ନୂଆଦିଲ୍ଲୀ,୨୪।୯:  ରାଇସିନା ହିଲ୍ସରେ ଥିବା ରାଷ୍ଟ୍ରପତି ଭବନର ଜମି ଗୁରୁଦ୍ବାର ରକାବଜଙ୍ଗର। ଏଭଳି କିଛି ଦାବି କରିଛନ୍ତି ଇତିହାସକାର ସର୍ଦ୍ଦାର ତରଲୋଚନ ସିଂହ। ଏଏନ୍‌ଆଇର ପଡକାଷ୍ଟରେ ସେ ଦାବି କରିଛନ୍ତି ଯେ, ଦିଲ୍ଲୀକୁ ତିଆରି କରିବାରେ ଶିଖ୍‌ଙ୍କର ଯୋଗଦାନ ରହିଛି। ଏହା ପଢିବା ଓ ଜାଣିବା ସରକାର, ଦିଲ୍ଲୀ କିପରି ତିଆରି ହୋଇଛି ? ସର୍ଦ୍ଦାର ତରଲୋଚନ ସିଂହ କହିଛନ୍ତି, ସଂସଦ ଭବନ ବାହାରେ ଗୁରୁଦ୍ବାରା ରକାବଗଞ୍ଜ ରହିଛି, ତାହାର ଜମି ରହିଛି, ଯାହାକି ଆଖପାଖରେ ରହିଛି। ରାୟସିନା ହିଲ୍ସର ମାଲିକ ହେଉଛି ଗୁରୁଦ୍ବାର ଓ ସେହି ଜମି ଶିଖ୍‌ଙ୍କର । ତାକୁ ତିଆରି କରିଥିବା ଲୋକ ମଧ୍ୟ ଶିଖ୍‌।

ସଂଖ୍ୟାଲଘୁ କମିଶନ୍‌ର ପୂର୍ବତନ ଚେୟାରପର୍ସନ ତରଲୋଚନ ସିଂହ କହିଛନ୍ତି, କୌଣସି ଭାରତୀୟ ବହିରେ ମହାରାଜ ରଣଜିତ ସିଂହଙ୍କ ଉପରେ କୌଣସି ବିଷୟ ନାହିଁ। ଆମର ଏତିକି ଦୁଃଖ ଯେ, ବହିରେ ଏହା କୁହାଯାଇନି ମହାରାଜା ରଣଜିତ ସିଂ କିଏ ଥିଲେ। ଏହା ଠିକ୍ ନୁହେଁ ଓ ତାଙ୍କ ବିଷୟରେ ଦେଶର ଲୋକଙ୍କୁ ସୂଚନା ରହିବା ଦରକାର।ସେ ଖଲିସ୍ତାନୀ ବିଚ୍ଛିନ୍ନବାଦୀଙ୍କୁ ନେଇ କହିଛନ୍ତି ଯେ, କାନାଡା, ଅଷ୍ଟ୍ରେଲିଆ ଓ ବ୍ରିଟେନ ଭଳି ଦେଶ ଯେଉଁମାନେ ଡାୟସ୍ପୋର, ସେମାନେ ଏହି ଦାବି ଉଠାଇଛନ୍ତି ଯେ, ଶିଖ୍‌ଙ୍କର ରେଫରେଣ୍ଡମ୍‌ ହେବ। ଚିନ୍ତାର କଥା ଏହା ଯେ, ଆମର ନିଷ୍ପତ୍ତି ତ ଆମେ ନେଇ ପାରିବୁ। ବାହାର ଲୋକ କିଭଳି ନିଷ୍ପତ୍ତି ନେଇ ପାରିବେ ? ତାଙ୍କୁ ଏହା ବୁଝିବା ଦରକାର ଯେ, କାନାଡାରେ ରେଫରଣ୍ଡମ୍ ଦ୍ବାରା କିଛି ହେବନି। ସେମାନେ ଯେଉଁ ରେଫରଣ୍ଡମ୍ କଥା କହୁଛନ୍ତି, ତାହା ତ ଏଠାରେ ହେବା ଦରକାର। କେବଳ ସେତିକି ନୁହେଁ ସିଖ୍ ବିଚ୍ଛିନ୍ନବାଦୀ ମଧ୍ୟ ପରାମର୍ଶ ଦେଇଛନ୍ତି ଓ କହିଛନ୍ତି, ଯଦି ବାସ୍ତବରେ ବାହାରେ ବସିଥିବା ଲୋକ ପଞ୍ଜାବ ପାଇଁ କିଛି କରିବାକୁ ଚାହାଁନ୍ତି, ତେଣୁ ଏଠାରେ ନିବେଶ କରନ୍ତୁ। ଶିକ୍ଷା, ସ୍ବାସ୍ଥ୍ୟ ଓ ଉଦ୍ୟୋଗରେ ଯୋଗଦାନ କରନ୍ତୁ। ଏହାଦ୍ବାରା ପଞ୍ଜାବର ଉନ୍ନତି ହେବ।

କେବଳ ସେତିକି ନୁହେଁ, ଏହି ସମୟରେ ସେ ମହାରାଣା ରଣଜିତ ସିଂହଙ୍କ ପକ୍ଷରୁ ସେକୁଲାରିଜିମ୍‌ର ନୀତିର ମଧ୍ୟ ଆଲୋଚନା କରିଥିଲେ ତରଲୋଚନ ସିଂହ। ସେ କହି ଅମୃତସରରେ ଯେତେ ସୁନା ରହିଛି, ସେତିକି ସୁନା ଲାହୋରର ସୁନହରୀ ମସଜିଦରେ ରହିଛି।ଏହାଛଡା ଏତିକି ସୁନା କାଶୀ ବିଶ୍ବନାଥ ମନ୍ଦିରରେ ଲାଗିଛି। ଏହି ଦାନ ମହାରାଜା ରଣଜିତ ସିଂହ ଦେଇଥିଲେ, ଯିଏକି ମହାନ ଶିଖ୍ ଶାସକ ଥିଲେ ବୋଲି ସେ କହିଛନ୍ତି।