ନୂଆଦିଲ୍ଲୀ,୧୭।୨: ଭାରତ ଏବେ ପୂର୍ବ ଭଳି ନାହିଁ। ଆଜି ଭାରତ କେବଳ ହତିଆର କିଣୁଥିବା ଦେଶ ନୁହେଁ। ବଂର ଦେଶୀ ବୈଜ୍ଞାନିକଙ୍କ ଦ୍ବାରା ବିକଶିତ ହତିଆରର ରପ୍ତାନୀକାରୀ ମଧ୍ୟ ପାଲଟି ସାରିଛି। ଏବେ ଭାରତୀୟ ହତିଆରର ରପ୍ତାନୀ କେବଳ ତୃତୀୟ ଦୁନିଆର ଦେଶ ପର୍ଯ୍ୟନ୍ତ ସୀମିତ ନାହଁ,ବଂର ବିକଶିତ ଦେଶ ମଧ୍ୟ ଭାରତର ପ୍ରତିରକ୍ଷା ସିଷ୍ଟମରେ ଆଗ୍ରହ ଦେଖାଉଛି। ଏହି କ୍ରମରେ ଫ୍ରାନ୍ସ ମଧ୍ୟ ଭାରତର ଏକ ଖାସ୍ ସିଷ୍ଟମକୁ କିଣିବାକୁ ଚାହେଁ। ଏଥିପାଇଁ ଏହାର ଏକ ହାଇ ପାଓ୍ବାର କମିଟି ଭାରତ ଗସ୍ତ କରିସାରିଛି।

ଭାରତ-ଫ୍ରାନ୍ସରୁ ୪.୫ ପ୍ଲସ ପୀଢିର ୧୧୪ ରାଫେଲ ଯୁଦ୍ଧ ବିମାନ ଡିଲ୍ ଆଡକୁ ବଢୁଛି। ଏହା ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ମେଗା ଡିଲ୍। ଭାରତର ହତିଆର କିଣିବାର ଇତିହାସ ଏହା ସମ୍ଭବତ ସବୁଠାରୁ ବଡ଼ ମେଗା ଡିଲ୍ ମନେକରାଯାଉଛି। ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା କ୍ରମ ପରିଷଦ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏବେ ସୁରକ୍ଷା ମାମଲାର କ୍ୟାବିନେଟ୍ କମିଟି ଏହା ଉପରେ ଅନ୍ତିମ ମୋହର ଲଗାଇବେ। ଏହାପରେ ଫ୍ରାନ୍ସ ସହିତ ଟେକ୍ନୋଲୋଜି ଦିଗରୁ ଓ ମୂଲ୍ୟକୁ ନେଇ ବିସ୍ତୃତ ମୂଲ୍ୟକୁ ନେଇ ଆଲୋଚନା ହେବ।

ଆମେ କଥା ହେଉଛୁ ପିନାକ ରକେଟ ସିଷ୍ଟମ ବିଷୟରେ। ଏହା ଭାରତର ଏକ ଭଲ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର ସିଷ୍ଟମ। ଯାହାକି ନିଜ ଶ୍ରେଣୀରେ ଦୁନିଆର ବଡ଼ ସିଷ୍ଟମକୁ କଡ଼ା ଟକ୍କର ଦେଇଥାଏ। ଏହାର ସିଧାସଳଖ ମୁକାବିଲା ଆମେରିକାର HIMARSଓ ରୁଷTornado Sସହିତ ରହିଛି। ରିପୋର୍ଟ ଅନୁସାରେ, ଫ୍ରାନ୍ସ ଓ ଭାରତ ଭିତରେ ପିନାକାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି। ଯଦି ଏହି ଡିଲ୍ ହୋଇଯାଉଛି ତେବେ ଭାରତର ହତିଆର ରପ୍ତାନୀ କରିବା ପାଇଁ ବଡ଼ ଉପଲବ୍ଧି ହେବ। ଫ୍ରାନ୍ସ ଏକ ବିକଶିତ ଦେଶ, ବିଶ୍ବ ହତିଆର ବଜାରରେ ବଡ଼ ଖେଳାଳି ଓ ନାଟୋର ସଦସ୍ୟ ମଧ୍ୟ ରହଛି। ଏଭଳି ସ୍ଥିତିରେ ଫ୍ରାନ୍ସର ଭାରତୀୟ ସିଷ୍ଟମ ଉପରେ ଭରସା କରିବା ଭାରତର ପ୍ରତିରକ୍ଷା କ୍ଷମତାର ବଡ଼ ମାନ୍ୟତା ହେବ। ନିକଟରେ ଫ୍ରାନ୍ସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଆସି ପିନାକା ସିଷ୍ଟମର ପ୍ରଦର୍ଶନ, ଲଞ୍ଚର ଓ ଗୋଳାବାରୁଦର ମୂଲ୍ୟାଙ୍କନ କରିଥିଲେ।  ଯଦି ଏହି ଚୁକ୍ତି ହୁଏ, ତେବେ ଏହା ଭାରତର ଅସ୍ତ୍ରଶସ୍ତ୍ର ରପ୍ତାନି ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ। ଫ୍ରାନ୍ସ ଏକ ବିକଶିତ ଦେଶ, ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରର ଏକ ପ୍ରମୁଖ  ଦେଶ ଏବଂ ନାଟୋର ସଦସ୍ୟ। ତେଣୁ, ଭାରତୀୟ ବ୍ୟବସ୍ଥା ଉପରେ ଫ୍ରାନ୍ସର ବିଶ୍ୱାସ ଭାରତର ପ୍ରତିରକ୍ଷା କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ହେବ।

ପିନାକା ସିଷ୍ଟମର କାର୍ଯ୍ୟଦକ୍ଷତା, ଲଞ୍ଚର ଏବଂ ଗୋଳାବାରୁଦ ମୂଲ୍ୟାଙ୍କନ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଫ୍ରାନ୍ସ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଥିଲେ। ଫ୍ରାନ୍ସ ଏହାର ସେନାର ପୁରୁଣା M270 ରକେଟ୍ ସିଷ୍ଟମକୁ ଅପଗ୍ରେଡ୍ କରିବାକୁ ଚାହୁଁଛି। ଏହା ଏକ ନୂତନ ରକେଟ୍ ସିଷ୍ଟମ ମଧ୍ୟ ବିକଶିତ କରୁଛି, କିନ୍ତୁ ଏଥିରେ ସମୟ ଲାଗିବ। ତେଣୁ, ଏହି ତୁରନ୍ତ ଆବଶ୍ୟକତା ପୂରଣ କରିବା ପାଇଁ ପିନାକାକୁ ଏକ ବିକଳ୍ପ ଭାବରେ ବିଚାର କରାଯାଉଛି।ନିକଟରେ ପିନାକାର ଏକ ଉନ୍ନତ ସଂସ୍କରଣର ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା। ପିନାକା ହେଉଛି ଏକ ସୁଲଭ ଓ ଦମଦାର ରକେଟ୍ ସିଷ୍ଟମ। ଏହା ପ୍ରାୟ ତିନି ଦଶକ ଧରି ଭାରତୀୟ ସେନାରେ ସାମିଲ ରହିଛି। ଲଗାତାର ଅପଗ୍ରେଡ୍ ହେଉଛି। କାରଗିଲ୍ ଯୁଦ୍ଧରେ ଏହା ନିଜର କ୍ଷମତା ପ୍ରମାଣିତ କରିଥିଲା। ଆର୍ମେନିଆ ପୂର୍ବରୁ ହିଁ ଭାରତଠାରୁ ଏହି ସିଷ୍ଟମ କିଣିସାରିଛି। ଏହାର ବର୍ତ୍ତମାନର ଭର୍ସନ ୭୫ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ପିନାକା ଏମକେର ରେଞ୍ଜ ୧୨୦ ରୁ୧୩୦ କିଲୋମିଟର ରହିଛି। ପିନାକ୍ ଏମକେ ୪ ଉପରେ ମଧ୍ୟ କାମ ଚାଲିଛି। ଏହାର ରେଞ୍ଜ ୩୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।

ଆହୁରି ପଢନ୍ତୁ : ୨୬/୧୧ ପୀଡିତଙ୍କୁ ମାକ୍ରୋନଙ୍କ ଶ୍ରଦ୍ଧାଞ୍ଜଳି,ଏବେ ରାଫେଲ ଏବଂ ହାମର ମିସାଇଲ୍ ଡିଲ୍‌ରେ ଉଡ଼ିବ ଶତ୍ରୁର ନିଦ