ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ପ୍ରଥମ ଦିନରେ ‘ପୁଷ୍ପା-୨’ ଭାଙ୍ଗିବ ଭାରତୀୟ ଫିଲ୍ମର ଏହି ରେକର୍ଡ, ୨୫୦ କୋଟି ଆୟ କରିବାର ଅନୁମାନ

Published By : Prameya | December 2, 2024 5:57 PM

ମୁମ୍ୱାଇ : ଭାରତୀୟ ସିନେମାପ୍ରେମୀ ୫ ଡିସେମ୍ୱରକୁ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। କାହିଁକି ନା ଆସୁଛି ‘ପୁଷ୍ପା-୨ ’। ୨୦୨୧ରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା-୧ : ଦ ରାଇଜ୍‌’ରେ ଅଲ୍ଲୁ ଅର୍ଜୁନଙ୍କ ଅଭିନୟର ଯାଦୁ ଲୋକଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ପ୍ରଥମ ଫିଲ୍ମ ପରେ ଲୋକେ ଅଲ୍ଲୁ ଅର୍ଜୁନଙ୍କର ପୁଷ୍ପ ରାଜ ଅବତାରକୁ ‘ପୁଷ୍ପା-୨ : ଦ ରାଇଜ୍‌’ରେ ଦେଖିବା ପାଇଁ ପ୍ରସ୍ତୁତ ହୋଇ ବସିଛନ୍ତି। ଆଉ କିଛି ଦିନ ପରେ ଏହି ଫିଲ୍ମ ପରଦାକୁ ଆସିବ। 

ଶନିବାର ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇ ସାରିଛି ଏବଂ ଯେଉଁ ଭଳି ଭାବେ ଦ୍ରୁତ ଗତିରେ ଟିକେଟ୍‌ ବିକ୍ରି ହେଉଛି , ଏଥିରେ ଏହା ନଜର ଆସୁଛି କି ପୁଷ୍ପା-୨ର ଝଡ଼ ସାରାଦେଶର ଲୋକଙ୍କୁ ହଲ୍‌କୁ ଟାଣିବାରେ ଲାଗିଛି ଏବଂ ଏହି ବୁକିଂରେ ସ୍ପଷ୍ଟ ନଜର ଆସୁଛି କି , ୫ ଡିସେମ୍ୱରରେ ଭାରତୀୟ ସିନେମାର ଏକ ବଡ଼ ରେକର୍ଡ ଭାଙ୍ଗି ପାରେ।

ଲକଡାଉନ୍‌ର ପରବର୍ତ୍ତୀ ବର୍ଷ ଗୁଡିକ ଭାରତୀୟ ସିନେମା ପାଇଁ ବହୁତ ବଡ଼ ସାବ୍ୟସ୍ତ ହୋଇଛି। ବିଶ୍ୱସ୍ତରୀୟ ବକ୍ସ ଅଫିସରେ ଭାରତୀୟ ଫିଲ୍ମର ପାର୍ଟନରସିପ୍‌ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଭାରତକୁ ନିଜର କିଛି ବଡ଼ ଓପନିଂର ଫିଲ୍ମ ମିଳିଛି। ପୁଷ୍ପା-୨ର ଟ୍ରେଡ୍‌ରେ ଗତ ସବୁ ରେକର୍ଡ ଭାଙ୍ଗିବାର ଆଶା କରାଯାଉଛି। 

ପୁଷ୍ପା-୨ର ପ୍ରି-ରିଲିଜ୍‌ ଇଭେଣ୍ଟେସରେ ଫିଲ୍ମର ଟିମ୍‌ କନଫର୍ମ କରିଛି ଯେ, ୱାର୍ଲ୍ଡୱାଇଡ୍‌ ୧୨ ହଜାରରୁ ଅଧିକ ସ୍କ୍ରିନ୍ସରେ ରିଲିଜ୍‌ କରାଯିବ। ଭାରତୀୟ ଫିଲ୍ମ ଇତିହାସରେ ଏତେ ବଡ଼ ରିଲିଜ୍‌ ଏବେସୁଦ୍ଧା କୌଣସି ଫିଲ୍ମକୁ ମିଳି ନାହିଁ।

ପୁଷ୍ପା-୨ ପକ୍ଷରେ ଏକ ବଡ଼ ଫ୍ୟାକ୍ଟର-ଟିକେଟ୍‌ର ପ୍ରାଇସ୍‌ । ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ ପାଇଁ ବହୁତ ଫିଲ୍ମହଲ୍‌ରେ ଟିକେଟ୍‌ ଦାମ୍‌ ଖୁବ୍‌ ଅଧିକ ରହିଛି। ବିଶେଷକରି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଫିଲ୍ମରେ। ସାଉଥ୍‌ର ସବୁ ରାଜ୍ୟରେ ଟିକଟ ଗୁଡ଼ିକର ସର୍ବାଧିକ ଦାମ୍‌ରେ ସରକାରଙ୍କର ନିୟନ୍ତ୍ରଣ ହୋଇଥାଏ, ହେଲେ ପୁଷ୍ପା-୨ଭଳି, ବର୍ଷକରେ ଥରେ ଆସୁଥିବା ବଡ଼ ଫିଲ୍ମରୁ ହଲମାନେ ମଧ୍ୟ ଭଲ ଆୟ କରିବାକୁ ଚାହାନ୍ତି। ଏଥିପାଇଁ ଫିଲ୍ମ ହଲ୍ ମାଲିକମାନେ ସରକାରଙ୍କୁ ଟିକେଟ୍‌ ଦାମ୍‌ ବୃଦ୍ଧି କରାଇବାକୁ ଅନୁରୋଧ କରିଛନ୍ତି, ଯାହାକୁ ଅଧିକାଂଶ ସ୍ଥାନରେ ମାନି ନିଆ ଯାଇଛି। ଏହାର ସିଧା ଫାଇଦା ଏହା କି ପ୍ରତି ଟିକେଟରୁ ପୁଷ୍ପା-୨ର ଆୟ, ଗତ ଅନେକ ବ୍ଲକବଷ୍ଟର୍ସ ଠାରୁ ଅଧିକ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.