ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଡ୍ରଗ୍ସ କାରବାର ଅଭିଯୋଗରେ କଂଗ୍ରେସର ପୂର୍ବତନ ବିଧାୟିକା ଗିରଫ

Published By : Anindita Ratha | October 24, 2024 12:44 PM

ନୂଆଦିଲ୍ଲୀ,୨୪/୧୦: ଡ୍ରଗ୍ସ କାରବାର ଅଭିଯୋଗରେ ପୂର୍ବତନ ବିଧାୟକଙ୍କୁ ଗିରଫ କଲା ପଞ୍ଜାବ ପୋଲିସ। ପଞ୍ଜାବ ପୋଲିସ କଂଗ୍ରେସର ପୂର୍ବତନ ବିଧାୟିକା ତଥା ବିଜେପି ନେତା ସତ୍କାର କୌର ସିଂହଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ପୁତୁରାଙ୍କୁ ମଧ୍ୟ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୧୦୦ ଗ୍ରାମ ହେରୋଇନ୍ ଜବତ ହୋଇଛି।

ସୂଚନା ମୁତାବକ, ପୂର୍ବତନ ବିଧାୟକ ସତ୍କାର କୌରଙ୍କୁ ଗିରଫ କରିବା ପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଘରୁ ୨୮ ଗ୍ରାମ ହେରୋଇନ୍‌ ସହ ଦେଢଲକ୍ଷ ନଗଦ ଟଙ୍କା ଗିରଫ କରାଯାଇଛି।  ୧୦୦ ଗ୍ରାମ ହେରୋଇନ୍‌ ଚୋରା କାରବାର କରୁଥିବା ବେଳେ ପୋଲିସ ପୂର୍ବତନ ବିଧାୟିକା ଓ ତାଙ୍କ ପୁତୁରାଙ୍କୁ ଗିରଫ କରାଯାଇଛି । ଏଥିସହ ଡ୍ରଗ୍ସ ଚୋରା କାରବାରରେ ବ୍ୟବହ୍ୟତ ହେଉଥିବା ୪ଟି ଦାମୀ ଗାଡି,ବିଏମ୍‌ଡବ୍ଲୁ,ଫର୍ଚୁନର,ଭରନା ଓ ସେବରୋଲେଟ୍‌କୁ ମଧ୍ୟ  ପୋଲିସ ଜବତ କରିଥିବା ନେଇ ଆଇଜିପି ସୁଖଚେନ୍‌ ସିଂହ ଗିଲ୍‌  ସୂଚନା ଦେଇଛନ୍ତି। ଅନ୍ୟପଟେ ସତ୍କାର କୌର ଓ ତାଙ୍କ ପୁତୁରାଙ୍କ ବିରୋଧରେ ମୋହାଲିର ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ ଥାନା ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.