ନୂଆଦିଲ୍ଲୀ,୨୪/୧୦: ଡ୍ରଗ୍ସ କାରବାର ଅଭିଯୋଗରେ ପୂର୍ବତନ ବିଧାୟକଙ୍କୁ ଗିରଫ କଲା ପଞ୍ଜାବ ପୋଲିସ। ପଞ୍ଜାବ ପୋଲିସ କଂଗ୍ରେସର ପୂର୍ବତନ ବିଧାୟିକା ତଥା ବିଜେପି ନେତା ସତ୍କାର କୌର ସିଂହଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ପୁତୁରାଙ୍କୁ ମଧ୍ୟ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୧୦୦ ଗ୍ରାମ ହେରୋଇନ୍ ଜବତ ହୋଇଛି।

ସୂଚନା ମୁତାବକ, ପୂର୍ବତନ ବିଧାୟକ ସତ୍କାର କୌରଙ୍କୁ ଗିରଫ କରିବା ପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଘରୁ ୨୮ ଗ୍ରାମ ହେରୋଇନ୍‌ ସହ ଦେଢଲକ୍ଷ ନଗଦ ଟଙ୍କା ଗିରଫ କରାଯାଇଛି।  ୧୦୦ ଗ୍ରାମ ହେରୋଇନ୍‌ ଚୋରା କାରବାର କରୁଥିବା ବେଳେ ପୋଲିସ ପୂର୍ବତନ ବିଧାୟିକା ଓ ତାଙ୍କ ପୁତୁରାଙ୍କୁ ଗିରଫ କରାଯାଇଛି । ଏଥିସହ ଡ୍ରଗ୍ସ ଚୋରା କାରବାରରେ ବ୍ୟବହ୍ୟତ ହେଉଥିବା ୪ଟି ଦାମୀ ଗାଡି,ବିଏମ୍‌ଡବ୍ଲୁ,ଫର୍ଚୁନର,ଭରନା ଓ ସେବରୋଲେଟ୍‌କୁ ମଧ୍ୟ  ପୋଲିସ ଜବତ କରିଥିବା ନେଇ ଆଇଜିପି ସୁଖଚେନ୍‌ ସିଂହ ଗିଲ୍‌  ସୂଚନା ଦେଇଛନ୍ତି। ଅନ୍ୟପଟେ ସତ୍କାର କୌର ଓ ତାଙ୍କ ପୁତୁରାଙ୍କ ବିରୋଧରେ ମୋହାଲିର ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ ଥାନା ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।