ନୂଆଦିଲ୍ଲୀ,୧୧।୩: ମୋବାଇଲ ରିଚାର୍ଜକୁ ନେଇ ଦେଶରେ ନୂଆ ବିବାଦ ଆରମ୍ଭ ହୋଛି। ରାଜ୍ୟସଭାରେ ଆମଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡା ଟେଲିକମ୍ କମ୍ପାନୀର ପ୍ରିପେଡ୍ ପ୍ଳାନକୁ ନେଇ ବଡ଼ ଧରଣର ପ୍ରଶ୍ନ ଉଠାଇଛନ୍ତି। ତାଙ୍କର କହିବା ଅନୁସାରେ, ବର୍ତ୍ତମାନ ରିଚାର୍ଜ ସିଷ୍ଟମ ସାଧାରଣ ଲୋକଙ୍କ ଲୁଟ୍ ଭଳି ରହିଛି, କାରଣ ୟୁଜର୍ସଙ୍କୁ ବର୍ଷକୁ ୧୩ ଥର ରିଚାର୍ଜ କରିବାକୁ ପଡୁଛି। ବର୍ଷର ମାସରେ କାହିଁକି ୧୩ ଥର କରିବାକୁ ପଡୁଛି ରିଚାର୍ଜ ?
ଇନକମିଂ ବନ୍ଦ କରିବା ଆମର ‘ରାଇଟ ଟୁ କମ୍ୟୁନିକେସନ୍’ କୁ ବନ୍ଦ କରିବା
ଆପ ସାଂସଦ ରାଘବ ଚଡ୍ଡା କହିଛନ୍ତି ଯେ ଇନକମିଂ କଲ୍ ଅବରୋଧ କରିବା କେବଳ ସେବା ବନ୍ଦ କରିବା ନୁହେଁ। ଏହା ଆମର ଯୋଗାଯୋଗ ଅଧିକାରକୁ ବନ୍ଦ କରିବା ବିଷୟରେ। ଯେପରି ଆପଣଙ୍କର ଆଧାର କାର୍ଡ ଏଥିପାଇଁ ବନ୍ଦ ହୋଇଯାଉିନ ଯେ, ଆପଣଙ୍କର ବିବରଣୀ ସମ୍ପୂର୍ଣ୍ଣ ପୂରଣ କରିନାହାଁନ୍ତ। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ବି ମାସିକ ଜମା ଦେଇ ନଥିବାରୁ ବନ୍ଦ ହୁଏ ନାହିଁ। ନିର୍ବାଚନରେ ଭୋଟ ଦେବାକୁ ଭୁଲିଯିବା ଯୋଗୁଁ ଆପଣଙ୍କର ଭୋଟର ଆଇଡି ସସପେଣ୍ଡ ହୁଏ ନାହିଁ। ସେହିପରି, ରିଚାର୍ଜ କରିନପାରିଲେ ମୋବାଇଲ୍ ନମ୍ବରକୁ ସସପେଣ୍ଡ କିମ୍ବା ନିଷ୍କ୍ରିୟ କରାଯିବା ଉଚିତ୍ ନୁହେଁ। ରାଘବ ସଂସଦରେ କେବଳ ଫ୍ରି ଆଉଟ ଗୋଇଙ୍ଗ ନୁହେଁ,ଫ୍ରି ଡାଟା ବି ଦାବି ରଖିଛନ୍ତି। କିନ୍ତୁ ସେ କହିଛନ୍ତି ଇନକମିଂ କଲ୍ ଫାସିଲିଟିର ଗ୍ୟାରେଣ୍ଟି ରହିବା ଦରକାର।
ଆପ୍ ସାଂସଦ ଗୃହରେ ୩ ଦାବି ରଖିଛନ୍ତି। ତାହା ହେଲା ...
-ପ୍ରିପେଡ୍ ମୋବାଇଲ୍ କନେକ୍ସନରେ ଇନକମିଂ କଲ୍ ଏବଂ SMS ଅତି କମରେ ଗୋଟିଏ ବର୍ଷ ପାଇଁ ଲଗାତାର ରହିବା ଉଚିତ। ଏହା ନମ୍ବରର ଶେଷ ରିଚାର୍ଜଠାରୁ ରହିବା ଦରକାର।
- କୌଣସି ମୋବାଇଲ୍ ନମ୍ବରକୁ ତିନି ବର୍ଷ ପରେ ନିଷ୍କ୍ରିୟ କରିବା ଉଚିତ। ନଚେତ ମୋବାଇଲ ନମ୍ବରକୁ ବନ୍ଦ କରିବାର ସାଙ୍ଗେସାଙ୍ଗେ ଅନ୍ୟ କାହାକୁ ନମ୍ବର ଦେଇ ଦେବା ଠିକ୍ ନୁହେଁ। ଅତି କମରେ ତିନି ବର୍ଷର ଗ୍ରେସ୍ ପିରିୟଡ୍ ପ୍ରଦାନ କରାଯିବା ଦରକାର।
-ମୋବାଇଲ୍ ଅପରେଟରଙ୍କ ପକ୍ଷରୁ ଇନକମିଂ ପାଇଁ କମ୍ ଦାମ୍ ରିଚାର୍ଜ ସୁବିଧା ପ୍ରଦାନ କରିବା ଉଚିତ। ଯାହାପଳରେ ଇନକମିଂ କଲ୍-ଏସ୍ଏମ୍ଏସର ସୁବିଧା ଲୋକଙ୍କୁ ମିଳିପାରିବ।
ରିଚାର୍ଜ ଶେଷ ହେବା ମାତ୍ରେ କାହିଁକି ଇନକମିଂ ବନ୍ଦ ?
ରାଘବ କହିଛନ୍ତି, ଯଦି କୌଣସି ୟୁଜରଙ୍କ ରିଚାର୍ଜ ଶେଷ ହୋଇଯିବ,ତେବେ ଆଉଟଗ୍ରୋଇଂ କଲ୍ ବନ୍ଦ ହେବା ବୁଝାପଡିଥାଏ। କିନ୍ତୁ ବହୁବାର କମ୍ପାନୀର ଇନକମିଂ କଲ୍ ମଧ୍ୟ ବନ୍ଦ କରିଦେଇଥାଏ। ତାଙ୍କର କହିବା ଅନୁସାରେ, ଏହା ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟି ଯାଏ। କାରଣ ମୋବାଇଲ ନମ୍ବର ଆଜି ବ୍ୟାଙ୍କିଙ୍ଗ,ଓଟିପି,ସରକାରୀ ଓ ଚାକିରୀ ସମ୍ପର୍କୀତ କଲ୍ ପାଇଁ ଜରୁରୀ ହୋଇସାରିଛି। ଏଭଳି ସ୍ଥିତିରେ ରିଚାର୍ଜ ଶେଷ ହୋଇପାରେ ଇନକମିଂ କଲ୍ବନ୍ଦ ହେବା ଲୋକଙ୍କୁ ସମସ୍ୟାରେ ପକାଉଛି।
କାହିଁକି ବିବାଦରେ ୨୮ ଦିନିଆ ପ୍ଲାନ ?
ଭାରତରେ ଅଧିକାଂଶ ପ୍ରିପେଡ୍ ମୋବାଇଲ ପ୍ଲାନ୍ ୨୮ ଦିନର ଭାଲିଡିଟି ସହ ଆସୁଛି। ଏହାର ଅର୍ଥ ବର୍ଷକରେ ୟୁଜରଙ୍କୁ ୧୨ ଥର ନୁହେଁ ବଂର ୧୩ଥର ରିଚାର୍ଜ କରିବାକୁ ପଡିଥାଏ। ଯଦି ୨୮ ଦିନ ହିସାବରେ କାଲକୁଲେଟ୍ କରିବା ତେବେ ୨୮ X ୧୩ = ୩୬୪ ଦିନ ହେଉଛି। ଅର୍ଥାତ ପୁରା ବର୍ଷ କଭର କରିବା ପାଇଁ ଏକ ଏକ୍ସଟ୍ରା ରିଚାର୍ଜ କରିବାକୁ ପଡିଥାଏ। ଏହି କଥାକୁ ନେଇ ରାଘବ ଚଢା ସଂସଦରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର କହିବା ଅନୁସାରେ, ଯଦି ପ୍ଲାନ ସତରେ ମାସିକିଆ ତେବେ ଏହାର ଭାଲିଡିଟି ୩୦-୩୧ ଦିନ ହେବା ଦରକାର। ୨୮ ଦିନର ପ୍ଲାନ୍ ହେବା କାରଣରୁ ୟୁଜର୍ସଙ୍କୁ ପ୍ରତି ବର୍ଷ ଅତିରିକ୍ତ ରିଚାର୍ଜ କରିବାକୁ ପଡିଥାଏ। ଯାହାଫଳରେ କମ୍ପାନୀର ଅଧିକ ରୋଜଗାର ହୋଇଥାଏ।
କାହିଁକି ଏଭଳି ନିମୟ ?
ଟେଲିକମ୍ କମ୍ପାନୀଗୁଡ଼ିକ ୨୮ ଦିନିଆ ପ୍ଲାନ୍ ବ୍ୟବହାର କରନ୍ତି। କାରଣ ଏହା ଠିକ୍ ଚାରି ସପ୍ତାହର ସମାନ। ଏହା ସେମାନଙ୍କର ବିଲିଂ ସିଷ୍ଟମ୍ ଏବଂ ପ୍ଲାନ୍ ପରିଚାଳନାକୁ ସରଳ କରିଥାଏ। ତଥାପି, ଉପଭୋକ୍ତା ଏବଂ ବିଶେଷଜ୍ଞମାନେ କୁହନ୍ତି ଯେ ଏହା କମ୍ପାନୀଗୁଡ଼ିକୁ ପ୍ରତି ବର୍ଷ ଗୋଟିଏ ଅତିରିକ୍ତ ରିଚାର୍ଜର ସୁବିଧା ପ୍ରଦାନ କରେ। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଭାରତରେ ଟେଲିକମ୍ କ୍ଷେତ୍ରକୁ ନିୟନ୍ତ୍ରଣ କରେ। ଭାରତରେ ଟେଲିକମ୍ ସେକ୍ଟରକୁ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ପରିଚାଳନା ପରେ। ନିୟମ ଅନୁଯାୟୀ, କମ୍ପାନୀଗୁଡ଼ିକୁ ଅତି କମରେ ୩୦ ଦିନ କିମ୍ବା ତା'ଠାରୁ ଅଧିକ ବୈଧତା ସହିତ ଗୋଟିଏ ପ୍ଲାନ୍ ପ୍ରଦାନ କରିବାକୁ ପଡିବ, କିନ୍ତୁ ୨୮ ଦିନର ପ୍ଲାନ ଉପରେ କୌଣସି କଟକଣା ନାହିଁ।
ବିଶେଷଜ୍ଞଙ୍କ ମତରେ ଆଜିର ସମୟରେ ମୋବାଇଲ ବିଳାସପୂର୍ଣ୍ଣ ନୁହେଁ ଜରୁରୀ ଜିନିଷ ପାଲଟିଛି। ଦେଶରେ କୋଟି କୋଟି ଲୋକ ମୋବାଇଲ ଫୋନ୍ ବ୍ୟବହାର ବ୍ୟାଙ୍କିଙ୍ଗ,ଡିଜିଟାଲ ପେମେଣ୍ଟ, ସରକାରୀ ଯୋଜନା ଓ ଚାକିରୀ ପାଇଁ କରନ୍ତି। ଏଭଳି ସ୍ଥିତିରେ ରିଚାର୍ଜ ଶେଷ ହେବାମାତ୍ରେ କଲ୍ କିମ୍ବା ମେସେଜ୍ ବନ୍ଦ ଯଦି ହୋଇଯାଏ ତେବେ ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିଥାଏ।
ରାଘବରିଚାର୍ଜ ଯୋଜନାଗୁଡ଼ିକୁ ଅଧିକ ସ୍ୱଚ୍ଛ ଏବଂ ଗ୍ରାହକ-ଅନୁକୂଳ କରିବାକୁ ସରକାର ଏବଂ ଟେଲିକମ୍ କମ୍ପାନୀଗୁଡ଼ିକୁ ନିବେଦନ କରିଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ରିଚାର୍ଜ ଭାଲିଡିଟି କ୍ୟାଲେଣ୍ଡର ମାସ ଉପରେ ଆଧାରିତ ହେବା ଉଚିତ ଯାହା ଦ୍ଵାରା ଉପଭୋକ୍ତାଙ୍କୁ ବର୍ଷସାରା ଅତିରିକ୍ତ ରିଚାର୍ଜ କରିବାକୁ ପଡିବ ନାହିଁ। ବର୍ତ୍ତମାନ, ଏହି ପ୍ରସଙ୍ଗ ସୋସିଆଲ ମିଡିଆ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବିତର୍କ ଆରମ୍ଭ କରିଛି। ଅନେକ ଏହାକୁ ଟେଲିକମ୍ କମ୍ପାନୀଗୁଡ଼ିକ ଦ୍ୱାରା ଏକ ରଣନୀତି ବୋଲି କହୁଛନ୍ତି, ସେଭଳି କିଛି ବିଶେଷଜ୍ଞ କହିଛନ୍ତି ଯେ ଏହା ବିଲିଂ ସିଷ୍ଟମ ଯୋଗୁଁ ଗ୍ରହଣ କରାଯାଇଥିବା ଏକ ମଡେଲ।
ଆହୁରି ପଢନ୍ତୁ: ଏମିତି ଗାଁ ଯେଉଁଠି ମୁହଁରୁ ବାହାରିଲେ ଗାଳି, ପକେଟ୍ ହେବ ଖାଲି !