ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଶୀତ ଦିନେ ଖାଆନ୍ତୁ ମୂଳା, ମିଳିବ ଏହି ସବୁ ଫାଇଦା

Published By : Anindita | December 13, 2024 3:30 PM

ଅନେକ ଲୋକ ମୂଳା ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକେ ସାଲାଡ ରୂପେ ଖାଇଥାନ୍ତି ତ ଆଉ କେହି ତରକାରୀ ଭାବେ ଖାଇବାକୁ ଭଲ ପାଆନ୍ତି । ଶୀତଦିନେ ବଜାରରେ ବହୁଳ ଭାବେ ଉପଲବ୍ଧ ଥାଏ  ମୂଳା। ଏଥିରେ ଭିଟାମିନ ଏ, ବି, ସି ସହିତ କ୍ୟାଲେସିୟମ, ଆଇରନ, ମ୍ୟାଗ୍ନିସିୟମ, ଜିଙ୍କ, ପୋଟାସିୟମ, ଫସଫରସ ଭଳି ମିନେରାଲ ରହିଛି । ତେବେ ଆପଣ ଜାଣନ୍ତି ମୂଳା ଆମ ଶରୀର ପାଇଁ କେତେ ଲାଭଦାୟକ । ଆସନ୍ତୁ ଜାଣିବା । 

କ୍ୟାନ୍ସର ବିରୋଧୀ ଗୁଣ: ମୂଳାରେ କ୍ୟାନ୍ସର ବିରୋଧୀ ଗୁଣ ରହିଛି । ଏହା ଭିଟାମିନ ସିର ଏକ ଭଲ ଉତ୍ସ । ଏହି ଆଣ୍ଟିଅକ୍ସିଡାଣ୍ଟ ସେଲ୍ୟୁଲାର କ୍ଷତିକୁ  ରୋକିପାରେ । ଫଳରେ କ୍ୟାନ୍ସର ସମେତ ଅନ୍ୟ କେତେକ ଗୁରୁତର ରୋଗ ଆଶଙ୍କା କମ୍ ହୋଇଥାଏ ।

ମଧୁମେହ ନିୟନ୍ତ୍ରଣ: ବ୍ଲଡସୁଗାର ନିୟନ୍ତ୍ରଣରେ ମୂଳା ବେଶ୍ ଉପଯୋଗୀ । ମୂଳାରେ ଭରପୂର ଫାଇବର ମିଳେ । ଏହା ଇନସୁଲିନ ସ୍ତରକୁ ସନ୍ତୁଳିତ କରି ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀ ନିୟମିତ ମୂଳା ଖାଇବାକୁ ପରାମର୍ଶ ଦିଆଯାଏ ।

ଓଜନ ହ୍ରାସ: ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତି ନିୟମିତ ମୂଳା ଖାଇବ ଭଲ । କାରଣ ଏଥିରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ହାଇ ଫାଇବରଯୁକ୍ତ ଖାଦ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରଖିଥାଏ ଓ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଯାହାକି ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।

ହାଡ ମଜଭୁତ କରେ: ମୂଳାରେ କ୍ୟାଲେସିୟମ ଓ ଅନ୍ୟ ମିନେରାଲ (ଖଣିଜ ସାର) ରହିଛି । ଏହା ଆପଣଙ୍କ ହାଡକୁ ସୁସ୍ଥ ଓ ମଜଭୁତ ରଖିବାରେ ସହାୟକ ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ମୂଳାରେ ଥିବା ଜରୁରୀ ପୋଷଣ ତତ୍ତ୍ବ ଇମ୍ୟୁନିଟି ସିଷ୍ଟିମ ମଜଭୁତ କରେ । ଫଳରେ ଶୀତ ଦିନେ ହେଉଥିବା ଥଣ୍ଡା, କାଶ ସମେତ ବିଭିନ୍ନ ସଂକ୍ରମଣରୁ ରକ୍ଷା ମିଳିପାରେ । ଏହା ଆମର ମସ୍ତିଷ୍କ ଓ ହୃଦୟ ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଲାଭଦାୟକ । ଧଳା ମୂଳାରେ ନାଇଟ୍ରେଟ ଥାଏ ଯାହାକି ମସ୍ତିଷ୍କର କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିପାରେ ।

ତ୍ବଚା ସୁସ୍ଥ ରଖେ: ମୂଳାରେ ଭିଟାମିନ ସି, ଫରଫରସ, ଜିଙ୍କ ରହିଛି । ଏହା ଆପଣଙ୍କ ତ୍ବଚା ସୁସ୍ଥ ରଖିବାରେ ଲାଭାଦୟକ । ଶୀତ ଦିନେ ମୂଳା ଖାଇଲେ ଦାଗ, ବ୍ରଣ ଭଳି ସମସ୍ୟା କମ୍ ହୋଇଥାଏ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.