ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ମଣ୍ଡଳର ରେଳ ଚାଳକ ଓ ସହ ଚାଳକଙ୍କ ବିକ୍ଷୋଭ

Published By : Prameya | April 5, 2025 10:47 PM

କେନ୍ଦୁଝର ସଦର,୫/୪ : ଅଖିଳ ଭାରତୀୟ ରେଳ ଚାଳକ ସଂଘ ଖୋର୍ଧା ରୋଡ଼ ରେଳ ମଣ୍ଡଳର କାର୍ଯ୍ୟକାରୀ ସମିତିର ନିଷ୍ପତ୍ତି ଅନୁସାରେ ମଣ୍ଡଳର ସମସ୍ତ କେନ୍ଦୁଝରଗଡ ସିସି ଅଫିସ ସାମ୍ନାରେ ଶନିବାର ଧାରଣା ଦେଇଥିଲେ। 

 ରେଲୱେ ବୋର୍ଡର ନିୟମକୁ ବେଖାତିର କରି ରେଳ ଚଳାଚଳ ଓ ସହ ଚାଳକମାନଙ୍କୁ ନିଜର ମୁଖ୍ୟାଳୟ ଠାରୁ ୩୬ ଘଣ୍ଟାରୁ  ଅଧିକ ତଥା ତିନି ରୁ ଚାରି ଦିନ ଦୂରରେ ରଖା ଯାଉଛି। ଯାହାଦ୍ୱାରା ରେଳ ଚାଳକମାନଙ୍କ ଶାରୀରିକ, ମାନସିକ ଓ ପାରିବାରିକ ସମସ୍ୟା ଦେଖା ଦେଉଛି। ଯାହାକି ପରବର୍ତ୍ତୀ ସମୟରେ ରେଳ ଦୁର୍ଘଟଣାର କାରଣ ସାଜୁଛି। ଲୋକ ପାଇଲଟଙ୍କୁ ନଅ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବାର ନିୟମ ନଥିବା ବେଳେ ଏହାଠାରୁ ଢେର ଅଧିକ ସମୟ କାମ କରାଇ ବେନିୟମ ଭାବେ ଡ୍ୟୁଟି ସମୟକୁ କମ୍ପୁଟରର ସିଏମଏସ ମାଧ୍ୟମରେ କାଟି ଦିଆ ଯାଉଛି ନଚେତ ଡ୍ୟୁଟିକୁ ଭାଗ ଭାଗ କରି ପଦର୍ଶିତ କରାଯାଉଛି । 

ରେଲୱେ ବୋର୍ଡ ବା ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଦୀର୍ଘ ସମୟର ବେନିୟମ ଡ୍ୟୁଟି ବିଷୟରେ ଅବଗତ ହୋଇ ପାରିବେ ନାହିଁ। କୌଣସି ଷ୍ଟେସନରେ ଡ୍ୟୁଟିରୁ ରିଲିଭ ହେଲେ ଷ୍ଟେସନ ମାଷ୍ଟରଙ୍କ ନିକଟରୁ ବେନିୟମ ଭାବେ ଷ୍ଟାମ୍ପ ନେବାକୁ ବାଧ୍ୟ କରାଯାଉଛି। ଅଖିଆ ଅପିଆ ଭାବେ ଦୀର୍ଘ ସମୟର ଡ୍ୟୁଟି ପରେ ଷ୍ଟେସନ ମାଷ୍ଟର ଏକ ଘଣ୍ଟା ପାଞ୍ଚ ମିନିଟ ଅପେକ୍ଷା କରାଇବା ପରେ  ଷ୍ଟାମ୍ପ ମାରି ଟିକେଟ ଫେରାଉଛନ୍ତି। ରେଳବାଇର କୌଣସି ନିୟମ ନ ଥିଲେ ମଧ୍ୟ ଏକ ଗୁଗୁଲ ସିଟରେ ନାମ ପଞ୍ଜିକରଣ କରିବାକୁ  ବାଧ୍ୟ କରାଯାଉଛି।

 ଏହି ସମସ୍ତ ଶାରୀରିକ, ମାନସିକ ଓ ପାରିବାରିକ ନିର୍ଯ୍ୟାତନା ବିରୋଧରେ ଖୋର୍ଧା ରୋଡ଼ ମଣ୍ଡଳ ଶାଖାରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦାସ, ସଖା ସଚିବ   ଜ୍ୟୋତି ରଞ୍ଜନ ରାଉତ, ଦିଲୀପ ସାହୁ, ସଦାନନ୍ଦ ସାହୁ ,କମଳାକାନ୍ତ ସାହୁ,ଅରବିନ୍ଦ ନିରାଲା, ଡି ସି ବେହେରାଙ୍କ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।  ଖୋର୍ଧା ମଣ୍ଡଳର କେନ୍ଦୁଝରଗଡ଼, ପାରାଦୀପ, କଟକ, ଭୁବନେଶ୍ୱର, ଭଦ୍ରକ,ପୁରୀ, ତାଳଚେର, ପୋଲାସା ପ୍ରଭୁତି ସ୍ଥାନ ମାନଙ୍କରେ ମଧ୍ୟ ବିକ୍ଷୋଭ ପଦର୍ଶିତ ହୋଇଥିଲା। ଏଥିରେ ଶତାଧିକ ରେଳ ଚାଳକ ଓ ସହ ଚାଳକ ଭାଗ ନେଇଥିବା ବେଳେ ରେଳ ପ୍ରଶାସନ ଏହାର ତୁରନ୍ତ ସମାଧାନ ନ କଲେ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ବୋଲି ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.