• ଟ୍ରମ୍ପଙ୍କ ଠାରୁ ପ୍ରତିଶୋଧ ନେବାକୁ ଖୋଲାଖୋଲି ଚେତାବନୀ ଦେଲେ ମୋଜତବା ଖାମେନି
  • ପ୍ରତିଜବାବରେ ଟ୍ରମ୍ପ କହିଲେ,'ପ୍ରସ୍ତୁତ ଅଛି ୧୦୦୦ ମିଶାଇଲ, ଧ୍ବଂସ ହୋଇଯିବ ଇରାନ୍‌
  • ବାସ୍ତବିକ ଯଦି ଟ୍ରମ୍ପଙ୍କୁ ହତ୍ୟା କରେ ଇରାନ, 'ଣ କରିପାରିବ ଆମେରିକା?
  • ଟ୍ରମ୍ପଙ୍କ ମୃତ୍ୟୁ ପୂର୍ବର ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ନେବ କି ଆମେରିକା?

ନୂଆଦିଲ୍ଲୀ,୧୨/୦୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ କହିଛନ୍ତି ଯେ ଯଦି ଇରାନ୍ ତାଙ୍କୁ ହତ୍ୟା କରେ କିମ୍ବା ଏପରି କରିବାକୁ ଚେଷ୍ଟା କରେ, ତେବେ ଆମେରିକା ଇରାନ ବିରୁଦ୍ଧରେ ଏକ ସାମରିକ ଆକ୍ରମଣ କରିବ ଯାହା ପୂର୍ବରୁ କେହି କେବେ ଦେଖି ନାହାନ୍ତି। ଟ୍ରମ୍ପ୍ ଦାବି କରିଛନ୍ତି ଯେ, ସେ ଏହି ସମ୍ପର୍କରେ ଆମେରିକୀୟ ସେନାକୁ ସ୍ଥାୟୀ ନିର୍ଦ୍ଦେଶ ଜାରି କରିସାରିଛନ୍ତି। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ, ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ଶବଦାହ ଶୋଭାଯାତ୍ରା ସମୟରେ, ଅନେକ ଲୋକ ଟ୍ରମ୍ପ୍ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ପାଇଁ ଏକସ୍ବର ହୋଇ ପୋଷ୍ଟର ଏବଂ ବ୍ୟାନର ପ୍ରଦର୍ଶନ କରିଥିଲେ।

ଶନିବାର ଦିନ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ ଯେ ଇରାନ ତାଙ୍କୁ ହତ୍ୟା କିମ୍ବା ହତ୍ୟା କରିବାକୁ ଧମକ ଦେଉଛି। ସେ କହିଥିଲେ ଯେ ୧,୦୦୦ କ୍ଷେପଣାସ୍ତ୍ର ପୂର୍ବରୁ ପ୍ରସ୍ତୁତ ରହିଛି ଏବଂ ଇରାନକୁ ଲକ୍ଷ୍ୟ କରି ରଖାଯାଇଛି। ଯଦି ଇରାନ ସରକାର ଏହାର ଧମକ ଉପରେ କାର୍ଯ୍ୟ କରେ, ତେବେ ତୁରନ୍ତ ହଜାର ହଜାର କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରେ।

ଅଧିକ ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧର ୧୩୪ ଦିନ ପରେ ସାମ୍ନାକୁ ଆସିବେ ମୋଜତାବା ଖାମେନି, ତାରିଖ କହିଲା ଇରାନୀ ଗଣମାଧ୍ୟମ…
ପ୍ରତିଶୋଧର କଥା କହିଥିଲେ ମୋଜତାବା ଖାମେନି:

ଟ୍ରମ୍ପଙ୍କ ବକ୍ତବ୍ୟର କିଛି ଘଣ୍ଟା ପରେ, ଇରାନର ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ଦ୍ୱାରା ଏକ ବିବୃତ୍ତି ଜାରି କରାଯାଇଥିଲା। ସରକାରୀ ଟେଲିଭିଜନରେ ଭାଷଣ ଦେଇ ସେ ଘୋଷଣା କରିଥିଲେ ଯେ ଇରାନୀ ଲୋକମାନେ ନିଶ୍ଚିତ ଭାବରେ ତାଙ୍କ ପିତା ଏବଂ ଉଭୟ ଯୁଦ୍ଧରେ ମୃତ ସମସ୍ତ ଲୋକଙ୍କ ରକ୍ତର ପ୍ରତିଶୋଧ ନେବେ। ସେ କହିଥିଲେ, "ଆମେ ଆମର ସହିଦଙ୍କ ରକ୍ତର ପ୍ରତିଶୋଧ ନେବାକୁ ପ୍ରତିଜ୍ଞାବଦ୍ଧ। ଏହା ସମଗ୍ର ଇରାନୀ ଜାତିର ଇଚ୍ଛା, ଏବଂ ଏହା ଯେକୌଣସି ମୂଲ୍ୟରେ ପୂରଣ ହେବ।"

ଯଦି ଟ୍ରମ୍ପଙ୍କୁ ହତ୍ୟା କରାଯାଏ ତେବେ କ'ଣ ହେବ?

ଯଦି ଟ୍ରମ୍ପଙ୍କୁ ହତ୍ୟା କରାଯାଏ, ତେବେ ଆମେରିକା କ’ଣ ସ୍ୱୟଂଚାଳିତ ଭାବରେ ଆକ୍ରମଣ କରିବ? ଉତ୍ତର ହେଉଛି ନା। ଆମେରିକାରେ ଏପରି କୌଣସି ଆଇନ କିମ୍ବା ପୂର୍ବ ନିୟମ ନାହିଁ ଯାହା ରାଷ୍ଟ୍ରପତିଙ୍କ ହତ୍ୟା ପରେ ତୁରନ୍ତ ଅନ୍ୟ ଦେଶ ଉପରେ ସ୍ୱୟଂଚାଳିତ ଭାବରେ ଆକ୍ରମଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେବ। ଜଣେ ଆମେରିକା ରାଷ୍ଟ୍ରପତିଙ୍କ ହତ୍ୟା ଘଟଣାରେ, ଉପରାଷ୍ଟ୍ରପତି ତୁରନ୍ତ ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ ଏବଂ ୧୯୪୭ର ରାଷ୍ଟ୍ରପତି ଉତ୍ତରାଧିକାରୀ ଆଇନ ଅନୁଯାୟୀ ରାଷ୍ଟ୍ରପତି ପଦ ଗ୍ରହଣ କରନ୍ତି। ଯଦି ଟ୍ରମ୍ପଙ୍କୁ ହତ୍ୟା କରାଯାଏ, ତେବେ ଉପରାଷ୍ଟ୍ରପତି ଜେଡି ଭାନ୍ସ ତୁରନ୍ତ ଆମେରିକାର ରାଷ୍ଟ୍ରପତି ଏବଂ ସଶସ୍ତ୍ର ବାହିନୀର ସେନାପତି ସାଜିବେ। ଏହା ସମ୍ପୂର୍ଣ୍ଣ ଭାବରେ ତାଙ୍କର ନିଷ୍ପତ୍ତି ହେବ ଯେ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁସାରେ ଇରାନ ଉପରେ ଆକ୍ରମଣ କରିବେ କି ନାହିଁ, ଭିନ୍ନ ପ୍ରତିକ୍ରିୟା ଦେବେ କି ନାହିଁ, କିମ୍ବା କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନାହିଁ।

ଆହୁରି ପଢ଼ନ୍ତୁ: Lindsey Graham Dies: ଟ୍ରମ୍ପଙ୍କ ନିକଟତମ ଲିଣ୍ଡସେ ଗ୍ରାହମଙ୍କ ବିୟୋଗ, ଭାରତ ଉପରେ ୫୦୦% ଟାରିଫ୍ ଲଗାଇବାକୁ ଦେଇଥିଲେ ଧମକ
​​​​​​ଆମେରିକାର କ’ଣ ପୂର୍ବରୁ କୌଣସି ଗୁପ୍ତ ଯୋଜନା କରିଛି କି?

ଆମେରିକାର 'କଣ୍ଟିନ୍ୟୁଟି ଅଫ୍‌ ଗଭର୍ମେଣ୍ଟ' ନାମକ ଏକ ସ୍ୱତନ୍ତ୍ର ଯୋଜନା ରହିଛି। ପରମାଣୁ ଆକ୍ରମଣ, ପ୍ରମୁଖ ଆତଙ୍କବାଦୀ ଆକ୍ରମଣ କିମ୍ବା ୱାଶିଂଟନରେ ବ୍ୟାପକ ଧ୍ୱଂସ ଭଳି ପରିସ୍ଥିତିରେ ମଧ୍ୟ ସରକାର ଚଳାଇବା ସେମାନଙ୍କର ଉଦ୍ଦେଶ୍ୟ। ତେବେ ଏହି ଯୋଜନାଗୁଡିକରେ ଏପରି କୌଣସି ନିୟମ ନାହିଁ ଯଦ୍ବାରା, ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ସେମାନେ ଆପେଳ ଆପେ ପ୍ରତିଶୋଧ ପରାୟଣ ହୋଇ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯାନୁଷ୍ଠାନ ଗ୍ରହଣ କରିବେ। ଏହାର ଅର୍ଥ ହେଉଛି ଯଦିଓ ଟ୍ରମ୍ପ ସେନାକୁ ପ୍ରସ୍ତୁତ ହେବାକୁ କହି ସାରିଛନ୍ତି, ତେବେ ଆକ୍ରମଣ ଆପେ ଆପେ ଘଟିବ ନାହିଁ।

ପରମାଣୁ ଆକ୍ରମଣର ନିର୍ଦ୍ଦେଶ ଦେଇପାରିବେ କି ଟ୍ରମ୍ପ?

ଆମେରିକା ସରକାରଙ୍କ ଗୁପ୍ତ ଜରୁରୀକାଳୀନ ଯୋଜନାର ବିବରଣୀ ଉପରେ ଲେଖାଯାଇଥିବା "ରେଭେନ୍ ରକ୍" ପୁସ୍ତକର ଲେଖକ ଗ୍ୟାରେଟ୍ ଏମ୍. ଗ୍ରାଫଙ୍କ କହିଛନ୍ତି ଯେ, ଟ୍ରମ୍ପଙ୍କର ମୃତ୍ୟୁ ସ୍ଥିତିରେ ମଧ୍ୟ ସେନା ପାଇଁ ପୂର୍ବରୁ କିଛି ନିର୍ଦ୍ଦେଶାବଳୀ ଛାଡ଼ି ପାରିବେ। ଉଦାହରଣ ସ୍ୱରୂପ, ଯଦି ତାଙ୍କୁ ହତ୍ୟା କରାଯାଏ ତେବେ ସେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଇରାନ ଉପରେ ପରମାଣୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରିବେ। ଗ୍ରାଫଙ୍କ ଅନୁସାରେ, ଏପରି ନିର୍ଦ୍ଦେଶ ଜାରି କରିବା ଆମେରିକାର ଆଇନ ଅନୁଯାୟୀ ଅନୁମତିପ୍ରାପ୍ତ; କିନ୍ତୁ, ସେହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ କି ନାହିଁ ତାହା ସମ୍ପୂର୍ଣ୍ଣ ଭାବରେ ଜେଡି ଭାନ୍ସଙ୍କ ଉପରେ ନିର୍ଭର କରିବ, ଯିଏକି ଟ୍ରମ୍ପଙ୍କ ଅନ୍ତେ ରାଷ୍ଟ୍ରପତି ପଦ ଗ୍ରହଣ କରିବେ। ଅନ୍ୟ ଶବ୍ଦରେ, ଟ୍ରମ୍ପଙ୍କ ନିର୍ଦ୍ଦେଶ ସ୍ୱୟଂଚାଳିତ ଭାବରେ କାର୍ଯ୍ୟକାରୀ ହେବ ନାହିଁ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନୂଆ ରାଷ୍ଟ୍ରପତିଙ୍କ ଉପରେ ରହିବ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: US-Iran war: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ; ପୁଣି ହୋର୍ମୁଜ ବନ୍ଦ କଲା IRGC, ଆମେରିକା ଆକ୍ରମଣରେ ଥରିଲା ଇରାନ୍‌ର ଅନେକ ସହର