କେନ୍ଦୁଝର ସଦର ,୧୪/୧୨(ଆପ୍ର) : ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଧାରୋଡ଼ ମଣ୍ଡଳର କେନ୍ଦୁଝରଗଡ଼ ଠାରୁ ରାଇସୁଆଁ ମଧ୍ୟରେ ଥିବା ହର୍ଷପୁର ଲେବୁଲ କ୍ରସିଂ ଥିବା ଗେଟରୁ ଫେଭର୍ ବ୍ଲକକୁ ରେଳ ବିଭାଗ ଆଜକୁ ୨୦ରୁ ୨୫ ଦିବ ହେବ ମରାମତି ଆଳରେ ତାଡିଦେଇଥିଲା । ଏହି ଖବର ପ୍ରମେୟରେ ପ୍ରକାଶ ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ରେଳ ବିଭାଗ ପକ୍ଷରୁ ରାସ୍ତାକୁ ମରାମତି କରାଯାଇଛି।
ଏହି ରାସ୍ତାଟି ସଦର ବ୍ଲକର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଦୈନିକ ହଜାର ହଜାର ସଂଖ୍ୟାରେ ବାଇକ, ସାଇକେଲ, କାର, ବସ, ଛାତ୍ର ଛାତ୍ରୀ, ରୋଗୀ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକ ଯିବା ଆସିବା କରୁଛନ୍ତି। ରେଳ ଆସିବା ସମୟରେ ଗେଟ୍ ପଡୁଛି। ଗେଟ ଉଠିବା ପରେ ଉଭୟ ପାର୍ଶ୍ବର ଗାଡ଼ି ଯିବା ଆସିବା କରନ୍ତି। ଟ୍ରାକ ପାଖରେ ଥିବା ଫେଭର ବ୍ଲକକୁ ଦୁଇରୁ ତିନି ଇଞ୍ଚ୍ ଉଠାଯାଇଥିବାରୁ ଟ୍ରେନ ଟ୍ରାକ ଉପରକୁ ବାହାରି ପଡ଼ିଥିଲା ।
ଯାନ ଗୁଡ଼ିକ ଏକା ସମୟରେ ଟ୍ରାକ ଉପରେ ଯିବା ଆସିବା ବେଳେ ଚକ ଏପଟ ସେପଟ ହୋଇ ନିୟନ୍ତ୍ରଣ ହରାଇ ଗାଡ଼ିକୁ ଗାଡ଼ି ବାଡ଼େଇ ହେଉଥିଲେ। ପ୍ରତିଦିନ ଛଟବଡ଼ ଦୁର୍ଘଟନା ଘଟୁଥିଲା।ଏହି ଖବର ଗତ ବାର ତାରିଖରେ ପ୍ରମେୟରେ ଖବର ପ୍ରକାଶ ପାଇବା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ରାସ୍ତାକୁ ମରାମତି କରିଥିଲେ। ଯାତାୟାତକୁ ସରସ ସୁନ୍ଦର କରିଥିବାରୁ ପ୍ରମେୟକୁ ସଧାରଣ ଲୋକେ ଧନ୍ୟବାଦ୍ ଦେଇଛନ୍ତି।