ପୁରୀ,୨୦/୦୪:  ୭୦ ବର-କନ୍ୟା ଯୋଡ଼ିଙ୍କ ବିବାହ କରାଇବ ପ୍ରଶାସନ । ବିବାହ ଓ ଭୋଜି ନିମନ୍ତେ ଅସମର୍ଥ ପରିବାରଙ୍କ ନିବେଦନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଏହି ଉତ୍ସବ ଆୟୋଜନ କରୁଛି ପ୍ରଶାସନ । ଆସନ୍ତା ୨୧ ତାରିଖରେ ୭୦ ଯୋଡ଼ିଙ୍କ ବିବାହ ଗଣ୍ଠି ପଡ଼ିବ । ଉଭୟ ପକ୍ଷର ସମସ୍ତେ ଉପସ୍ଥିତ ରହିବେ । ବ୍ରାହ୍ମଣ ଉପସ୍ଥିତ ରହି ମନ୍ତ୍ର ପାଠ କରିବେ । ହାତ ଗଣ୍ଠି ପଡ଼ିବା ସହ ହୋମ କୁଣ୍ଡରେ ଆହୁତି ଦେଇ ଏହି ୭୦ ଯୋଡ଼ି ସାତ ଜନ୍ମ ନିମନ୍ତେ ବିବାହ ବନ୍ଧନରେ ରହିବାକୁ ଶପଥ ନେବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଜିଲ୍ଲାପାଳଙ୍କ ସମେତ ପ୍ରଶାସନ ଅନ୍ୟ ଅଧିକାରୀମାନେ  ଯୋଗଦେବେ । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଉତ୍ସବ ଆୟୋଜନ କରାଯାଉଛି ।

ଅଧିକ ପଢ଼ନ୍ତୁ :-  ମହିଳାଙ୍କୁ ଅପମାନ କରି ଉତ୍ସବ ପାଳୁଛି 'ଇଣ୍ଡି ମେଣ୍ଟ': ଗାଁ ଗାଁରେ ସେମାନଙ୍କୁ ବିରୋଧ କରାଯିବ...

ଡିଏସ୍‌ଡବ୍ଲୁଓ ତନୁପ୍ରଭା ବେଉରା କହିଛନ୍ତି, ଦିନ ପ୍ରାୟ ୧୦ଟାରେ ବଗଲା ଧର୍ମଶାଳାରେ ଏହି ବିବାହ ଓ ଭୋଜି ଆୟୋଜନ କରାଯିବ । ବିବାହ କରୁଥିବା ଯୋଡ଼ି ନିମନ୍ତେ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି । ବିବାହ ପରେ କନ୍ୟାଙ୍କୁ ସେମାନଙ୍କ ବର ଘରେ ଛାଡ଼ିବାକୁ ଏଜେନ୍ସି ନିଯୁକ୍ତ କରାଯାଇଛି । ଓଡ଼ିଶା ପତିତ ଉଦ୍ଧାର ସମିତି ଏହି ଦାୟିତ୍ୱ ତୁଲାଇବ । ପ୍ରଥମ ଥର କରି ପୁରୀରେ ଏହି ନୂଆ ପଦକ୍ଷେପ ନିଆଯାଉଛି । ସୋମବାର ଏନେଇ ଚୂଡ଼ାନ୍ତ ପ୍ରସ୍ତୁତିର ସମୀକ୍ଷା ବୈଠକ ହେବ । ବୈଠକ ପରେ ସମସ୍ତ କଥା ସ୍ପଷ୍ଟ କରାଯିବ ।