ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜ୍ୟରେ ୪ ଯାଏଁ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

Published By : Suraj Kumar | April 2, 2025 9:12 PM

ଭୁବନେଶ୍ବର, ୨।୪ : ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା। ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବ । ଏଥି  ସହ ରାଜ୍ୟରେ ଆଗାମୀ ୪ ତାରିଖ ଯାଏ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବର୍ଷା ପାଇଁ ୧୨ ଜିଲ୍ଲାକୁ  ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା  ନୂଆପଡ଼ା, ସୋନପୁର ,ବୌଦ୍ଧ, ଅନୁଗୁଳ, ସମ୍ବଲପୁର , ଦେଓଗଡ,  ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ,ମୟୁରଭଞ୍ଜ, କେକେନ୍ଦୁଝର ଓ ବଲାଙ୍ଗୀର ।  ଏହି ସମୟରେ ୩୦ ରୁ ୪୦ ଡିଗ୍ରୀ ପବନ ବହିବା ର ସମ୍ଭାବନା ରହିଛି। 

ସେହିପରି ଗୁରୁବାର  ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ବଲାଙ୍ଗୀର ସୋନପୁର ବରଗଡ଼ ସମ୍ବଲପୁର ଝାରସୁଗୁଡା ସୁନ୍ଦରଗଡ କେନ୍ଦୁଝଗର ଓ ମୟୁରଭଞ୍ଜ ଏହି ୧୫  ଜିଲାକୁ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ବେଗରେ ରେ ପବନ ବହିବା ର ସମ୍ଭାବନା ରହିଛି । 

ସେହିପରି ୪ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ପବନ ବହିବ। ଉପକୂଳ ଓଡ଼ିଶାରେ ବିଶେଷ କରି ବର୍ଷାର ପ୍ରଭାବ ରହିବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ ,ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,  କେନ୍ଦୁଝର,  ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଏହି ୨୦ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରିଛି  ପାଣିପାଗ ବିଭାଗ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.