ଭୁବନେଶ୍ବର, ୨।୪ : ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା। ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବ । ଏଥି  ସହ ରାଜ୍ୟରେ ଆଗାମୀ ୪ ତାରିଖ ଯାଏ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବର୍ଷା ପାଇଁ ୧୨ ଜିଲ୍ଲାକୁ  ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା  ନୂଆପଡ଼ା, ସୋନପୁର ,ବୌଦ୍ଧ, ଅନୁଗୁଳ, ସମ୍ବଲପୁର , ଦେଓଗଡ,  ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ,ମୟୁରଭଞ୍ଜ, କେକେନ୍ଦୁଝର ଓ ବଲାଙ୍ଗୀର ।  ଏହି ସମୟରେ ୩୦ ରୁ ୪୦ ଡିଗ୍ରୀ ପବନ ବହିବା ର ସମ୍ଭାବନା ରହିଛି। 

ସେହିପରି ଗୁରୁବାର  ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ବଲାଙ୍ଗୀର ସୋନପୁର ବରଗଡ଼ ସମ୍ବଲପୁର ଝାରସୁଗୁଡା ସୁନ୍ଦରଗଡ କେନ୍ଦୁଝଗର ଓ ମୟୁରଭଞ୍ଜ ଏହି ୧୫  ଜିଲାକୁ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ବେଗରେ ରେ ପବନ ବହିବା ର ସମ୍ଭାବନା ରହିଛି । 

ସେହିପରି ୪ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ ରୁ ୫୦ କିମି ପବନ ବହିବ। ଉପକୂଳ ଓଡ଼ିଶାରେ ବିଶେଷ କରି ବର୍ଷାର ପ୍ରଭାବ ରହିବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ ,ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,  କେନ୍ଦୁଝର,  ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଏହି ୨୦ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରିଛି  ପାଣିପାଗ ବିଭାଗ।