ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଭାରତୀୟ ରେଳବାଇର ବମ୍ପର୍ ଅଫର୍; ଆରମ୍ଭ ହେଲା ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍, ଯିବା-ଆସିବା ପାଇଁ ଟିକେଟ୍‌ କଲେ ୨୦% ରିହାତି

Published By : Swapna Ray | August 9, 2025 2:02 PM

ନୂଆଦିଲ୍ଲୀ,୦୯/୦୮: ଯାତ୍ରୀଙ୍କ ପାଇଁ ବମ୍ପର୍ ଅଫର୍ ଆଣିଛି ଭାରତୀୟ ରେଳବାଇ । ଆଣିଲା ନୂଆ ପ୍ୟାକେଜ୍ ପ୍ଲାନ୍ । ଶନିବାରଠାରୁ ରେଳବାଇ ଆରମ୍ଭ କରିଛି ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍ । ପାର୍ବଣ ଋତୁରେ ଭିଡ଼କୁ ପରିଚାଳନା କରିବା ଏବଂ ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବା ଲାଗି ରେଳବାଇ 'ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍' ଯୋଜନା ଘୋଷଣା କରିଛି । ଏହି ଯୋଜନା ଅନୁଯାୟୀ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯିବା ଓ ଆସିବା ଲାଗି ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନଙ୍କୁ ଫେରିବା ଟିକେଟର ମୂଳ ଭଡ଼ାରେ ୨୦% ରିହାତି ମିଳିବ । ରେଳ ଯାତ୍ରାକୁ ସୁଗମ ଓ ଅଧିକ ଆଦୃତ କରିବା ପାଇଁ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

'କନେକ୍ଟିଂ ଜର୍ନି ଫିଚର' ମାଧ୍ୟମରେ ବୁକ୍ ହେବ ଟିକେଟ୍: 

କହିରଖୁ କି, ଏହି ଯୋଜନା ୧୪ ଅଗଷ୍ଟ ୨୦୨୫ ରୁ ଆରମ୍ଭ ହେବ । ଏହା ଅଧୀନରେ, ପ୍ରଥମେ ପରବର୍ତ୍ତୀ ଯାତ୍ରା ପାଇଁ ୧୩ ଅକ୍ଟୋବର ୨୦୨୫ ମଧ୍ୟରେ ଟିକେଟ୍ ବୁକ୍ କରିବାକୁ ପଡ଼ିବ । ଏହା ପରେ, 'କନେକ୍ଟିଂ ଜର୍ନି ଫିଚର୍' ମାଧ୍ୟମରେ ୧୭ ନଭେମ୍ବର ୨୦୨୫ ରୁ ୧ ଡିସେମ୍ବର ୨୦୨୫ ମଧ୍ୟରେ ଫେରିବା ଯାତ୍ରା ପାଇଁ ଟିକେଟ୍ ବୁକ୍ କରିବାକୁ ହେବ । ଉଭୟ ପାର୍ଶ୍ୱର ଟିକେଟ ନିଶ୍ଚିତ ହେଲେ ଏବଂ ସମାନ ଯାତ୍ରୀଙ୍କ ନାଁରେ ଥିଲେ ଏହି ଯୋଜନାରେ ରିହାତି ମିଳିବ । ଫେରିବା ଟିକେଟ୍ ବୁକିଂ ପାଇଁ ଆଗୁଆ ସଂରକ୍ଷଣ ଅବଧି ପ୍ରଯୁଜ୍ୟ ହେବ ନାହିଁ । କେବଳ ଫେରିବା ଯାତ୍ରାର ମୂଳ ଭଡ଼ା ଉପରେ ରିହାତି ଦିଆଯିବ । ରେଳବାଇ କହିଛି ଯେ, ଏହି ଯୋଜନା ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ କାର୍ଯ୍ୟକାରୀ କରାଯାଇଛି । ବିଭାଗ ପକ୍ଷରୁ ଆଶା ରଖାଯାଇଛି ଯେ, ରାଉଣ୍ଡ ଟ୍ରିପ୍ ପ୍ୟାକେଜ ଜରିଆରେ ଲୋକ ରେଳ ଯାତ୍ରା କରିବାକୁ ଉତ୍ସାହିତ ହେବେ । ଅନ୍ୟପକ୍ଷେ ବିଭାଗର ଏହି ଅଫର୍ ଭବିଷ୍ୟତରେ ସଫଳ ହେବ ବୋଲି ରେଳବାଇ ଆଶାବାଦୀ । ଏଥିସହ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.