ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

Energy drink: ଏନର୍ଜି ଡ୍ରିଙ୍କ ବ୍ୟାନ କଲେ ପଞ୍ଜାବ ସରକାର; ଏଣିକି ସ୍କୁଲ ପରିସର ମଧ୍ୟରେ ବ୍ୟବହାର ଉପରେ ଲାଗିଲା କଟକଣା

Published By : Bijay Swain | April 21, 2025 9:34 PM

Image courtesy: indiatoday

ନୂଆଦିଲ୍ଲୀ: ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବଲବିର ସିଂ ସୋମବାର ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକରେ ଏନର୍ଜି ଡ୍ରିଙ୍କ ଉପରେ ନିଷେଧାଦେଶ ଲାଗୁ କରିଛନ୍ତି। ପଞ୍ଜାବରେ ଚାଲୁଥିବା ନିଶା ବିରୋଧି ଅଭିଯାନର ଏହା ଅନ୍ୟ ଏକ ପଦକ୍ଷେପ ବୋଲି ଜଣା ପଡିଛି। ଏହି ନିଷେଧାଦେଶର ଲକ୍ଷ୍ୟ ପିଲାମାନଙ୍କୁ ଖରାପ ଅଭ୍ୟାସରୁ ଦୁରେଇ ରଖିବା। ଯଦି ଏହି ନିୟମକୁ କେହି ନମାନନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ମନସାଠାରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ସୂଚନା ପ୍ରଦାନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଆମ ଆମେ ଆମ ଦେଶର ଭବିଷ୍ୟତ ମାନଙ୍କୁ ଆମେ ଖରାପ ଅଭ୍ୟାସରେ ପକାଇପାରିବା ନାହିଁ। ଆମେ ସେମାନଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିନ୍ତ କରିବୁ। ସେମାନଙ୍କୁ ଶୁଦ୍ଧ କ୍ଷୀର, ପନିର, ମିଠା ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଯିବ। ଆମ ସରକାର ପଞ୍ଜାବକୁ ନିଶା କବଳରୁ ମୁକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ନିଶା ବେପାରିମାନେ ଧରିବା ପାଇଁ ପୋଲିସ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।” 

ଆପଣଙ୍କୁ ଜମାଇରଖୁ ଯେ ଭଗୱନ୍ତ ମନ୍ନଙ୍କ ନେତୃତ୍ତ୍ୱାଧିନ ସରକାର ରାଜ୍ୟରେ ନିଶା ବିରୋଧି ଅଭିଯାନକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷିରେ ଗତ ମାର୍ଚ୍ଚ ମାସରେ ୫ ଜଣ କ୍ୟାବିନଟ ମନ୍ତ୍ରୀଙ୍କୁ ନେଇ ଏକ କମିଟିର ଗଠନ କରାଯାଇଥିଲା। ଏହି କମିଟି ପଞ୍ଜାବରେ ହେଉଥିବା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କାର୍ଯ୍ୟ କରୁଛି। 

ପୋଲିସ ପୁରୁଣା ନିଶା କାରବାରିମାନଙ୍କୁ ଚିହ୍ନଟ କରିବା ସହ ସପ୍ଲାଏ ଚେନକୁ ଭାଙ୍ଗି ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟା କରୁଛି। ଏହା ସହ ଚୋରା ନିଶା କାରବାରରେ ସାମିଲ ଥିବା ଲୋକମାନଙ୍କ ସମ୍ପତ୍ତିକୁ ଜବତ କରିବା ସହ ତାକୁ ମଧ୍ୟ ଧ୍ୱଂସ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.