ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବେ ରାହୁଲ, ପ୍ରିୟଙ୍କା; ପ୍ରୟାଗରାଜରେ କରିବେ ବିଶେ​‌ଷ ପୂଜାର୍ଚ୍ଚନା

Published By : Prameya | January 18, 2025 9:44 AM

ନୂଆଦିଲ୍ଲୀ ୧୮/୦୧:  ବିଶ୍ୱର ସର୍ବବୃହତ ଧାର୍ମିକ ସମାରୋହ  ମହାକୁମ୍ଭରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା  ଗାନ୍ଧୀ ଆସ୍ଥାର ବୁଡ଼ ପକାଇବେ । ଉଭୟ  ସଙ୍ଗମରେ ସ୍ନାନ ଓ ପୂଜାର୍ଚ୍ଚନା କରିବେ । କଂଗ୍ରେସ ଏହାର ବ୍ୟାପକ ପ୍ରସ୍ତୁତି ଆରମ୍ଭ  କରିଛି । କଂଗ୍ରେସ ସେବା ଦଳ ତରଫରୁ ସଙ୍ଗମ ତଟର ସେକ୍ଟର-୧୫ରେ ତୁଳସୀ  ମାର୍ଗରେ ମହାକୁମ୍ଭ ସେବା ଶିବିର ହୋଇଛି । 

ରାହୁଲ-ପ୍ରିୟଙ୍କା ଏହି ଶିବିରରେ କଂଗ୍ରେସ ସେବା ଦଳର କର୍ମକର୍ତ୍ତାଙ୍କୁ ଭେଟିବେ । ଏଥିସହ ମହାକୁମ୍ଭରେ ସେମାନଙ୍କ ଦ୍ୱାରା  କରାଯାଉଥିବା ଧାର୍ମିକ କାର୍ଯ୍ୟର ସୂଚନା  ହାସଲ କରିବେ । ଶ୍ରଦ୍ଧାଳୁ, କଳ୍ପବାସୀଙ୍କୁ  କମ୍ବଳ ସମେତ ଅନ୍ୟ ଜରୁରି ସାମଗ୍ରୀ ବି  ବାଣ୍ଟିବେ । ରାହୁଲ-ପ୍ରିୟଙ୍କାଙ୍କର ଆସିବା ତାରିଖ ସ୍ଥିର ହୋଇନାହିଁ । କିନ୍ତୁ କଂଗ୍ରେସ  ନେତାଙ୍କ ଅନୁସାରେ, ଫେବ୍ରୁଆରୀ ୫-୧୦  ତାରିଖ ମଧ୍ୟରେ ଉଭୟ ସଙ୍ଗମ ସ୍ନାନ ପାଇଁ  ଯାଇପାରନ୍ତି । ରାହୁଲ ଓ ପ୍ରିୟଙ୍କାଙ୍କ ସହ  ୧୦୦୦ କଂଗ୍ରେସ କର୍ମୀ ସ୍ନାନ କରିବେ ବୋଲି  ଚର୍ଚ୍ଚା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.