ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଘେରିଲେ ରାହୁଲ , କହିଲେ ’ଏମ୍ସ’ ବାହାରେ ନର୍କ ଭଳି ସ୍ଥିତି

Published By : Prameya | January 18, 2025 4:40 PM

ନୂଆଦିଲ୍ଲୀ,୧୮।୧: ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା (ଏମ୍ସ)ର ବାହାର ରୋଗୀ ଓ ତାଙ୍କ ପରିବାର ଲୋକ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଏଥିପାଇଁ କେନ୍ଦ୍ର ଓ ଦିଲ୍ଲୀ ସରକାର ଉଭୟ ଦାୟୀ। ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଏଭଳି ଏକ  ଅଭିଯୋଗ କରିଛନ୍ତି। ନିକଟରେ ରାହୁଲ ଏମ୍ସ ବାହାରେ ଥିବା ବହୁ ରୋଗୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହା ସହ ତାଙ୍କର କ’ଣ ଅସୁବିଧା ଅଛି ତାହା ମଧ୍ୟ ପଚାରି ବୁଝିଥିଲେ।ଏହାର ଏକ ଭିଡିଓ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଭିଡିଓ ପୋଷ୍ଟ କରି ରାହୁଲ କହିଥିଲେ,ଏମ୍ସ ବାହାରେ ନର୍କ ଭଳି ପରିବେଶ ରହିଛି। 

ରାହୁଲ ପ୍ରଶ୍ନ କରିଛନ୍ତି, ବଡ ବଡ ଦାବି କରୁଥିବା କେନ୍ଦ୍ର ଓ ଦିଲ୍ଲୀ ସରକାର ଏହି ମାନବୀୟ ସଙ୍କଟ ଉପରେ ଆଖି ବନ୍ଦ କରି ଦେଇଛନ୍ତି ? ସେ ନିଜର ୟୁଟ୍ୟୁବ୍‌ ଚାନେଲରେ କହିଛନ୍ତି, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଛି।  ଏମ୍ସ ଦିଲ୍ଳୀ ରେ ଶସ୍ତା ଓ ସଠିକ ଚିକିତ୍ସା ଆଶାରେ ରୋଗୀଙ୍କୁ ଭାରି ମୂଲ୍ୟ ଦେବାକୁ ପଡୁଛି। ନିକଟରେ ଦିଲ୍ଲୀ ଏମ୍ସର ବାହାରେ ପହଁଞ୍ଚିଥିଲେ ରାହୁଲ। ସେଠାରେ ରୋଗୀଙ୍କ ପରିବାର ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା ବିଷୟରେ ଶୁଣିଥିଲେ।  ସେ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ରୋଗୀ ଓ ତାଙ୍କ ପରିବାର ରାସ୍ତା ଉପରେ ପ୍ରବଳ ଶୀତ ଓ ଅପରିସ୍କାର ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ମୁଣ୍ଡ ଉପରେ ଛାତ, ପେଟରେ ଅନ୍ନ ଓ ପିଇବାକୁ ପାଣି ମଧ୍ୟ ପାଉ ନାହାନ୍ତି।

କ୍ୟାସନରଠାରୁ ନେଇ ହାର୍ଟ ପେସେଣ୍ଟ ଏଠାକୁ ଆସୁଛନ୍ତି। ଆଉ ତାଙ୍କ ପରିବାର ଲୋକଙ୍କ ଦୁଃଖ ଓ ଦୁର୍ଦଶା ଦେଖିବାକୁ ମିଳୁଛି। ଉତ୍ତର ପ୍ରଦେଶ, ବିହାର, ଆସାମ ସହ ବହୁ ରାଜ୍ୟରୁ ଚିକିତ୍ସା ପାଇଁ ଆହୁଛନ୍ତି। ତେବେ ଏଠାରେ କୌଣସି ସୁବିଧା ନାହିଁ। ଏଥିରୁ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ବିଫଳତା ସ୍ପଷ୍ଟ ଦେଖାଯାଉଛି।  କ’ଣ ଏହା ଆମ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ?            

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.