ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହେଲେ ରେଳ ଚାଳକ

Published By : Suraj Kumar | October 1, 2024 8:24 PM

ଭୁବନେଶ୍ବର,୧/୧୦ :  ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ଜଟଣୀ ଲୋକ କଲୋନୀରେ ରେଳ ଚାଳକଙ୍କ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 

ଡିଭିଜିନାଲ ରନିଂ ଷ୍ଟାଫ ଟ୍ରେନିଂ ସେଣ୍ଟର ତରଫରୁ ଡିଭିଜିନାଲ ଇଲେକ୍ଟ୍ରିକାଲ ଇଂଜିନିୟର ସୁମନ୍ତ ବେହୁରାଙ୍କ ନେତୃତ୍ୱରେ ଏହା ଆୟୋଜିତ ହୋଇଥିଲା ରାସ୍ତା, ଟ୍ରେନିଂ ସେଣ୍ଟର ଓ ତାହାର ଚାରିପାଖରେ ଥିବା ଆବର୍ଜନା ସବୁକୁ   ସଫା କରାଯାଇ ପୋତା ଯାଇଥିଲା। ଶୁଖିଲା ଆବର୍ଜନା ଗୁଡିକୁ ନିଆଁ ଲଗା ଯାଇ ନଷ୍ଟ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଏଲଆଇ ତଥା ଇନଷ୍ଟ୍ରକ୍ଟର ଅବନୀ ମହାପାତ୍ର ଓ ଏସ. ଏମ ରୁକ୍ମଣୀଙ୍କ ସମେତ ରେଳ ମଣ୍ଡଳର କେନ୍ଦୁଝରରୁ ନବୀନ ପଲେଇ, ଆଶିଷ ମହାନ୍ତ, ଭାଗବତ ବେହେରା, ଶୁଭ୍ରାଂଶୁ ବିଶ୍ୱାଳ, ନରେନ୍ଦ୍ର ମହାନ୍ତ ଯଖପୁରାରୁ ଆନନ୍ଦ ସାହୁ, ପାରାଦୀପରୁ ସୂର୍ଯ୍ୟକାନ୍ତ ଓଝା,  ପୁରୀରୁ ସରୋଜ କୁମାର ନାଏକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦିତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.