ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମେଡ଼ିସିନ ଫାର୍ମରେ ରେଡ୍‌; ବିପୁଳ ପରିମାଣର କଫ୍‌ ସିରପ ଜବତ, ୨ ଗିରଫ

Published By : Harapriya Sethi | November 7, 2024 11:36 AM

କଟକ,୦୭/୧୧: ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁର କ୍ରିଷ୍ଣା ମେଡ଼ିସିନ୍ ଫାର୍ମ ଉପରେ ରାତି ଅଧରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ କଫ୍ ସିରପ ଜବତ କରାଯାଇଛି । ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଚ୍ଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର ମେଡିସିନ୍‌ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ଶଙ୍ଖତାରସ ଠାରେ ଥିବା କ୍ରିଷ୍ଣା ମେଡ଼ିସିନ୍ ଫାର୍ମରେ ବିପୁଳ ପରିମାଣରେ ପ୍ରତିବନ୍ଧିତ କଫ ସିରପ ରଖି ବିକ୍ରି କରା ଯାଉଥିଲା । ଏହି ଔଷଧ ଗୁଡିକୁ ଲୋକେ ନିଶା ପାଇଁ ବ୍ୟବହାର କରୁଥିବା ନେଇ ଅବକାରୀ ବିଭାଗ ଏବଂ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଉଭୟ ବିଭାଗ ମେଡ଼ିସିନ ଫାର୍ମରେ ରାତି ଅଧରେ ରେଡ୍ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲର ଏବଂ  ଅବକାରୀ ବିଭାଗ । ଏହି ଚଢାଉରେ କ୍ରୀଷ୍ଣା ମେଡ଼ିସିନ ଫାର୍ମର ମାଲିକ ଜୟରାମ ସାହୁଙ୍କ ନିକଟରୁ ୯୨ ଟି ବୋତଲ କପ୍ ସିରପ ଜବତ୍ କରାଯାଇଛି । ଏଗୁଡ଼ିକୁ ସପ୍ଲାଏ କରୁଥିବା ପ୍ରଫୁଲ୍ଲ କୁମାର ଜେନାଙ୍କ ନିକଟରୁ ୬୭୬ ବୋତଲ କଫ୍ ସିରପ ଜବତ କରାଯାଇଛି । ଏହି ଘଟଣାରେ ଲାଇସେନ୍ସ ପ୍ରାପ୍ତ ମେଡ଼ିସିନ୍ ଫାର୍ମକୁ ସିଲ୍ କରିଦିଆଯାଇଛି । ଏହା ସହ ଫାର୍ମର ମାଲିକ ଜୟରାମ ସାହୁ ଏବଂ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରାଯାଇଛି ।

ତେବେ ଏହି ରାକେଟ୍‌ରେ ଅନ୍ୟ ଜିଲ୍ଲାର କିଛି ଲୋକଙ୍କ ସମ୍ପୃକ୍ତି ରହିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । ଏତେ ପରିମାଣର ବେଆଇନ ଭାବେ କଫ୍ ସିରପ ରଖି ସେମାନେ କେବଳ ନିଶାଖୋର ଲୋକଙ୍କୁ ବ୍ୟବସାୟ କରୁଥିଲେ । ୧୯୦ ଟଙ୍କା ଏମ୍ଆର୍‌ପି ଥିଲେ ବି ଏହାକୁ ୨୫୦ ଟଙ୍କାରେ ବିକ୍ରି କରି ମୋଟା ଅଙ୍କର ଟଙ୍କା ଆୟ କରୁଥିବା କଥା କହିଛନ୍ତି କଟକ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.