ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏୟାରକ୍ରାଫ୍ଟର ଗର୍ଜନରେ କମ୍ପିଲା ସହର, ଶ୍ରୀକ୍ଷେତ୍ରରେ ନୌସେନା ଶୌର୍ଯ୍ୟର ଝଲକ

Published By : Anindita Ratha | November 29, 2024 9:23 AM

ପୁରୀ,୨୯/୧୧:  ଶ୍ରୀକ୍ଷେତ୍ରରେ ନୌସେନା ଶୌର୍ଯ୍ୟର ଝଲକ । ଆକାଶରୁ ଖସିଲା ଗୋଳା ବାରୁଦ । ୧୫ରୁ ଊଦ୍ଧ୍ୱର୍ ଯୁଦ୍ଧ ଜାହାଜ ପୁରୀ ସହର ଉପକୂଳରେ ଧାଡ଼ି ହୋଇଥିଲେ । ଏୟାରକ୍ରାଫ୍ଟର ଗର୍ଜନରେ ପ୍ରକମ୍ପିତ ହେଉଥିଲା ସହର । ଉପକୂଳ ରଣକ୍ଷେତ୍ର ସଦୃଶ ପ୍ରତୀୟମାନ ହେଉଥିଲା । ନୌସେନା ଯବାନଙ୍କ ପରାକ୍ରମକୁ ଅପଲକ ନୟନରେ ଚାହିଁ ରହିଥିଲେ ହଜାର ହଜାର ଦର୍ଶକ । ଗୁରୁବାର ନୌସେନା ଦିବସ ପାଳନର ପ୍ରଥମ ଝଲକ ଦେଖିଛି ଶ୍ରୀକ୍ଷେତ୍ର । ଜଳ, ସ୍ଥଳ ଓ ଆକାଶ ସବୁଠି ନିଜର ପରାକ୍ରମକୁ ପ୍ରଦର୍ଶନ କରିଛନ୍ତି ବୀର ଯବାନ ।

ଆସନ୍ତା ଡିସେମ୍ବର ୪ ନୌସେନା ଦିବସ ପାଳନ ପାଇଁ ଗୁରୁବାରଠାରୁ ଆରମ୍ଭ ହୋଇଛି ପ୍ରଦର୍ଶନ । ଜାତୀୟ ସଙ୍ଗୀତ ଗାୟନରୁ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଗୋଟିଏ ପରେ ଗୋଟିଏ ରଣକୌଶଳ ପ୍ରଦର୍ଶନ କରାଯାଇଥିଲା । ନୌସେନା କେମିତି ଶତ୍ରୁଙ୍କୁ ନିପାତ କରେ ତାହା ଦେଖାଇଥିଲେ । ଲଢ଼ୁଆ ବିମାନ ଆକାଶରୁ ଗୋଳାବାରୁଦ ବର୍ଷା କରିଥିଲା । ଜାହାଜରୁ ବୀର ନୌସେନା ଯବାନ ଆସି ସ୍ଥଳ ଭାଗରେ ଶତ୍ରୁକୁ ନିପାତ କରିବାର ଦୃଶ୍ୟ, ଶତ୍ରୁ ନିପାତ ହେବା ପରେ ନୌସେନା କେମିତି ବିଜୟ ଉତ୍ସବ ପାଳନ କରେ ତାହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ହେଲିକପ୍ଟର ଉଡାଣ ସମୟରେ ରଙ୍ଗର ଫୁଆର ଉଡ଼ାଇ ଯବାନମାନେ ନିଜର ଶକ୍ତି ଓ ଶୌର୍ଯ୍ୟ ଦର୍ଶକଙ୍କୁ ଦେଖାଇଥିଲେ । ହେଲିକପ୍ଟରରେ ଜାତୀୟ ପତାକା ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଜାତୀୟତାବୋଧ ଜାଗ୍ରତ କରିଥିଲା । ପ୍ରଦର୍ଶିତ ହେଉଥିବା କଳା କୌଶଳ ଅନୁଯାୟୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆରେ ବିବରଣୀ ଦିଆଯାଇଥିଲା । 

ଯବାନମାନେ କ’ଣ କରୁଛନ୍ତି ସେନେଇ ବିବରଣୀ ଦର୍ଶକମାନଙ୍କୁ ଦିଆଯାଉଥିଲା । ଲଢ଼ୁଆ ବିମାନ ଆକାଶରେ ପକ୍ଷୀ ଭଳି ବୁଲିବୁଲି ଉଡ଼ିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଧାଡ଼ିଧାଡ଼ି ହୋଇ ହେଲିକପ୍ଟରରୁ ନିଆଁ ଗୋଳା ଖସୁଥିଲା । ଜାହାଜରେ ହେଲିକପ୍ଟର ଲ୍ୟାଣ୍ଡିଂ ବା ଅବତରଣ କରିବାର ଦୃଶ୍ୟ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା । ପୁରୀ ବୁଲିବାକୁ ଆସିଥିବା ହଜାର ହଜାର ଦର୍ଶକ ଏସବୁ ଉପଭୋଗ କରିଥିଲେ । ପର୍ଯ୍ୟଟକମାନେ ବେଳାମାର୍ଗରେ ଅଟକି ରହି ଏହି ସବୁ ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲେ । ଯାହାଫଳରେ ବେଳାମାର୍ଗରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ଶେଷରେ ଯବାନମାନେ ମଞ୍ଚ ଉପରେ ପରେଡ୍‌ କରିଥିଲେ । ଡ୍ରମ୍‌ ଓ ଅନ୍ୟ ବାଦ୍ୟର ତାଳେତାଳେ ଯବାନମାନେ ପରେଡ୍‌ ପ୍ରଦର୍ଶନ କରିଥିଲେ ।ନୌସେନାର ପାରମ୍ପରିକ ସେରେମୋନିଆଲ୍‌ ସନ୍‌ସେଟ୍‌ର ଦୃଶ୍ୟର ଝଲକ ମଧ୍ୟ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା । ଏହା ଥିଲା ନୌସେନା ପ୍ରଦର୍ଶନୀର ପ୍ରାଥମିକ ଝଲକ । ପାରାଚ୍ୟୁଟ୍‌ ଲ୍ୟାଣ୍ଡିଂ, ବିସ୍ଫୋରଣ ଭଳି ବିଭିନ୍ନ ଦୃଶ୍ୟ ଡିସେମ୍ବର ୪ ନୌସେନା ଦିବସରେ ଦେଖିବାକୁ ମିଳିବ । ଡିସେମ୍ବର ୩ରେ ମଧ୍ୟ ନୌସେନା ଦିବସ ଭଳି ଅବିକଳ ପରାକ୍ରମ ପ୍ରଦର୍ଶିତ ହେବ ବୋଲି ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ସୂଚନା ଦିଆଯାଇଛି ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.