ନୂଆଦିଲ୍ଲୀ ୧୮/୦୧:  ବିଶ୍ୱର ସର୍ବବୃହତ ଧାର୍ମିକ ସମାରୋହ  ମହାକୁମ୍ଭରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା  ଗାନ୍ଧୀ ଆସ୍ଥାର ବୁଡ଼ ପକାଇବେ । ଉଭୟ  ସଙ୍ଗମରେ ସ୍ନାନ ଓ ପୂଜାର୍ଚ୍ଚନା କରିବେ । କଂଗ୍ରେସ ଏହାର ବ୍ୟାପକ ପ୍ରସ୍ତୁତି ଆରମ୍ଭ  କରିଛି । କଂଗ୍ରେସ ସେବା ଦଳ ତରଫରୁ ସଙ୍ଗମ ତଟର ସେକ୍ଟର-୧୫ରେ ତୁଳସୀ  ମାର୍ଗରେ ମହାକୁମ୍ଭ ସେବା ଶିବିର ହୋଇଛି । 

ରାହୁଲ-ପ୍ରିୟଙ୍କା ଏହି ଶିବିରରେ କଂଗ୍ରେସ ସେବା ଦଳର କର୍ମକର୍ତ୍ତାଙ୍କୁ ଭେଟିବେ । ଏଥିସହ ମହାକୁମ୍ଭରେ ସେମାନଙ୍କ ଦ୍ୱାରା  କରାଯାଉଥିବା ଧାର୍ମିକ କାର୍ଯ୍ୟର ସୂଚନା  ହାସଲ କରିବେ । ଶ୍ରଦ୍ଧାଳୁ, କଳ୍ପବାସୀଙ୍କୁ  କମ୍ବଳ ସମେତ ଅନ୍ୟ ଜରୁରି ସାମଗ୍ରୀ ବି  ବାଣ୍ଟିବେ । ରାହୁଲ-ପ୍ରିୟଙ୍କାଙ୍କର ଆସିବା ତାରିଖ ସ୍ଥିର ହୋଇନାହିଁ । କିନ୍ତୁ କଂଗ୍ରେସ  ନେତାଙ୍କ ଅନୁସାରେ, ଫେବ୍ରୁଆରୀ ୫-୧୦  ତାରିଖ ମଧ୍ୟରେ ଉଭୟ ସଙ୍ଗମ ସ୍ନାନ ପାଇଁ  ଯାଇପାରନ୍ତି । ରାହୁଲ ଓ ପ୍ରିୟଙ୍କାଙ୍କ ସହ  ୧୦୦୦ କଂଗ୍ରେସ କର୍ମୀ ସ୍ନାନ କରିବେ ବୋଲି  ଚର୍ଚ୍ଚା ହେଉଛି ।