ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଓଡିଶା ଜୀବିକା ମିଶନ ପକ୍ଷରୁ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ

Published By : Prameya | October 25, 2024 8:34 PM

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଗ୍ରାମ ସ୍ତରୀୟ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଜୀବିକା ମିଶନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା, ରାଲେଗାଡା, ବଡପଦର ଏଭଳି ଅନ୍ୟ ପଞ୍ଚାୟତ ମାନଙ୍କରେ , ଗ୍ରାମର ଏସଏଚଜି ମହିଳା ମାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ ଗୁଡିକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମର ଅଙ୍ଗନବାଡି ଦିଦିଙ୍କ ସମେତ ଏସଏଚଜି ଗ୍ରୁପର ସଦସ୍ୟା ମାନେ ସହଯୋଗ କରି ଥିଲେ। ବିଶେଷ କରି ମହିଳା ଓ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଅବଶ୍ୟକତା ଏବଂ କେଉଁ ସବୁ ଖାଦ୍ୟ ପୋଷଣ ଯୁକ୍ତ ଅଟେ, ସେନେଇ ସମସ୍ତଙ୍କୁ ଅବଗତ କରାଇବା ସହ ବିଭିନ୍ନ ପ୍ରକାରର ପୁଷ୍ଟିକର ପରିବା ପ୍ରଦର୍ଶନୀ କରଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.