ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

Rafale-M: ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ-ମେରାଇନ୍ ଜେଟ୍ ଡିଲ୍; ବୃଦ୍ଧି ପାଇବ ନୌସେନାର ଶକ୍ତି

Published By : Bijay Swain | April 28, 2025 5:28 PM

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ଆଜି ଏକ ଐତିହାସିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯେଉଁଥିରେ ଭାରତୀୟ ନୌସେନା ପାଇଁ ୨୬ଟି ରାଫେଲ-ମେରାଇନ୍ ଲଢ଼ୁଆ ଯୁଦ୍ଧ ବିମାନ କିଣାଯିବା ପାଇଁ ୬୩,୦୦୦ କୋଟି ଟଙ୍କାର ଚୁକ୍ତି ହୋଇଛି। ଯାହା ଭାରତର ସାମୁଦ୍ରିକ ସୁରକ୍ଷାକୁ ଅଧିକ ମଜବୁତ କରିବା ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିଛି।

ଖବର ମୁତାବକ, ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତିରେ ମୋଟ୍ ୨୬ଟି ରାଫେଲ-ମେରାଇନ୍ ଜେଟ୍ କିଣାଯିବାର ଯୋଜନା ରହିଛି। ଯାହା ମଧ୍ୟରେ ୨୨ଟି ଏକକ-ଆସନ ଏବଂ ୪ଟି ଦୁଇ-ଆସନ ବିଶିଷ୍ଟ ଟ୍ରେନର୍ ଭାରିଅଣ୍ଟ ସାମିଲ ରହିଛି। ତେବେ ଏହି ବିମାନଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧପୋତ ଜାହାଜ ଆଇ.ଏନ୍.ଏସ୍. ବିକ୍ରମାଦିତ୍ୟ ଏବଂ ଆଇ.ଏନ୍.ଏସ୍. ବିକ୍ରାନ୍ତରୁ ପରିଚାଳନା କରାଯିବ। ବିମାନ କିଣାଯିବା ସହ ବିମାନର ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ ସମର୍ଥନ, ନୌସେନା କର୍ମୀଙ୍କ ପାଇଁ ତାଲିମ ଆଦି ପାଇଁ ମଧ୍ୟ ଫ୍ରାନ୍ସ ସହ ଚୁକ୍ତି କରାଯାଇଛି। 

ଏହି ଜେଟ୍‌ଗୁଡ଼ିକ ମିଟିଅର୍ ଏୟାର-ଟୁ-ଏୟାର୍ ମିସାଇଲ୍, ଏକ୍ସୋସେଟ୍ ଆଣ୍ଟି-ସିପ୍ ମିସାଇଲ୍, ଏବଂ ସ୍କାଲ୍ପ କ୍ରୁଜ୍ ମିସାଇଲ୍ ସହିତ ସୁସଜ୍ଜିତ କରାଯିବ। ଏହା ସହିତ ବିଭିନ୍ନ ସ୍ୱଦେଶୀ ଜ୍ଞାନ କୈଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ରୁଦ୍ରମ ମିସାଇଲ୍ ମଧ୍ୟ ସଂଯୋଜନ କରାଯିବାର ଲକ୍ଷ୍ୟ ରହିଛି। ତେବେ ବିମାନ ହସ୍ତାନ୍ତର ପ୍ରକ୍ରିୟା ୨୦୨୯ ଶେଷ ସୁଦ୍ଧା ଆରମ୍ଭ ହୋଇ ଏବଂ ୨୦୩୧ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଏହି ଜେଟ୍‌ଗୁଡ଼ିକ ଭାରତୀୟ ନୌସେନାର ପୁରୁଣା ମିଗ୍-୨୯କେ ବିମାନକୁ ବଦଳାଇ ଏହା ସ୍ଥାନରେ କାର୍ଯ୍ୟ କରିବେ। ଆସନ୍ତା ୨୦୩୧ ସୁଦ୍ଧା ପର୍ଯ୍ୟାୟକ୍ରମେ ମିଗ୍-୨୯କେ ବିମାନକୁ ରିଟାୟର୍ଡ କରିବାକୁ ଭାରତୀୟ ନୈ-ସେନା ଯୋଜନା ରଖିଛି।

ଏହି ଚୁକ୍ତି ଭାରତୀୟ ନୌସେନାର ବିମାନ ଶକ୍ତିକୁ ଉନ୍ନତ କରିବା ସହ ଭାରତ ମହାସାଗର ଅଞ୍ଚଳରେ ଚୀନ୍ ଏବଂ ଅନ୍ୟାନ୍ୟ ପ୍ରତିଦ୍ୱନ୍ଦୀଙ୍କ ସାମରିକ ଗତିବିଧି ଉପରେ ନଜର ରଖିବାରେ ସହାୟକ ହେବ। ଏହା ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ଉଦ୍ୟମକୁ ପ୍ରୋତ୍ସାହନ ଦେବ। କାରଣ ଏହି ଚୁକ୍ତିରେ ବିମାନରେ ସ୍ୱଦେଶୀ ଉପାଦାନ ଓ ଭାରତୀୟ ମିସାଇଲ୍ ଆଦିର ବ୍ୟବହାର କରାଯିବାକୁ ନେଇ ଚୁକ୍ତି ସମ୍ପାଦନ ହୋଇଛି।

ଏହି ଚୁକ୍ତି ନୂଆଦିଲ୍ଲୀର ନୌସେନା ଭବନରେ ସ୍ୱାକ୍ଷରିତ ହୋଇଛି, ଯେଉଁଠାରେ ଫ୍ରାନ୍ସର ରାଷ୍ଟ୍ରଦୂତ ଏବଂ ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଉପସ୍ଥିତ ଥିଲେ। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାସ୍ଟିଆନ୍ ଲେକର୍ନୁ ଏହି ଚୁକ୍ତିରେ ସାମିଲ ହେବାର ଯୋଜନା ରହିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ସେ ତାଙ୍କ ଭାରତ ଗସ୍ତକୁ ଶେଷ ସମୟରେ ବାତିଲ କରିଥିଲେ।

ଏହା ପୂର୍ବରୁ ୨୦୧୬ରେ ଭାରତୀୟ ବାୟୁସେନା ପାଇଁ ୩୬ଟି ରାଫେଲ ଜେଟ୍ କିଣାଯାଇଥିଲା। ଯାହା ବର୍ତ୍ତମାନ ଆମ୍ବାଲା ଓ ହାସିମାରା ଏୟାର ବେସରୁ ପରିଚାଳିତ ହେଉଛନ୍ତି। ନୂଆ ଡିଲ୍ ସହିତ ଭାରତର ମୋଟ ରାଫେଲ ସଂଖ୍ୟା ୬୨କୁ ବୃଦ୍ଧି ପାଇବାକୁ ଯାଉଛି। ଯାହା ୪.୫+(ଯୁକ୍ତ) ପିଢ଼ିର ବିମାନ ଭାବେ ଦେଶର ସାମରିକ ଶକ୍ତିକୁ ବଢ଼ାଇବାରେ ସହାୟକ ହେବେ।

ଏହି ଚୁକ୍ତି ଭାରତର ନୌସେନା ଶକ୍ତି ଓ ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଭାରତୀୟ ସେନାର ସାମରିକ ପ୍ରଭାବକୁ ନୂଆ ଉଚ୍ଚତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.