ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନରଗିସଙ୍କ ପ୍ରେମରେ ପାଗଳ ଥିଲେ ରାଜ କପୁର, ବିଚ୍ଛେଦ ପରେ ନିଜକୁ ବର୍ବାଦ କରିଥିଲେ

Published By : Ankita S | December 15, 2024 11:32 AM

ମୁମ୍ବାଇ,୧୫/୧୨: ବଲିଉଡର ଶୋ ମ୍ୟାନ ରାଜ କପୁର । ଦମଦାର ଅଭିନୟ ପାଇଁ ତ ଚର୍ଚ୍ଚାରେ ଥିଲେ । ହେଲେ ଲଭ ଲାଇଫକୁ ନେଇ ଅଧିକ ଲାଇମ ଲାଇଟରେ ଥିଲେ ସେ । ଅଭିନୟ ଛଡା ବ୍ୟକ୍ତିଗତ ଲାଇଫକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ । ଅଭିନେତ୍ରୀ ନରଗିସଙ୍କ ପ୍ରେମରେ ପାଗଳ ଥିଲେ ରାଜ କପୁର । ବିଚ୍ଛେଦ ପରେ ନିଜକୁ ବର୍ବାଦ କରି ଦେଇଥିଲେ ସେ । 

ଅନେକ ଅଭିନେତ୍ରୀଙ୍କ ସହ ରାଜ କପୁରଙ୍କ ନାମ ଯୋଡା ଯାଇଥିଲା । ସବୁଠୁ ଅଧିକ ନରଗିସଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ରାଜ କପୁର । 'ଶ୍ରୀ ୪୨୦' ଫିଲ୍ମ ସୁଟିଂ ସେଟରୁ ନରଗିସଙ୍କ ସହ ରାଜ କପୁରଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ଏହିଠୁ ଉଭୟଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା । ଦୁଇଜଣଙ୍କ ବିବାହ ହୋଇନଥିଲା ସତ ହେଲେ ଉଭୟ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥିଲେ । କୃଷ୍ଣାଙ୍କୁ ବିବାହ କରିବା ପରେ ବି ନରଗିସଙ୍କ ସହ ରାଜ କପୁର ରିଲେସନରେ ଥିବା ଚର୍ଚ୍ଚା ହେଉଥିଲା । ୭ ବର୍ଷ ଦୁହେଁ ଏକାଠୀ ଥିଲେ ।

ରାଜ କପୁରଙ୍କଠୁ ଅଲଗା ହେବା ପରେ ନରଗିସ୍ ୧୯୫୮ର ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ । ମଧୁ ଜୈନଙ୍କ ଲିଖିତ ପୁସ୍ତକ 'ଦ କପୁର: ଦ ଫଷ୍ଟ ଫିଲ୍ମ ଫ୍ୟାମିଲି ଅଫ୍ ଇଣ୍ଡିଆନ ସିନେମା' ମୁତାବିକ ନରଗିସ୍ ସୁନୀଲ ଦତ୍ତଙ୍କୁ ବିବାହ କରିବା ପରେ ରାଜ କପୁର ନିଜକୁ ଅସହାୟ ଅନୁଭବ କରୁଥିଲେ । ତାଙ୍କୁ ଲାଗୁଥିବା ତାଙ୍କ ସହ ଧୋକା ହୋଇଛି । ଏହାପରେ ନିଜକୁ ନିଜ ହାତରେ ବର୍ବାଦ କରିଥିଲେ ସେ । ସିଗାରେଟ, ମଦକୁ ନିଜର ବନ୍ଧୁ କରିଥିଲେ । ନିଜକୁ ସିଗାରେଟ ନିଆଁରେ ଜାଳୁଥିଲେ । ଏପରିକି ପତ୍ନୀ କିଷ୍ଣାଙ୍କୁ ନିଜର ଆଫେୟାର ବିଷୟରେ କହିଥିଲେ ।

ଉକ୍ତ ପୁସ୍ତକରୁ ଏହା ଜଣାପଡିଛି କି, ନରଗିସଙ୍କ ସହ ବିଚ୍ଛେଦ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ରାଜ କପୁର । ନିଶାସକ୍ତ ଅବସ୍ଥାରେ ଘରକୁ ଆସୁଥିଲେ । ନରଗିସଙ୍କଠୁ ବିଚ୍ଛେଦ ଦୁଃଖରେ ରାତି ରାତି କାନ୍ଦୁଥିଲେ ରାଜ କପୁର । ଦୁହେଁ ପରସ୍ପରକୁ ଭଲ ପାଉଥିଲେ ସତ ହେଲେ ଜୀବନସାଥୀ ହୋଇପାରି ନଥିଲେ । ପରବର୍ତ୍ତୀ ସମୟରେ କୃଷ୍ଣାଙ୍କୁ ବିବାହ କରିଥିଲେ ରାଜ କପୁର ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.