ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଧ ରାତିରେ ଦିଲ୍ଲୀ ଏମ୍‌ସ ଗସ୍ତ କଲେ ରାହୁଲ ଗାନ୍ଧୀ, ଅବ୍ୟବସ୍ଥାକୁ ଦେଖି ପ୍ରକାଶ କଲେ ଅସନ୍ତୋଷ

Published By : Anindita Ratha | January 17, 2025 12:46 PM

ନୂଆଦିଲ୍ଲୀ, ୧୭/୦୧:ଅଧ ରାତିରେ ଦିଲ୍ଲୀ ଏମ୍ସ  ଗସ୍ତ କରିଛନ୍ତି  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏହି  ଗସ୍ତ ସମୟରେ ସେ  ହସ୍ପିଟାଲ ଆଖପାଖ ଥିବା ସଡ଼କ, ଫୁଟପାଥରେ ଶୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ ।  ତେବେ ରାଜଧାନୀ ଦିଲ୍ଲୀର ଏତେ ବଡ଼ ଡ଼ାକ୍ତରଖାନାରେ ଅବ୍ୟବସ୍ଥାକୁ ଦେଖି  ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । 

ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସ ପାର୍ଟିର ସୋସିଆଲ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। କଂଗ୍ରେସ ପକ୍ଷରୁ ଭିଡ଼ିଓ ଓ ଫଟୋ ସେୟାର କରି କ୍ୟାପସନରେ  ଲେଖାଯାଇଛି, ଚିକିତ୍ସା ପାଇଁ ମାସ ମାସ ଧରି ଅପେକ୍ଷା , ଚିକିତ୍ସାରେ ଅବହେଳା ଓ ସରକାରଙ୍କ ଅସମ୍ବେଦନଶୀଳ ହେଉଛି ଦିଲ୍ଲୀ ଏମ୍‌ସର ସତ । କଂଗ୍ରେସ ଆହୁରି ମଧ୍ୟ କହିଛି ଯେ,  ଶହ ଶହ କିଲୋମିଟର  ଦୂରରୁ ଆସୁଥିବା ରୋଗୀ ଏବଂ ତାଙ୍କ ପରିବାର ବର୍ଗ ଭୀଷଣ ଥଣ୍ଡାରେ ଫୁଟପାଥ୍ ରେ ଶୋଇବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ଏବଂ ଦିଲ୍ଲୀ ସରକାର ରୋଗୀଙ୍କ ସମସ୍ୟା ବୁଝିବା ବଦଳରେ ସେମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଦେଉଛନ୍ତି । କେବଳ ଏତିକି ନୁହେଁ ରୋଗୀ ଏବଂ ରୋଗୀ ସମ୍ପର୍କୀୟଙ୍କ ସହିତ ରାହୁଲ ଗାନ୍ଧି ଆଲୋଚନା କରିଛନ୍ତି । ତେବେ ପୋଷ୍ଟ ହୋଇଥିବା ଭିଡି଼ଓରେ ରାହୁଲ ଗାନ୍ଧୀଙ୍କୁ ରୋଗୀ ଓ ତାଙ୍କ ପରିଜନଙ୍କ ସହିତ କଥାବାର୍ତ୍ତା ହେବାର ଦେଖିବାକୁ ମିଳିଛି।  ଆଗକୁ ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଭଳି ସମୟରେ ରାହୁଲ ଗାନ୍ଧିଙ୍କ ଦିଲ୍ଲୀ ଏମ୍‌ସ ଗସ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.