ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦକ୍ଷିଣ କୋରିଆରେ ଆଜି (ବୁଧବାର) ଦାବି କରିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭୟ କରୁଛନ୍ତି। ବିହାରର ଦରଭଙ୍ଗାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ବେଳେ ଲୋକସଭାରେ ବିରୋଧୀ ଦଳ ନେତା ଏହା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ରମ୍ପ ବିଭିନ୍ନ ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିବାରେ ଲାଗିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି,"ଟ୍ରମ୍ପ ପୁନରାବୃତ୍ତି କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପରେସନ ସିନ୍ଦୁର ବନ୍ଦ କରିବାକୁ ଭୟ ଦେଖାଇବା ପାଇଁ ବାଣିଜ୍ୟ ଶୁଳ୍କ ବ୍ୟବହାର କରିଥିଲେ। ଟ୍ରମ୍ପ ଦାବି କରିଛନ୍ତି ଯେ, ସାତଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଛି। ଟ୍ରମ୍ପ ୫୦ ଥର ଦାବି କରିଛନ୍ତି ଯେ ସେ ନରେନ୍ଦ୍ର ମୋଦୀଙ୍କୁ ଅପରେସନ ସିନ୍ଦୁର ବନ୍ଦ କରିବାକୁ ଭୟ ଦେଖାଇଥିଲେ, କିନ୍ତୁ ମୋଦି ଗୋଟିଏ ଶବ୍ଦ ମଧ୍ୟ କହି ନାହାଁନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ କହିବାର ସାହସ ନାହିଁ। ଏପରି ବ୍ୟକ୍ତି କେବେ ବିହାରରେ ବିକାଶ ଆଣିପାରିବେ ନାହିଁ।"

ରାହୁଲ କହିଛନ୍ତି କି,"୧୯୭୧ ଯୁଦ୍ଧ ସମୟରେ, ଇନ୍ଦିରା ଗାନ୍ଧୀ ସ୍ପଷ୍ଟ ଭାବରେ ଆମେରିକା ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଆମେ ଆପଣଙ୍କୁ ଭୟ କରୁନାହୁଁ। ପ୍ରଧାନମନ୍ତ୍ରୀ ମାନେ ଏହିପରି ହେବା ଆବଶ୍ୟକ । ଟ୍ରମ୍ପ ଥରେ କିମ୍ବା ଦୁଇଥର ନୁହେଁ, ବରଂ ୫୦ ଥର କହିଛନ୍ତି ଯେ ସେ ଅପରେସନ ସିନ୍ଦୁର ବନ୍ଦ କରିଛନ୍ତି। ସେ (ଟ୍ରମ୍ପ୍) ଆମର ସେନା, ଆମର ବାୟୁସେନା ବିଷୟରେ କହୁଛନ୍ତି। ଆମର ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହା କହିବାର ସାହସ ନାହିଁ ଯେ ଟ୍ରମ୍ପ ଯାହା କହୁଛନ୍ତି ତାହା ମିଛ। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ଯେତେବେଳେ ସେ ବିହାର ଆସୁଛନ୍ତି, ସେ କହିବା ଉଚିତ ଯେ ଡୋନାଲ୍ଡ ଟ୍ରମ୍ପ ମିଛ କହୁଛନ୍ତି...