ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଯୋଗାଣ ବିଭାଗ ଲେବର୍ ଠିକାଦାରଙ୍କ ଘରେ ସିବିଆଇ ଚଢାଉ, କଣ୍ଟ୍ରାକ୍ଟରଙ୍କ ପୁଅକୁ ଉଠାଇ ନେଲା ସିବିଆଇ

Published By : Harapriya Sethi | March 5, 2025 1:39 PM

ବରଗଡ,୦୫/୦୩: ଯୋଗାଣ ବିଭାଗ ଲେବର୍ ଠିକାଦାରଙ୍କ ଘରେ ପଶିଲା ସିବିଆଇ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପରମାନପୁର ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଘରେ ଚାଲିଛି ସିବିଆଇ ଚଢାଉ । ବେଆଇନ ଟଙ୍କା କାରବାର ଅଭିଯୋଗକୁ ନେଇ ତନାଘନା କରୁଛି ସିବିଆଇ । 

ସୂଚନା ମୁତାବକ, ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଲେବର କଣ୍ଟ୍ରାକ୍ଟର ଭାବେ କାମ କରନ୍ତି । ସେ ଦୀର୍ଘ ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ଠିକା ନେଇ ଆସୁଛନ୍ତି । ତେବେ ତାଙ୍କର ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ବେଆଇନ କାରବାର କରୁଥିବା ନେଇ ସିବିଆଇ ଜାଣିବାକୁ ପାଇଥିଲା । ଏନେଇ ସୂଚନା ପାଇ ଜି. ସତ୍ୟନାରାୟଣଙ୍କ ଘରେ ସିବିଆଇ ଚଢାଉ କରିଛି । ତାଙ୍କ ଘରେ ରେଡ୍‌ କରି ତଦନ୍ତ କରୁଥିବାର ଜଣାପଡିଛି । ଜି. ସତ୍ୟନାରାୟଣଙ୍କ ପୁଅ ଜି. ଉମା ମହେଶଙ୍କୁ ସିବିଆଇର ଏକ ଟିମ୍‌ ଉଠାଇ ନେଇ ସାରିଥିବା ବେଳେ ଅନ୍ୟ ଏକ ଟିମ୍‌ ଜି. ସତ୍ୟନାରାୟଣଙ୍କ ଘରେ ଚଢ଼ାଉ ଜାରି ରଖିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.