ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ରେଳ ଷ୍ଟେସନ୍ ବିକାଶ, ଅତ୍ୟାଧୁନିକ ଟ୍ରେନ୍‌କୁ ପ୍ରାଧାନ୍ୟ: ଏଥର ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଇପାରେ ବ୍ୟୟବରାଦ

Published By : Prameya | January 19, 2025 11:39 AM

ନୂଆଦିଲ୍ଲୀ,୧୯/୦୧: ଆସନ୍ତା ମାସ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଉପସ୍ଥାପନ କରିବେ ।  ବିଭିନ୍ନ କ୍ଷେତ୍ର ଏହି ବଜେଟ୍‌ରୁ ଅନେକ ଆଶା ବାନ୍ଧି ବସିଛନ୍ତି । ମଧ୍ୟବିତ୍ତ ଟିକସ ରିହାତି ଆଶାରେ ଥିବାବେଳେ ଶିଳ୍ପ ପ୍ରୋତ୍ସାହନକୁ ଚାହିଁ ବସିଛି । ମନ୍ଥର ଅଭିବୃଦ୍ଧିକୁ ଦ୍ରୁତ  କରିବା ପାଇଁ ତଥା ଅର୍ଥନୀତିର ଗାଡ଼ିକୁ ଟ୍ରାକ୍‌କୁ ଆଣିବା ପାଇଁ ଅର୍ଥମନ୍ତ୍ରୀ ଅନେକ ପ୍ରସ୍ତାବ ଆଣିପାରନ୍ତି ବୋଲି ଆଶା ।  

ଏଥର ରେଳ ପାଇଁ ବ୍ୟୟବରାଦ ୨୦%  ବଢ଼ିପାରେ ବୋଲି ପ୍ରକ୍ରିୟା ସହ ଜଡ଼ିତ  ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଚଳିତ ଆର୍ଥିକବର୍ଷ ଭାରତୀୟ ରେଳ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଥିବାବେଳେ  ଏହା ଆସନ୍ତା ଆର୍ଥିକବର୍ଷ ଅର୍ଥାତ୍‌ ୨୦୨୫- ୨୬ ପାଇଁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିପାରେ ବୋଲି ଅଧିକାରୀଜଣକ  କହିଛନ୍ତି ।  ଏଥର ବଜେଟରେ ରେଳ  ଷ୍ଟେଶନ୍‌ଗୁଡ଼ିକର ବିକାଶ, ଅତ୍ୟାଧୁନିକ  ଟ୍ରେନ୍‌ ଲଞ୍ଚିଂ ଏବଂ ଟ୍ରାକ୍‌ ନେଟ୍‌ୱର୍କ ବିସ୍ତାରକୁ  ପ୍ରାଥମିକତା ଦିଆଯିବା ଆଶା ରହିଛି । 

ରେଳପଥ ଆକଳନ ଅନୁସାରେ,ଚଳିତ ଆର୍ଥିକବର୍ଷ ପାଇଁ  କରାଯାଇଥିବା ପୁଞ୍ଜିବରାଦର ପ୍ରାୟ ୮୦%  ଏଯାବତ୍‌ ଖର୍ଚ୍ଚ ହୋଇଛି । ରେଳବୋର୍ଡ ୨  ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛି ।  ଆର୍ଥିକବର୍ଷ ଶେଷ ସୁଦ୍ଧା ସମସ୍ତ ରାଶି ଖର୍ଚ୍ଚ  ଆଶା ରହିଥିବା ରେଳପଥର ଜଣେ ବରିଷ୍ଠ  ଅଧିକାରୀ ସୂଚନା ଦେଇଛନ୍ତି ।  

ଅଧିକ ପୁଞ୍ଜି ବରାଦ କରାଯାଇ ନୂଆ  ଟ୍ରାକ୍‌ ବିଛାଯିବା ସହ ପୁରୁଣା ଟ୍ରାକ୍‌ଗୁଡ଼ିକର  ଅପ୍‌ଗ୍ରେଡେସନ୍‌ ହେବ । ଏହାସହିତ  ରୋଲିଂ ଷ୍ଟକ୍‌-ଲୋକୋମୋଟିଭ୍‌, ୱାଗନ୍‌  ଏବଂ କୋଚ୍‌ କିଣାରେ ଏହା ବ୍ୟୟ  ହୋଇପାରେ । ବଜେଟ୍‌ରେ ମୁମ୍ବାଇ- ଅହମ୍ମଦାବାଦ ହାଇସ୍ପିଡ୍‌ ରେଲ୍‌ କରିଡର  (ଏମ୍‌ଏଏଚ୍‌ଏସ୍‌ଆର୍‌) ଏବଂ ବୁଲେଟ୍‌  ଟ୍ରେନ୍‌ ପ୍ରକଳ୍ପକୁ ପ୍ରୋତ୍ସାହନ ମିଳିପାରେ ।  ଘରୋଇ ନିବେଶ ଟାଣିବା ପାଇଁ ଏଥର ବଜେଟ୍‌ରେ ପଦକ୍ଷେପ ନିଆଯାଇପାରେ ।  ମନ୍ଥର ଅଭିବୃଦ୍ଧିକୁ ବଳ ଦେବା ପାଇଁ  ଆସିପାରେ ପ୍ରସ୍ତାବ । 

ସୂଚନାଯୋଗ୍ୟ,  ଚଳିତ ଆର୍ଥିକବର୍ଷ ଦେଶର ଅର୍ଥନୈତିକ  ଅଭିବୃଦ୍ଧି ୪ ବର୍ଷର ସର୍ବନିମ୍ନ ସ୍ତର ୬.୪% କୁ ଖସିବ ବୋଲି ଅନୁମାନ ରହିଛି । ଏହା  ୨୦୨୩-୨୪ରେ ୮.୨% ଥିଲା । ଚଳିତ  ଆର୍ଥିକବର୍ଷ ପାଇଁ ପୁଞ୍ଜିବ୍ୟୟ ବାବଦ  ସରକାର ୧୧.୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ  କରିଥିଲେ, ଯାହାକି ୨୦୨୩-୨୪ରେ ୧୦  ଲକ୍ଷ କୋଟି ଟଙ୍କା ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.