ପ୍ରମୂଖ ଖବର

ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ

Published By : Ankita S | June 4, 2025 12:08 PM

କଟକ,୦୪/୦୬: ମୋବିଲ ବି ନକଲି । ଜଗତପୁର ନକଲି କାରବାରରେ ନାଁ କଲାଣି । ଭେଜାଲ ଜିନିଷ ତିଆରି କରିବାରେ ରେକର୍ଡ କଲାଣି ଜଗତପୁର ଅଞ୍ଚଳ । ଜଗତପୁରରେ ନକଲି ଜିନିଷ କାରଖାନା ଠାବ ଘଟଣା ଥମିବାରେ ନା ନେଉନି । ଏହି କ୍ରମରେ ଚମ୍ପତି ପଞ୍ଚାୟତ ଖଇରା ପୋଲ ନିକଟରେ ଏକ ନକଲି ମୋବିଲ ଓ ଗ୍ରୀସ ତିଆରି କାରଖାନା ଠାବ କରିଛି ଜଗତପୁର ଥାନା ପୋଲିସ । ମାଷ୍ଟରମାଇଣ୍ଡ କିଏ ତାର ତଦନ୍ତ ଚାଲିଛି ।

ଗଲା କିଛି ବର୍ଷ ହେବ ଉକ୍ତ କାରଖାନା ଚାଲୁଥିବା ଆଶଙ୍କା କରାଯାଉଛି । କିଛି ପ୍ରତିଷ୍ଠିତ କମ୍ପାନୀର ସାମଗ୍ରୀ ନକଲି ଭାବେ ପ୍ରସ୍ତୁତ ହେଉଥିବା ପୋଲିସ ପାଖରେ ଅଭିଯୋଗ ହେଉଥିଲା । ଏହି କ୍ରମରେ ପୋଲିସ ଛାନଭିନ୍ କରିବା ପରେ ଉକ୍ତ କାରଖାନାର ଠାବ କରିଛି । ପୋଡ଼ା ମୋବିଲରୁ ତିଆରି ହେଉଥିଲା ଇଞ୍ଜିନ ତେଲ । ତାଲା ଭାଙ୍ଗି କାରଖାନାରେ ପଶିଲା ପୋଲିସ ।  ଯାଞ୍ଚ ପରେ ପ୍ରାୟ ଦୁଇ ଟ୍ରକ ପରିମାଣର ମୋବିଲ, ଇଞ୍ଜିନ ଅଏଲ, ଲୁବ୍ରିକ୍ୟାଣ୍ଟ ଜବତ ହୋଇଛି । ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଜୋନ୍‌ ଏସିପି ଅରୁଣ ସ୍ୱାଇଁଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ଜଗତପୁରରେ ବାରମ୍ବାର ନକଲି କାରଖାନା ଠାବ ହେଉଛି । କିପରି ଭେଜାଲ ଜିନିଷ କାରବାର ଚାଲୁଛି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.