ନୂଆଦିଲ୍ଲୀ,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ବନ୍ଧୁତା ବଢିବାରେ ଲାଗିଛି। ଏହାକୁ ନେଇ ସାରା ଦୁନିଆରେ ଖୁବ୍ ଚର୍ଚ୍ଚା। ନିକଟରେ ଟ୍ରମ୍ପଙ୍କ ଦୂତ ରୂପରେ ଋଷରେ ପହଁଞ୍ଚିଥିବା ଷ୍ଟିଭ ଭିଟକଫ୍ ଖୁଲାସା କରିଛନ୍ତି ଯେ, ଗତ ବର୍ଷ ଟ୍ରମ୍ପଙ୍କ ଉପରେ ହୋଇଥିବା ପ୍ରାଣଘାତୀ ଆକ୍ରମଣ ପରେ ଋାଷ୍ଟ୍ରପତି ପୁଟିନ୍‌ ଡୋନାଲ୍ଡେ ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ପାଇଁ ପ୍ରାର୍ଥନା କରିଥିଲେ। କେବଳ ସେତିକି ନୁହେଁ ଟ୍ରମ୍ପଙ୍କ ସହ ଦୋସ୍ତି ଆହୁରି ଗଭୀର କରିବା ପାଇଁ ଭିଟକଫ୍‌ଙ୍କ ହାତରେ ଏକ ଉପହାର ଦେଇଥିଲେ। ତାହା ଥିଲା ଋଷ କଳାକାରଙ୍କ କଳାକୃତ୍ତି।

ଫକ୍ସ ନ୍ୟୁଜର ସହ ଏକ ପୋଡକାଷ୍ଟରେ ଆଲେଚନା କରି ଭିଟକଫ୍‌ ୟୁକ୍ରେନ୍‌ରେ ଅସ୍ତ୍ରବିରତୀ ଚର୍ଚ୍ଚା ପାଇଁ କରାଯାଇଥିବା ନିଜର ଋଷ ଯାତ୍ରା ବିଷୟରେ ବିସ୍ତାର ଭାବରେ କହିଛନ୍ତି। ଭିଟକଫ୍‌ କହିଛନ୍ତି ଆଲୋଚନା ବେଳେ ସେ ମୋତେ  କହିଥିଲେ ଯେତେବେଳେ ଗତ ବର୍ଷ ଟ୍ରମ୍ପଙ୍କୁ ଗୁଳି ପୁଟିନ୍ ନିକଟରେ ଥିବା ଏକ ଚର୍ଚ୍ଚକୁ ଯାଇଥିଲେ। ସ୍ଥାନୀୟ ପାଦ୍ରୀଙ୍କୁ ମିଶି ଟ୍ରମ୍ପ ପ୍ରାର୍ଥନା କରିଥିଲେ।

ଭିଟକଫ୍ କହିଛନ୍ତି, ପୁଟିନଙ୍କ ତାଙ୍କ (ଟ୍ରମ୍ପ) ସହ ବନ୍ଧୁତା ଥିଲା ଓ ସେ ଜଣେ ବନ୍ଧୁ ଭାବରେ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ମୁଁ ଏହି କଥା ରାଷ୍ଟ୍ରପତିଙ୍କୁ ମଧ୍ୟ କହିଛି, ନିଶ୍ଚିତ ଭାବରେ ସେ ଏହି କଥା ଶୁଣି ଖୁବ୍ ଇମୋସନାଲ ହୋଇ ଯାଇଥିଲେ। ଟ୍ରମ୍ପ ଓ ପୁଟିନଙ୍କ ବନ୍ଧୁତା ବିଷୟରେ କଥା ହୋଇ ଭିଟକଫ୍ କହିଛନ୍ତି, ଉପହାର ପାଇବା ପରେ ପୁଟିନ୍‌ଙ୍କୁ ଟ୍ରମ୍ପ ଧନ୍ୟବାଦ ଜଣାଇଥିଲେ। ଉଲ୍ଲେଖନୀୟ ଯେ, ଟ୍ରମ୍ପ ଦୀର୍ଘ ସମୟ ଧରି ଋଷ ରାଷ୍ଟ୍ରପତିଙ୍କୁ ଖୁବ୍ ପ୍ରଶଂସା କରନ୍ତି। ଏହାଛଡା ସେ ପୁଟିନ୍‌ଙ୍କୁ ଏକ ପ୍ରଭାବଶାଳୀ ଓ ମଜବୁତ ନେତା କହିଛନ୍ତି। ଟ୍ରମ୍ପଙ୍କ ଏହି ବ୍ୟବହାର କାରଣରୁ ତାଙ୍କ ଆଲୋଚକମାନେ ତାଙ୍କ ଉପରେ ଋଷକୁ ନେଇ ନରମ ମନୋଭାବ ଦେଖାଇବାର ଅଭିଯୋଗ କରିଛନ୍ତି। ଚଳିତ ସପ୍ତାହ ଆରମ୍ଭରୁ ୟୁକ୍ରେନ୍ ପ୍ରସଙ୍ଗରେ ଦୁଇ ନେତା ଫୋନ୍‌ରେ ଆଲୋଚନା କରିଥିଲେ।