ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଜଗତସିଂହପୁର କଲେଜ ଛକରୁ ଟାଉନ୍‌ ଆଉଟ୍‌ ପୋଷ୍ଟ୍‌ ନିଶ୍ଚିହ୍ନ, ଥାନା ସହ ଫାଣ୍ଡିର ମିଶ୍ରଣକୁ ନେଇ ପ୍ରଶ୍ନ

Published By : Rasmita Pradhan | July 3, 2025 1:58 PM

ଜଗତସିଂହପୁର, ୦୩/୦୭ : ସହରର ଆକାର ଆୟତନ ସହ ଜନସଂଖ୍ୟାରେ ବୃଦ୍ଧି ଏବଂ ଆଇନ୍‌ଶୃଙ୍ଖଳାକୁ ଆଖି ଆଗରେ ରଖାଯାଇ ଜଗତସିଂହପୁର କଲେଜ ଛକରେ ବହୁ ବର୍ଷ ତଳୁ ଏକ ଟାଉନ୍‌ ଫାଣ୍ଡିକୁ କାର୍ଯ୍ୟକାରୀ କରାଯାଇଥିଲା । ବର୍ତ୍ତମାନ କିନ୍ତୁ ଉକ୍ତ ଟାଉନ୍‌ ଆଉଟ୍‌ ପୋଷ୍ଟ୍‌(ଟିଓପି) ନିଶ୍ଚିହ୍ନ । ଅର୍ଥାତ ଏହା ଏବେ ଅଚଳ ଥିବା ଖୋଦ୍‌ ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଟାଉନ୍‌ ଫାଣ୍ଡିର ଶୁଭାରମ୍ଭ ସମୟରେ ଯେଉଁ କେତେଜଣ କନ୍‌ଷ୍ଟେବଳ, ହାବିଲଦାର ଏଠାରେ କାର୍ଯ୍ୟରତ ଥିଲେ ସେମାନେ ଏବେ କେଉଁଟି ଡ୍ୟୁଟି କରୁଛନ୍ତି ତାହା ଅସ୍ପଷ୍ଟ । 

ଅପରପକ୍ଷେ କଲେଜ ଛକ ଟାଉନ୍‌ ଫାଣ୍ଡିକୁ ନେଇ ବଡ଼ ଦ୍ୱନ୍ଦ୍ୱ ଦେଖାଦେଇଛି । ଫାଣ୍ଡିଟି କାର୍ଯ୍ୟକାରୀ ନଥିବା ଆର୍‌ଟିଆଇରେ ସ୍ପଷ୍ଟ କରାଯାଉଥିବା ସ୍ଥଳେ ଏବେ ସେଠାରେ ଜଣେ ମାତ୍ର କନ୍‌ଷ୍ଟେବଳ ଡ୍ୟୁଟି କରୁଥିବା ଜିଲ୍ଲା ହାବିଲଦାର କନ୍‌ଷ୍ଟେବଳ ଆସୋସିଏସନ୍‌ ସମ୍ପାଦକ ପ୍ରେମାନନ୍ଦ ବାରିକ ପ୍ରକାଶ କରିଛନ୍ତି । ପୂର୍ବରୁ ଦୁଇ ଜଣ କର୍ମଚାରୀ ଥିଲେ । ଜଣଙ୍କୁ ସମଙ୍ଗ ଫାଣ୍ଡିକୁ ବଦଳି କରାଯିବା ପରେ ଏବେ ଜଣେ କନ୍‌ଷ୍ଟେବଳରେ ଟାଉନ୍‌ ଫାଣ୍ଡି ଚାଲିଥିବା ଶ୍ରୀ ବାରିକ କହିଛନ୍ତି । ଏପଟେ ଆହୁରି ଏକ ଆଶ୍ଚର୍ଯ୍ୟ, ଉକ୍ତ ଟାଉନ୍‌ ଫାଣ୍ଡି ନିମନ୍ତେ ବିଧିବିଭାଗ ଆଦେଶ ବା ଏଷ୍ଟାବ୍ଲିସ୍‌ମେଣ୍ଟ ଅର୍ଡର କିଛି ଉପଲବ୍ଧ ନାହିଁ ବୋଲି ପୁଲିସ ରିଜର୍ଭ ଇନ୍ସପେକ୍ଟର କାର୍ଯ୍ୟାଳୟ ଲେଖି ଦେଇଛନ୍ତି । 

ଉଲ୍ଲେଖନୀୟ ବିଷୟ, କଲେଜଛକ ଫାଣ୍ଡି ନିମନ୍ତେ ଧାର୍ଯ୍ୟ ପଦବି ସଂଖ୍ୟା ରହିଥିଲା ମୋଟ ୨୭ । ଏମାନଙ୍କ ଭିତରୁ ୨୫ କନ୍‌ଷ୍ଟେବଳ ଓ ୨ ଜଣ ହାବିଲଦାର ଉକ୍ତ ଫାଣ୍ଡିରେ ନିଯୁକ୍ତି ହେବା କଥା । ହେଲେ ଆରମ୍ଭରୁ କେତେ କର୍ମଚାରୀଙ୍କୁ ନେଇ ଫାଣ୍ଡି ଚାଲୁଥିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନି । କିନ୍ତୁ ୨/୪ ବର୍ଷ ତଳୁ କଲେଜଛକ ଫାଣ୍ଡିକୁ ଜଗତସିଂହପୁର ଥାନା ସହ ମିଶ୍ରଣ କରି ଦିଆଯାଇଥିବା କୁହାଯାଉଛି । ପ୍ରଥମରୁ କଲେଜଛକ ଫାଣ୍ଡି ଜଗତସିଂହପୁର ଥାନା ଅଧୀନରେ ରହିଥିଲା । ଯଦି ଫାଣ୍ଡିକୁ ଥାନା ସହ ମିଶ୍ରଣ କରାଗଲା ତା’ହେଲେ ଜଗତସିଂହପୁର ଥାନାରେ ବର୍ତ୍ତମାନ ସମୟରେ ଆବଶ୍ୟକତାଠାରୁ କମ୍‌ କନ୍‌ଷ୍ଟେବଳ ଓ ହାବିଲଦାର କାର୍ଯ୍ୟ କରୁଥିବା କୌତୂହଳର ବିଷୟ ହୋଇଛି । ଏଣେ କଲେଜଛକ ଫାଣ୍ଡିର ଉନ୍ନତିକରଣ ନିମନ୍ତେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି ଜିଲ୍ଲା ହାବିଲଦାର କନ୍‌ଷ୍ଟେବଳ ଆସୋସିଏସନ୍‌ । 

ଅନ୍ୟପଟେ ଦେଖିଲେ ଜିଲ୍ଲା ପୁଲିସ ମୁଖ୍ୟାଳୟ ନଜରରେ କଲେଜଛକ ଫାଣ୍ଡି ଅଚଳ ହୋଇଯାଇଛି । ଆଉ ଏକ ଆଚମ୍ବିତର ବିଷୟ, କଲେଜଛକ ଫାଣ୍ଡିରେ ୨୫ କନ୍‌ଷ୍ଟେବଳ ଓ ୨ ହାବିଲଦାର ନିଯୁକ୍ତି ନିମନ୍ତେ ଧାର୍ଯ୍ୟ ପଦବି ସୃଷ୍ଟି କରାଯାଇଥିଲା । ତେବେ ଅନୁମୋଦିତ ଧାର୍ଯ୍ୟ ପଦବୀର କୌଣସି ଆଦେଶ ସଂକ୍ରାନ୍ତୀୟ କାଗଜପତ୍ର ନଥିବା ପୁଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ଦପ୍ତର ତରଫରୁ ଆର୍‌ଟିଆଇ ଆବେଦନକାରୀ ଗୋବିନ୍ଦ ଓଝାଙ୍କୁ ଜଣାଇ ଦିଆଯାଇଛି । ଏପଟେ ଜଗତସିଂହପୁର ଥାନାରେ ଆବଶ୍ୟକ ସଂଖ୍ୟକ କନ୍‌ଷ୍ଟେବଳ ନାହାନ୍ତି । ଧାର୍ଯ୍ୟ ପଦବି ସଂଖ୍ୟା ୨୫ରୁ ଊଦ୍ଧ୍ୱର୍ ଥିବା ସତ୍ତେ୍ୱ ଏବେ କନ୍‌ଷ୍ଟେବଳ, ଓଏପିଏଫ୍‌ଙ୍କୁ ମିଶାଇ ୨୦ ଜଣ କାର୍ଯ୍ୟ କରୁଛନ୍ତି । ତା'ହେଲେ ଥାନା ସହ ମିଶ୍ରଣ ପରେ କଲେଜ ଛକ ଫାଣ୍ଡିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଗଲେ କୁଆଡ଼େ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସଂପ୍ରତ୍ତି ଜିଲ୍ଲାର ଅନ୍ୟ ସମସ୍ତ ଥାନା ତୁଳନାରେ ଜଗତସିଂହପୁର ଟାଉନ୍‌ ଥାନାରେ ସର୍ବାଧିକ ମାମଲା ପଞ୍ଜିକୃତ ହୋଇଆସୁଛି । ଅଥଚ ଏହି ବ୍ୟସ୍ତବହୁଳ ଥାନାକୁ ମିଳିଥିବା ନୂତନ ସ୍କର୍ପିଓ ଗାଡ଼ିକୁ ମାସକର ଅଧା ଦିନ ତେଲ ମିଳୁନାହିଁ । ଅନ୍ୟ ଏକ ବୋଲେରୋ ଗାଡ଼ିକୁ ଥାନାରୁ କାଢି ନିଆଯାଇଛି । ତା’ଛଡ଼ା ଜଗତସିଂହପୁର ଥାନା ଅଧୀନରେ ଏବେ ସମଙ୍ଗ, ହାଟବଜାର ଓ ତରିକୁନ୍ଦ ପୁଲିସ ବିଟ୍‌ ହାଉସ୍‌ ଚାଲୁଛି । ଏଠି ବି କର୍ମଚାରୀ ଅଭାବରୁ ପରିସ୍ଥିତି ଶୋଚନୀୟ । ସମୟ ଥିଲା କଲେଜ ଛକ ଅଞ୍ଚଳ ଅସାମାଜିକଙ୍କ ଆଡ୍ଡା ଥିଲା । ସେଥିନେଇ ସେଠାରେ ଆଜବେଷ୍ଟସ ଘରେ ଏକ ଫାଣ୍ଡି ଖୋଲା ଯାଇଥିଲା । 

ଅଦ୍ୟାବଧି ଉକ୍ତ ଆଜବେଷ୍ଟସ ଘର ସେଠାରେ ବିଦ୍ୟମାନ । ଅଧିକାଂଶ ସମୟରେ ପୁଲିସ ପିସିଆର ଗାଡ଼ି ସେଠାରେ ଅଟକି ରହିବାର ନଜରକୁ ଆସିଥାଏ । କିନ୍ତୁ ପୂର୍ବଭଳି ଆଉ ସେଠାରେ ଗହଳି ଚହଳି ନାହିଁ । ତଥାପି ଜଗତସିଂହପୁର ସହରର ଜନସଂଖ୍ୟା ଏବେ ୪୫ ହଜାରକୁ ଧକ୍କା ଦେଇଛି । ଯାନବାହନ ଚଳାଚଳ ବଢିଥିବା ବେଳେ ଦୁର୍ଘଟଣା ବି କିଛି କମ୍‌ ନାହିଁ । ଘନଘନ ଚୋରି ମଧ୍ୟ ଚିନ୍ତା ବଢାଇଛି । ଏଣେ କିନ୍ତୁ ଫାଣ୍ଡିର ଭିତ୍ତିଭୂମିକୁ ସୁଦୃଢ କରାଯିବା ବଦଳରେ ଅଚଳ କରି ଦିଆଯିବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଯାବତୀୟ ସମସ୍ୟା ସମ୍ମୁଖରେ ରହିଥିବା ବେଳେ ଆଜି ଜଗତସିଂହପୁରର ନୂତନ ଏସ୍‌ଡିପିଓ ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ୨୦୨୨ ବ୍ୟାଚ୍‌ ଆଇପିଏସ୍‌ ଅଫିସର ମାଣେ ଆଜିଙ୍କ୍ୟ ବାବୁରାଓ । କାର୍ଯ୍ୟଭାର ଗ୍ରହଣ ପରେ ତାଙ୍କୁ ବାଲିକୁଦା, ଜଗତସିଂହପୁର, ବିରିଡ଼ି, ନାଉଗାଁ ଥାନାଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଭେଟି ସ୍ୱାଗତ ଜଣାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.