ପ୍ରମୂଖ ଖବର
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଯାତ୍ରୀ ନିରାପତ୍ତା ବୃଦ୍ଧି ଉପରେ ଫୋକସ: ୭୪ ହଜାର କୋଚ୍‌,୧୫ ହଜାର ଇଞ୍ଜିନରେ ସିସିଟିଭି ଲଗାଇବ ରେଲୱେ

Published By : Prameya | July 14, 2025 11:10 AM

ନୂଆଦିଲ୍ଲୀ,୧୪/୦୭: ଯାତ୍ରୀ ସୁବିଧାକୁ ନଜରରେ ରଖି ରେଲୱେ ଏହାର ସମସ୍ତ ୭୪  ହଜାର କୋଚ୍‌ରେ ସିସିଟିଭି କ୍ୟାମେରା ଲଗାଇବ । ଏହା ସହ ୧୫ ହଜାର ଇଞ୍ଜିନରେ ମଧ୍ୟ ଏଭଳି କ୍ୟାମେରା ଲଗାଯିବ । ଏହା ଦ୍ୱାରା ଯାତ୍ରୀ ନିରାପତ୍ତାକୁ  ଆହୁରି ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି ରେଲୱେ ।  

ଟ୍ରେନରେ ବିଭିନ୍ନ ସମୟରେ ଅସାମାଜିକ ଲୋକଙ୍କ ଦ୍ୱାରା ଯାତ୍ରୀମାନେ ଚୋରୀ ସହ ବିଭିନ୍ନ ସମସ୍ୟା ସାମ୍ନା କରିଥାନ୍ତି । ମାତ୍ର ଆଗକୁ ସିସିଟିଭି କ୍ୟାମେରା ଦ୍ୱାରା ଏଭଳି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସିସିଟିଭି କ୍ୟାମେରାଗୁଡ଼ିକ  ଯାତ୍ରୀ ଚଳାଚଳ ସ୍ଥାନ କବାଟ ପାଖରେ ଲଗାଯିବ । 

ଟ୍ରେନ କୋଚ୍‌ ଏବଂ ଇଞ୍ଜିନରେ ସିସିଟିଭି  ଲଗାଇବା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ରେଳ  ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ । ଏହି ଅବସରରେ ରେଳ ବୋର୍ଡର  ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ନର୍ଦନ  ରେଲୱେରେ ଉଭୟ କୋଚ୍‌ ଏବଂ ରେଳ ଇଞ୍ଜିନରେ  ସିସିଟିଭିର ପରୀକ୍ଷଣ ଭିତିରେ କାର୍ଯ୍ୟକାରୀ ସଫଳ  ହୋଇଛି । ଏହା ପରେ ସମସ୍ତ ୭୪ ହଜାର କୋଚ୍‌  ଏବଂ ୧୫ ହଜାର ଇଞ୍ଜିନରେ ସିସି ଟିଭି ଲଗାଇବାକୁ  ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମଞ୍ଜୁରୀ ଦେଇଛନ୍ତି । 

ପ୍ରତି କୋଚ୍‌ରେ ୪ ଗମ୍ଭୁଜ ଆକୃତିର ସିସି  ଟିଭି ଲାଗିବ । ପ୍ରତି ପ୍ରବେଶ ପଥ ପଟେ ୨ଟି  ଲେଖାଏ ଏଭଳି ସିଷ୍ଟମ ଲାଗିବ । ସେହିଭଳି  ଲୋକୋମୋଟିଭରେ ୬ଟି ସିସି ଟିଭି ଲାଗିବ ।  ଏହାର ସ୍ଥିତି ସାମ୍ନା, ପଛ-ଭାଗ ଏବଂ ଇଞ୍ଜିନର  ଉଭୟ ପାଶ୍ୱର୍ରେ ଲାଗିବ । ଇଞ୍ଜିନରେ ଲୋକୋ  ପାଇଲଟଙ୍କ ପ୍ରତି କ୍ୟାବିନରେ ଗୋଟିଏ ଲେଖାଏ  ସିସିଟିଭି ଲାଗିବ । ସେହିଭଳି ୨ ଡିସ୍କ ମାଉଣ୍ଡେଡ୍‌  ମାଇକ୍ରୋଫୋନ ମଧ୍ୟ ଲଗାଯିବ । 

ସିସିଟିଭି କ୍ୟାମେରା ଗୁଡ଼ିକ ଏସ୍‌ଟିକ୍ୟୁସି  ସାର୍ଟିଫାଏଡ ଏବଂ ସଦ୍ୟତମ ଟେକ୍ନୋଲୋଜି ବିଶିଷ୍ଟ  ହେବ । ଏହା ୧୦୦ କିମି ପ୍ରତିଘଣ୍ଟାରୁ ଅଧିକ ସ୍ପିଡ ଏବଂ କମ୍‌ ଆଲୁଅରେ ମଧ୍ୟ ଭଲ ଫଟୋ ନେବାକୁ  ସହାୟକ ହେବ । ରେଳ ଯାତ୍ରୀଙ୍କ ପ୍ରିଭେସୀକୁ  ନଜରରେ ରଖି ଡୋର୍‌ ନିକଟରେ ଥିବା କମନ  ଏରିଆରେ କ୍ୟାମେରା ଲଗାଇବ । ସିସିଟିଭି ଗୁଡ଼ିକର  ଫୁଟେଜ୍‌ର ଗୁଣବତ୍ତା ଏବଂ ଡାଟା ନିରାପତ୍ତା କ୍ଷେତ୍ରରେ  କୌଣସି ସାମିଲ କରାଯିବ ନାହିଁ । 

ରେଲୱେ ଇଣ୍ଡିଆ ଏଆଇ ମିଶନ ସହ ମିଳିତ  ହୋଇ ଏ କ୍ଷେତ୍ରରେ କାମ କରିବ । ସିସିଟିଭି  ଡାଟା ଉପରେ ଏଆଇ ମଧ୍ୟ ବ୍ୟବହାର କରାଯିବ । ଏହା ଦ୍ୱାରା ସଂନ୍ଦିଗ୍ଧ ଗତିବିଧିକୁ ମାପିବା ସହ  ନିରାକରଣରେ ଏହା ସହାୟକ ହେବ । ଏ କ୍ଷେତ୍ରରେ  ବିଶ୍ୱ ସ୍ତରୀୟ ଟେକ୍ନୋଲୋଜି ବ୍ୟବହାର କରିବାକୁ ରେଳ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଭାରତୀୟ ରେଳର  ଆଧୁନିକିକରଣ ସୁରକ୍ଷିତ ଏବଂ ଉଚ୍ଚ ଆକାଂକ୍ଷୀ  ରେଳ ଯାତ୍ରୀଙ୍କ ନଜରରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ  କରାଯାଇଛି ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.