ନୂଆଦିଲ୍ଲୀ,୨୧।୯:  ଫ୍ରାନ୍ସ ସହ ବିବାଦ ଭିତରେ ଜର୍ମାନୀ ନିଜର ଷଷ୍ଠ ପୀଡିର ଫାଇଟର ଜେଟ୍‌ ପ୍ରୋଜେକ୍ଟ ଫ୍ୟୁଚର କମ୍ବାଟ ଏୟାର ସିଷ୍ଟମ ବା FCAS ପାଇଁ ନୂଆ ପାର୍ଟନର ଖୋଜିବା ଆରମ୍ଭ କରିଦେଇଛି। FCASକୁ ୟୁରୋପର ସବୁଠାରୁ ବିଶାଳ ଫାଇଟର ବିମାନ ପ୍ରାଜେକ୍ଟ କରାଯାଉଛି, କିନ୍ତୁ ବିବାଦ କାରଣରୁ ଏହି ପ୍ରୋଜେକ୍ଟ ଅଡୁଆରେ ପଡିପାରେ।କିନ୍ତୁ ବିବାଦ କାରଣରୁ ଏହି ପ୍ରୋଜେକ୍ଟ ଏବେ ଅଡୁଆରେ ପଡିବାକୁ ଯାଉଛି। ଏହି ପ୍ରାଜେକ୍ଟରେ ଫ୍ରାନ୍ସ,,ସ୍ପେନ୍‌ ଓ ଜର୍ମାନୀ ରହିଛି। ଆରମ୍ଭରୁ ଏହି ପ୍ରୋଜେକ୍ଟ ର ଖର୍ଚ୍ଚ ୧୦୦ ବିଲିୟନ ୟୁରୋ ଆକଳନ କରାଯାଇଥିଲା। ୨୦୨୪୦ ପର୍ଯ୍ୟନ୍ତ ନେକ୍ସଟ୍ ଜେନେରେସନ୍‌ ଫାଇଟର ଜେଟ୍‌ ଓ ସେ ସମ୍ପର୍କିତ ସିଷ୍ଟମ ପ୍ରସ୍ତୁତ କରିବାର ଥିଲା, କିନ୍ତୁ ଏବେ ଏହି ପ୍ରୋଜେକ୍ଟ ଉପରେ ସଙ୍କଟର କଳାବାଦଲ ଦେଖିବାକୁ ମିଳିଛି।

ରିପୋର୍ଟ ଅନୁଯାୟୀ, ଫରାସୀ ଏବଂ ଜର୍ମାନ କମ୍ପାନୀ ମଧ୍ୟରେ ବଢ଼ୁଥିବା ବିବାଦ ଯୋଗୁଁ ଗତ କିଛି ମାସ ଧରି ପ୍ରକଳ୍ପଟି ସମ୍ପୂର୍ଣ୍ଣ ଭାବରେ ସ୍ଥଗିତ ରହିଛି। ପ୍ରକଳ୍ପରେ ସାମିଲ ଥିବା ଫରାସୀ କମ୍ପାନୀ ଡାସଲ୍ଟ ଆଭିଏସନ୍ ଏବଂ ଜର୍ମାନ-ସ୍ପାନିସ୍ ପ୍ରକଳ୍ପରେ ସାମିଲ ଥିବା ୟୁରୋଫାଇଟର ଜେଟ୍ ନିର୍ମାତା ଏୟାରବସ୍ ମଧ୍ୟରେ କାର୍ଯ୍ୟ ବଣ୍ଟନକୁ ନେଇ ବିବାଦ ବୃଦ୍ଧି ପାଇଛି। ଏହା ମଧ୍ୟରେ ପଲିଟିକୋ ରିପୋର୍ଟରେ ଦାବି କରିଛି ଯଦି ଏହି ବର୍ଷ ଶେଷ ସୁଦ୍ଧା ଉଭୟ ପକ୍ଷ ମଧ୍ୟରେ କୌଣସି ଚୁକ୍ତି ନହୁଏ, ତେବେ ଜର୍ମାନୀ ଫ୍ରାନ୍ସକୁ ଅନ୍ୟ ଏକ ଆନ୍ତର୍ଜାତୀୟ ଅଂଶୀଦାର ସହିତ ବଦଳାଇବାକୁ ବିଚାର କରିବ।

ପଲିଟିକୋ ରିପୋର୍ଟ ଅନୁଯାୟୀ, ଡାସଲ୍ଟ ବିଶ୍ୱାସ କରେ ଯେ କେବଳ ତା’ ପାଖରେ ପରବର୍ତ୍ତୀ-ପିଢ଼ିର ଫାଇଟର (NGF) ଡିଜାଇନ୍ କରିବାର ଅଭିଜ୍ଞତା ଅଛି। ତେବେ ଏୟାରବସ୍ କୌଣସି ଏକକ କମ୍ପାନୀକୁ ପ୍ରକଳ୍ପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଅନୁମତି ଦେବାକୁ ରାଜି ନୁହେଁ। ଫଳରେ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଦୁଇ କମ୍ପାନୀ ମଧ୍ୟରେ ବିବାଦ ବୃଦ୍ଧି ପାଇଛି ଏବଂ ଜର୍ମାନୀ ଏବେ ବିକଳ୍ପ ଅଂଶୀଦାର ଖୋଜିବା ଆରମ୍ଭ କରିଛି। ଏୟାରବସ୍‌କୁ  ଜର୍ମାନୀ ଜଣାଇଛି ଯେ ଜର୍ମାନ ସରକାର ଦୁଇଟି ବିକଳ୍ପ ବିଚାର କରୁଛି: ସ୍ପେନ ସହିତ ଏକାକୀ କାମ କରିବା  କିମ୍ବା ସ୍ୱିଡେନ କିମ୍ବା ୟୁକେ ସହିତ ଏକ ସମ୍ଭାବ୍ୟ ସହଭାଗୀତା ଚେଷ୍ଟା କରିବା।

ଷଷ୍ଠ ପିଢ଼ିର ପ୍ରକଳ୍ପର ମୂଲ୍ୟ ଏତେ ଅଧିକ ଯେ, ଯେକୌଣସି ୟୁରୋପୀୟ ଦେଶ ପାଇଁ ଏକାକୀ କିମ୍ବା କିଛି ଦେଶ ସହିତ ସହଭାଗୀତା ମାଧ୍ୟମରେ ବିମାନ ନିର୍ମାଣ କରିବା କଷ୍ଟକର। ଜାପାନ ଏବଂ ବ୍ରିଟେନ ମଧ୍ୟ GCAP ପାଇଁ ଭାରତକୁ ପ୍ରସ୍ତାବ ଦେଇଛନ୍ତି, ଯାହା ଉପରେ ଭାରତ ଆନୁଷ୍ଠାନିକ ଭାବରେ କୌଣସି ମନ୍ତବ୍ୟ ଦେଇନାହିଁ। ଚଳିତ  ବର୍ଷ ଫେବୃଆରୀରେ, ଜାପାନୀ ଅଧିକାରୀମାନେ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଦିଲ୍ଲୀ ଆସିଥିଲେ। ଭାରତ ନିଜେ ବର୍ତ୍ତମାନ ନିଜର ପଞ୍ଚମ ପିଢ଼ିର ଲଢ଼ୁଆ ସ୍ୱଦେଶୀ ବିମାନ, AMCA (ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ) ଉପରେ କାମ କରୁଛି, କିନ୍ତୁ ଏହା ୨୦୩୫ ପୂର୍ବରୁ ତାହା ସେବାରେ ପ୍ରବେଶ କରିବାର ସମ୍ଭାବନା କମ୍। ବିଶେଷଜ୍ଞଙ୍କ ମତରେ ଭାରତକୁ ଷଷ୍ଠ ପୀଢିର ଫାଇଟର ଜେଟ୍‌ ଡେଭଲପମେଣ୍ଟ ପାଇଁ କୌଣସି ୟୁରୋପୀୟ ଦେଶ ସହ ଯୋଡି ହେବା ଦରକାର।