ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦିଲ୍ଲୀ ବିମାନବନ୍ଦରରୁ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କଲା ପଞ୍ଜାବ ପୋଲିସ, ନାନ୍ଦେଡ ହତ୍ୟା ମାମଲାରେ ଥିଲା ମୋଷ୍ଟ ଓ୍ବାଣ୍ଟେଡ୍...

Published By : Ladu Kishor | March 8, 2025 9:15 PM

Image courtesy: indiatoday

ନୂଆଦିଲ୍ଲୀ: ପଞ୍ଜାବ ପୋଲିସକୁ ଏକ ବଡ ସଫଳତା ମିଳିଛି। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବବର ଖାଲସା ଇଣ୍ଟରନ୍ୟାସନାଲ ଆତଙ୍କବାଦୀ ମଡ୍ୟୁଲର ଆଉ ଜଣେ କାର୍ଯ୍ୟକର୍ତ୍ତା ସଚିନଦୀପ ସିଂହ ଓରଫ ସଚିନଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଅମୃତସରର ଅଜନଲାର ବାସିନ୍ଦା ଏବଂ ନାନ୍ଦେଡ଼ ହତ୍ୟା ମାମଲାରେ ସେ ପୋଲିସ ପାଇଁ ଓ୍ବାଣ୍ଟେଡ ଥିଲା। 

ପଞ୍ଜାବ ପୋଲିସର କହିବା ଅନୁଯାୟୀ, ସଚିନଦୀପ ଗିରଫଦାରୀ ଏଡାଇବା ପାଇଁ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲା। ସେ ଦିଲ୍ଲୀ ଫେରୁଥିବା ସୂଚନା ପାଇବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ ବିରୋଧରେ ପଞ୍ଜାବ ପୋଲିସ ଏକ ଲୁକ୍ ଆଉଟ୍ ସର୍କୁଲାର (LOC) ଜାରି କରିଥିଲା।

ଦୁଇ ସପ୍ତାହ ପୂର୍ବରୁ ପଞ୍ଜାବ ପୋଲିସ ଏହି ମାମଲାରେ ବବର ଖାଲସା ଇଣ୍ଟରନ୍ୟାସନାଲର ଆଉ ଦୁଇ ଜଣ କାର୍ଯ୍ୟକର୍ତ୍ତା ଜଗଦୀଶ ସିଂହ ଓରଫ ଜଗା ଏବଂ ଶୁଭଦୀପ ସିଂହ ଓରଫ ଶୁଭଙ୍କୁ ଗିରଫ କରିବା ପରେ ଏହି ଗିରଫଦାରୀ ହୋଇଛି। ସେମାନଙ୍କ ଠାରୁ ଦୁଇଟି 32 ବୋର ପିସ୍ତଲ ଏବଂ ପାଞ୍ଚଟି କାର୍ଟ୍ରିଜ୍ ଜବତ କରାଯାଇଛି।

ପୋଲିସର କହିବା ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସଚିନଦୀପ ବବର ଖାଲସା ଇଣ୍ଟରନ୍ୟାସନାଲର ଆତଙ୍କବାଦୀ ମାନଙ୍କୁ ସୁରକ୍ଷିତ ଆଡ୍ଡା, ଲଜିଷ୍ଟିକ୍ ସମର୍ଥନ ଏବଂ ପାଣ୍ଠି ଯୋଗାଇ ଦେଉଥିଲା । ସେ ପାକିସ୍ତାନସ୍ଥିତ ଆତଙ୍କବାଦୀ ହରବିନ୍ଦର ସିଂହ ରିଣ୍ଡା ଏବଂ  ଆମେରିକାସ୍ଥିତ ବବର ଖାଲସା ଇଣ୍ଟରନ୍ୟାସନାଲ୍ କାର୍ଯ୍ୟକର୍ତ୍ତା ହରପ୍ରୀତ ସିଂହ ଓରଫ ହାପି ପାସିଆନଙ୍କ ନିର୍ଦ୍ଦେଶରେ କାମ କରୁଥିଲା। ବର୍ତ୍ତମାନ ଆତଙ୍କବାଦୀଙ୍କୁ ପଚରାଉଚରା ଚାଲିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.