ଭୁବନେଶ୍ବର,୩।୪ : ଖୋର୍ଦ୍ଧା ଜିଲ୍ଲାର ରାହୁଲ ମହାରଣା  ଜାତୀୟ ଯୁବ ପୁରସ୍କାର ସମ୍ମାନିତ ହୋଇଛନ୍ତି। ପରିବେଶ ସଂରକ୍ଷଣ ପାଇଁ ତାଙ୍କୁ ଏହି ସମ୍ମାନରେ  ସମ୍ମାନିତ କରାଯାଇଛି।

 ଓଡିଶାର ନଦୀ କୂଳରେ ପଡିଥିବା ପ୍ଲାଷ୍ଟିକ୍ ଅଳିଆ ସଫା କରିବା, ଜୈବ ବିବିଧତା ସଂରକ୍ଷଣ ଏବଂ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ତାଙ୍କର  ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଯୁବଗୋଷ୍ଠୀଙ୍କୁ ଏହି ସକ୍ରିୟ ଭାବେ ଏହି କାର୍ଯ୍ୟରେ  ସାମିଲ ହୋଇଛନ୍ତି। ଯୁବଗୋଷ୍ଠୀ ଏଭଳି କାର୍ଯ୍ୟରୁ ପ୍ରେରଣା ମଧ୍ୟ ପାଉଛନ୍ତି । ସମାଜ ପ୍ରତି ତାଙ୍କର ଅବଦାନ ପାଇଁ ୨୦୨୨-୨୩  ଜାତୀୟ ଯୁବ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି।