ବୈଶିଙ୍ଗା , ୨୦/୧୧-ମୟୁରଭଞ୍ଜ ଜିଲ୍ଲା ଅଧୀନ ବଡ଼ସାହି ତହସିଲରେ ହୋଇଥିବା ବେଆଇନ ବାଲି ଉତ୍ତୋଳନ ମାମଲାରେ ବୈଶିଙ୍ଗା ଥାନା ଅଧୀନ ଡାହିସାହି ଅଞ୍ଚଳର ପ୍ରଦୀପ ବିନ୍ଧାଣିଙ୍କ ଘରେ ଗୁରୁବାର ଇଡି ଚଢ଼ାଉ କରିଛି । ବାଲି ଲିଜଧାରୀ ପ୍ରଦିପ ବିନ୍ଧାଣିଙ୍କ ଘର ସମେତ ତାଙ୍କର ଥିବା ଦୁଇଟି ଦେଶୀ ମଦଭାଟି ରେ ମଧ୍ୟ ଚଢାଉ କରାଯାଇ ଯାଞ୍ଚ କରାଯାଉଛି ।
ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ରେ ପ୍ରଦିପ ବିନ୍ଧାଣି ଏକ ବାଲି ସୈରାତକୁ ଲିଜ ଆକାରରେ ସରକାରଙ୍କ ଠାରୁ ନେଇ ବ୍ୟବସାୟ କରୁଥିଲେ ।ତେବେ ପରବର୍ତ୍ତୀ ମୁହୁର୍ତ୍ତ ରେ ନେଇଥିବା ଲିଜ ଅନୁପାତ ଠାରୁ ଯଥେଷ୍ଟ ଅଧିକ ପରିମାଣରେ ବାଲି ଉତ୍ତୋଳନ ହୋଇଥିବା ନେଇ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା।ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଲିଜଧାରୀ ପ୍ରଦୀପ ବିନ୍ଧାଣିଙ୍କୁ ୧୮ କୋଟି ଟଙ୍କାର ଫାଇନ ଆଦାୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲା । ତେବେ ଲିଜଧାରୀ ପ୍ରଦୀପ ବିନ୍ଧାଣି ଏକ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରକାଶ ଥାଉ କି ଏହି ବହୁଚର୍ଚ୍ଚିତ ବେଆଇନ ବାଲି ଉତ୍ତୋଳନ ମାମଲାରେ ତତ୍କାଳୀନ ବଡ଼ସାହି ତହସିଲଦାର ନିଲମ୍ବିତ ହୋଇଥିଲେ।