ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ମହାରାଷ୍ଟ୍ରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା : ଯାତ୍ରୀଙ୍କ ଉପରେ ମାଡ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ, ୮ ମୃତ !

Published By : Prameya | January 22, 2025 6:35 PM

ମହାରାଷ୍ଟ୍ର, ୨୨/୧ :  ମହାରାଷ୍ଟ୍ରର ଜଲଗାଓଁ ନିକଟରେ ବଡ଼ଧରଣର ଦୁର୍ଘଟଣା । ଟ୍ରେନରେ ନିଆଁ ଲାଗିବା ଶୁଣି ଡେଇଁ ପଡ଼ିଲେ ଯାତ୍ରୀ । ଫଳରେ ଯାତ୍ରୀଙ୍କ ଉପରେ ଅନ୍ୟପଟୁ ଆସୁଥିବା ଟ୍ରେନ୍ ଚଢିଗଲା । ଏହି ଦୁର୍ଘଟଣା ମହାରାଷ୍ଟ୍ରର ଜଲଗାଓଁର ପରାଣ୍ଡା ରେଲଓ୍ବେ ଷ୍ଟେଶନ ନିକଟରେ ଘଟିଛି । ଏଠାରେ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବାର ଖବର ସାମ୍ନାକୁ ଆସିଥିଲା । ପରେ ସେଠାରେ ଦୌଡ଼ାଦୌଡ଼ି ହେବାକୁ ଲାଗିଲେ ଯାତ୍ରୀ । ଟ୍ରେନରୁ ଯାତ୍ରୀମାନେ ଡେଇଁ ପଡ଼ିଥିଲେ । ଏହାପରେ ଅନ୍ୟ ଟ୍ରାକରେ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ ଯାତ୍ରୀଙ୍କୁ ମାଡ଼ି ଦେଇଛି ।

ଏହି ଘଟଣା ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ଜଲଗାଓଁ ଏବଂ ପରାଣ୍ଡା ଷ୍ଟେଶନ ମଧ୍ୟରେ ହୋଇଛି । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ପରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନରୁ ଡେଇଁ ପଡ଼ିଥିଲେ। ଏହାପରେ ଅନ୍ୟପଟୁ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ କେତେକ ଲୋକଙ୍କ ଉପରେ ମାଡ଼ି ଯାଇଛି । ଏହି ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ଅନେକ ଯାତ୍ରୀ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

କୁହାଯାଉଛି ଯେ, ପୁଷ୍ପକ ଏକ୍ସପ୍ରେସ୍ ପରାଣ୍ଡା ରେଳ ଷ୍ଟେସନ ନିକଟରେ ଆସୁଥିଲା। ଏହି ସମୟରେ ଟ୍ରେନ୍ ମୋଟରମ୍ୟାନ୍ ବ୍ରେକ୍ ଲଗାଇଥିଲେ ଏବଂ ଚକରୁ ସ୍ପାର୍କିଂ ବାହାରିବାକୁ ଲାଗିଲା। ଫଳରେ, ଯାତ୍ରୀମାନଙ୍କ ମଧ୍ୟରେ ଏକ ଗୁଜବ ବ୍ୟାପିଗଲା ଯେ ଟ୍ରେନରେ ନିଆଁ ଲାଗିଛି ଏବଂ ଭୟଭୀତ ଲୋକମାନେ କୋଚରୁ ଡେଇଁ ପଡ଼ିବା ଆରମ୍ଭ କରିଦେଇଥିଲେ।

ଜଣେ ରେଳ ଅଧିକାରୀଙ୍କ ଅନୁସାରେ, ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ଟ୍ରେନ୍ ଧକ୍କାରେ କିଛି ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଜଲଗାଓଁ ଜିଲ୍ଲାରେ, ଚେନ୍ ଟାଣିବା ପରେ ଟ୍ରାକରେ ଓହ୍ଲାଇଥିବା ଗୋଟିଏ ଟ୍ରେନର ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନ୍ ଚାପି ଦେଇଛି । ଜିଲ୍ଲା ପ୍ରଶାସନ ଏବଂ ରେଳବାଇ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.