ନୂଆଦିଲ୍ଳୀ,୨୪।୪ : ଆମ ଆଦମୀ ପାର୍ଟି (ଆପ) ଛାଡି ବିଜେପିରେ ଯୋଗ ଦେଇଥିବା ରାଘବ ଚଢାଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବା ପରେ ତାଙ୍କ ଲୋକପ୍ରିୟତାକୁ ଲାଗିଛି ବଡ଼ ଝଟକା। ଚଢା କେବଳ ନିଜେ ବିଜେପିରେ ଯୋଗ ଦେଇ ନଥିଲେ ବରଂ ଛଅ ଜଣ ଆପ ରାଜ୍ୟସଭା ସାଂସଦଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ, ଯାହା ଫଳରେ କେଜରିୱାଲଙ୍କ ଦଳ ପାଇଁ ତାଙ୍କ ନିଜସ୍ୱ ଗୋଷ୍ଠୀ ପରିଚାଳନା କରିବା କଷ୍ଟକର ହୋଇପଡୁଛି।

ବିଜେପିରେ ଯୋଗଦେବାର ଏହି ନିଷ୍ପତ୍ତି ଯୁବପିଢ଼ିଙ୍କୁ, ବିଶେଷକରି ‘ଜେନ୍-ଜି’ଙ୍କୁ ପସନ୍ଦ ଆସୁନାହିଁ। ରାଜ୍ୟସଭାର ଉପନେତା ପଦରୁ ତାଙ୍କୁ ହଟାଇବା ପରଠାରୁ ତାଙ୍କର ଦଳ ପରିବର୍ତ୍ତନ ବିଷୟରେ ଆଲୋଚନା ହେଉଥିଲା, କିନ୍ତୁ ଇଣ୍ଟରନେଟ୍ ଦୁନିଆ ଏହାକୁ ସକାରାତ୍ମକ ଭାବରେ ନେଇନାହିଁ।

ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ ଫଲୋଅର୍ସଙ୍କୁ ଜଣେ ନେତାଙ୍କ ଲୋକପ୍ରିୟତାର ମାପକ ଭାବରେ ବିବେଚନା କରାଯାଏ। ତଥ୍ୟ ଅନୁଯାୟୀ, ବିଜେପିରେ ଯୋଗଦେବାର୨୪ ଘଣ୍ଟା ମଧ୍ୟରେ ଚଢା ଇନଷ୍ଟାଗ୍ରାମରେ ପ୍ରାୟ ୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଶୁକ୍ରବାର ସୁଦ୍ଧା ତାଙ୍କର ୧୪.୬ ଲକ୍ଷ ଫଲୋଅର୍ସ ଥିଲେ, ଯାହା ଶନିବାର ଦିନ ୧ ଟା ସୁଦ୍ଧା ୧.୫ ଲକ୍ଷକୁ ହ୍ରାସ ପାଇଛି। NCP (SP) ମୁଖପାତ୍ର ଅନିଶ ଗାୱାଣ୍ଡେ ଟ୍ୱିଟ୍ କରିଛନ୍ତି,‘ସୋସିଆଲ୍ ମିଡିଆରେ 'ଅନଫଲୋ' ଅଭିଯାନ ଯୋଗୁଁ ଚଢା୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଇଣ୍ଟରନେଟ୍ ଆପଣଙ୍କୁ ରାତାରାତି ହିରୋ କରିପାରେ, କିନ୍ତୁ ଏହା ଆପଣଙ୍କୁ ଧୂଳିରେ ପରିଣତ ମଧ୍ୟ କରିପାରେ।’