ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

‘ରେଡ ୨’ ହେଲା ବର୍ଷର ତୃତୀୟ ସବୁଠାରୁ ବଡ଼ ଫିଲ୍ମ ! ଜାଣନ୍ତୁ କଲେକ୍ସନ…

Published By : Gurupada Nath | May 1, 2025 4:27 PM

ମୁମ୍ବାଇ, ୧/୫ :   ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ ୨ ’ ରିଲିଜ ହୋଇଛି । ୨୦୧୮ରେ ପରଦାକୁ ଆସିଥିବା ରେଡର ଏହା ଦ୍ବିତୀୟ ଭାଗ । ରେଡ ୨ରେ ଅମୀୟ ପଟ୍ଟନାୟକ ହୋଇଥିବା ବଲିଉଡ଼ର ସିଂଘମ ପୁଣି ଥରେ ଟିମ୍ ସହ ଚଢଉ କରିବାକୁ ଆସିସାରିଛନ୍ତି । ଏଥର ଅଜୟ ଦେବଗନଙ୍କ ଫିଲ୍ମ ବକ୍ସ ଅଫିସରେ ଗୋଟିଏ ନୁହେଁ ବରଂ କେତେକ ଫିଲ୍ମକୁ ଟକ୍କର ଦେବାକୁ ପଡ଼ୁଛି ।

ଆଜି ହିଁ ସାଉଥର ଦୁଇଟି ଫିଲ୍ମ ହିଟ ଦ ଥାର୍ଡ଼ କେସ ଏବଂ ରେଟ୍ରି ବି ରିଲିଜ ହୋଇଛି । ଏହାସହ ସଞ୍ଜୟ ଦତ୍ତଙ୍କ ଦ ଭୁତନୀ ଏବଂ ହଲିଉଡ଼ର ଥଣ୍ଡରଓ୍ବେଲ୍ଟସ ବି ଆଜି ହିଁ ରିଲିଜ ହୋଇଛି । ଜାଟ୍ ଏବଂ କେସରୀ ୨ ପ୍ରଥମରୁ ହଲ୍‌ରେ ରହିଛି । ଫଳରେ ରେଡ୍ ୨ ସାମ୍ନାରେ ଗୋଟିଏ ନୁହେଁ ବରଂ ଭିନ୍ନ ଭିନ୍ନ ଇଣ୍ଡ‌ଷ୍ଟ୍ରିର ପ୍ରାୟ ୬ଫିଲ୍ମ ଅଛି । ଏହା ବାଦ୍ ଫିଲ୍ମ ଓପନିଂ ଡେରେ ଭଲ ଆରମ୍ଭ କରିଛି । ଆସନ୍ତୁ ଜାଣିବା ଫିଲ୍ମର କଲେକ୍ସନ କେତେ ରହିଛି ।

ବକ୍ସ ଅଫିସ ସହ ଯୋଡ଼ି ହୋଇଥିବା ଓ୍ବେବସାଇଟ୍ ସ୍ୟାକ୍ନିଳ୍କ ଅନୁସାରେ ରେଡ ୨ ପ୍ରଥମ ଦିନ ୩ଟା ୫ ମିନିଟ ପର୍ଯ୍ୟନ୍ତ ୭.୮୫କୋଟି ଟଙ୍କା କଲେକ୍ସନ କରିଛି । ଏହି ସଂଖ୍ୟା ଫାଇନାଲ୍ ନୁହେଁ, ଏହା ଆହୁରି ବଢିପାରେ । ରେଡ ୨ ପୂର୍ବରୁ ଚଳିତ ବର୍ଷ ରିଲିଜ ହୋଇଥିବା ବଲିଉଡ଼ ଫିଲ୍ମରେ ଯଦି କଲେକ୍ସନ ନଜର ପକାଇବା ତେବେ ବହୁତ ବେକାର ରହିଛି । କିଛି ଫିଲ୍ମ ଠିକଠାକ୍ କଲେକ୍ସନ କରିଥିଲା ସେଥିରେ ନମ୍ବର ଓ୍ବାନରେ ବିକ୍କି କୌଶଲଙ୍କ ଛାବା ଅଛି ଯାହା ଓପନିଂ ଡେରେ ୩୧କୋଟି କଲେକ୍ସନ କରିଥିଲା ।

ଦ୍ବିତୀୟ ନମ୍ବରରେ ସିକନ୍ଦର ୨୬କୋଟିର ଓପନିଂ କରିଥିଲା । ସେହିଭଳି ସ୍କାଇ ଫୋର୍ସ ତୃତୀୟ ନମ୍ବରରେ ଥିଲା ଯାହା ୧୨.୨୫କୋଟି କଲେକ୍ସନ କରିଥିଲା । ଜାଟ୍ ଚତୁର୍ଥ ନମ୍ବରରେ ୯.୫କୋଟି ସହ ଏବଂ କେସରୀ ୨  ୫ ନମ୍ବରରେ ୭.୭୫କୋଟି ସହ କରିଥିଲା । ଏବେ ରେଡ୍ ୨ ସନି ଦେଓ୍ବଲଙ୍କ ଜାଟ୍ ଏବଂ ଅକ୍ଷୟ କୁମାରଙ୍କ କେସରୀ ୨କୁ ନୁହେଁ ବରଂ ସ୍କାଇ ଫୋର୍ସର ଓପନିଂ ଡେ କଲେକ୍ସନକୁ ବି ପଛରେ ପକାଇବାକୁ ପ୍ରସ୍ତୁତି କରୁଥିବା ଦେଖାଯାଉଛି । ମାତ୍ର ଫାଇନାଲ୍ ସଂଖ୍ୟା ଆସିବା ପରେ ହିଁ ଜଣାପଡ଼ିବ କି ଫିଲ୍ମ ଏଥିରେ ସଫଳ ହୋଇପାରୁଛି କି ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.