦ’ ମାନ୍ୟତା ଦେବା ପାଇଁ ଦାଖଲ ହୋଇଥିବା ଏକ ଜନହିତ ମାମଲା (ପିଆଇଏଲ)କୁ ଖାରଜ କରିଛନ୍ତି। ଏହି ଆବେଦନ ଜଣେ ଓକିଲଙ୍କ ଦ୍ୱାରା ଦାଖଲ ହୋଇଥିଲା।

ଆପଣଙ୍କୁ ଜଣାଇରଖୁ ଯେ, ଗତ ଏପ୍ରିଲ ମାସ ୨୨ ତାରିଖରେ ପହଲଗାମର ବୈସରଣ ଉପତ୍ୟକାରେ ଆତଙ୍କବାଦୀମାନେ ଗୁଳିଚାଳନା କରି ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଯେଉଁମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକ ରହିଥିଲେ। ଏହି ଆକ୍ରମଣରେ ଲସ୍କର-ଏ-ତୈବା (LeT) ଆତଙ୍କବାଦୀ ଗୋଷ୍ଠୀର ଏକ ଶାଖା, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ) ଦ୍ୱାରା ସଂଗଠିତ ଏବଂ ଯୋଜନାବଦ୍ଧ ଆକ୍ରମଣ ଥିଲା ବୋଲି ଘୋଷଣା କରିଥିଲା। କିନ୍ତୁ ପରେ ଭାରତ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ ଦେଖି ଟିଆରଏଫ ୟୁ-ଟର୍ଣ୍ଣ ନେଇଥିଲା। ପରେ ଏହି ଗୋଷ୍ଠୀ ଆକ୍ରମଣ ସହିତ କୌଣସି ସମ୍ପର୍କକୁ ଅସ୍ୱୀକାର କରିଥିଲା। ଏହି ଘଟଣାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧପରି ପରିସ୍ଥିତି ସୃଷ୍ଟି କରିଥିଲା।

ଏହି ହମଲାର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ମଇ ୭ ତାରିଖରେ ‘ଅପରେସନ ସିନ୍ଦୁର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ନଅଟି ଆତଙ୍କବାଦୀ ଶିବିର ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ କରିଥିଲେ। ଯେଉଁଥିରେ ପ୍ରାୟ ୧୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିଲେ। 

ତେବେ ଜାରି ହୋଇଥିବା ପିଆଇଏଲ ପାଇଁ କୌଣସି ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ପହଲଗାମ ହମଲା ସମ୍ପର୍କିତ ଅନ୍ୟ ଏକ ଜନହିତ ମାମଲାକୁ ଖାରଜ କରିବା ସହ ଆବେଦନକାରୀଙ୍କୁ ପ୍ରଚାର ପାଇଁ ମାମଲା ଦାୟର କରିବା ଅଭିଯୋଗରେ ତାଗିଦ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.