ରାଉରକେଲା,୧୮/୧୦:  ରାଉରକେଲା ପ୍ଲେସ ଅଫ ସେଫ୍ଟି( ସୁରକ୍ଷିତ ଆଶ୍ରୟ କେନ୍ଦ୍ର)ରେ ରଘୁନାଥପାଲି ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି l ଏହି ଚଢାଉରେ ୪ଟି ସେଲ୍‌ର ଅନ୍ତେବାସୀଙ୍କ ନିକଟରୁ ଗଞ୍ଜେଇ, ସିଗାରେଟ ଓ ଅନ୍ୟ ଜିନିଷ ଜବତ ହୋଇଛି ।

ହଗକହକ​​​​​​​

ସୂଚନା ମୁତାବକ, ପାନପୋଷ ଏଡିପିଓ ରଶ୍ମି ରଞ୍ଜନ ମହାପାତ୍ର ଅନ୍ୟ ପୁଲିସ ଅଧିକାରୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ଟିମ୍ ଶନିବାର ସକାଳ ୬ଟା ୧୫ରେ ରାଉରକେଲା ପ୍ଲେସ ଅଫ ସେଫ୍ଟି( ସୁରକ୍ଷିତ ଆଶ୍ରୟ କେନ୍ଦ୍ର)ରେ ଚଢ଼ଉ ଆରମ୍ଭ କରିଥିଲେ l ଗୋଟି ଗୋଟି କରି ୪ଟି ସେଲ୍‌ରେ କଡ଼ାକଡ଼ି ଯାଞ୍ଚ କରିଥିଲେ l ପ୍ରାୟ ଦୁଇ ଘଣ୍ଟା ଚଢ଼ଉ ଜାରି ରହିଥିଲା l ଏହି ଚଢ଼ାଉରେ ଅନ୍ତେବାସୀଙ୍କ ନିକଟରୁ ଗଞ୍ଜେଇ, ସିଗାରେଟ୍ ଓ ଅନ୍ୟ ଜିନିଷ ଜବତ ହୋଇଥିବା ଜଣା ପଡ଼ିଛି l