ଭୁବନେଶ୍ୱର,୨୩/୧୨: ଲଗାଣା ବର୍ଷା ଓ ତାପମାତ୍ରା ହ୍ରାସ ଯୋଗୁଁ ରାଜଧାନୀରେ ମଶାର ସାନ୍ଦ୍ରତା କମିଛି । ମଶା ସଂଖ୍ୟା ହ୍ରାସ ପାଇଛି । ଫଳରେ ରାଜଧାନୀବାସୀ ସାମାନ୍ୟ  ଆଶ୍ୱସ୍ତି ଲାଭ କରିଛନ୍ତି । ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ପ୍ରବଳ ବର୍ଷା ହୋଇଛି ।  ଫଳରେ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୮ ଡିଗ୍ରୀ କମି ଯାଇଛି । ବିଶେଷଜ୍ଞଙ୍କ କହିବା  କଥା, ଥଣ୍ଡା ବଢ଼ିବାରୁ ମଶାଙ୍କ ସାନ୍ଦ୍ରତା ଅପେକ୍ଷାକୃତ କମ୍‌ ରହେ । ଶୀତ ଜାରି ରହିଲେ,  ମଶାଙ୍କ ସଂଖ୍ୟା ଆହୁରି କମିବ । ଗତ ମାସେ ହେବ ଭୁବନେଶ୍ୱରରେ ମଶାଙ୍କ ସାନ୍ଦ୍ରାତା  ବଢ଼ିଥିଲା । ସାନ୍ଦ୍ରତା ପାଖାପାଖି ୮୦ ଛୁଇଁଥିଲା । ସହରବାସୀ ଅସ୍ତବ୍ୟସ୍ଥ ହୋଇ ପଡ଼ିଥିଲେ ।  ଏବେ କିନ୍ତୁ ମଶାର ସାନ୍ଦ୍ରତା କମିବା ଫଳରେ ବିଏମ୍‌ସି ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛି ।