ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗଙ୍ଗାର ମଇଳା ଜଳକୁ ଛୁଇଁ ପାରିବି ନାହିଁ ... : ମହାକୁମ୍ଭ ସ୍ନାନକୁ ନେଇ ରାଜ ଠାକରେଙ୍କ ପ୍ରତିକ୍ରିୟା

Published By : Prameya | March 9, 2025 9:15 PM

ନୂଆଦିଲ୍ଲୀ : ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ)ର ପ୍ରମୁଖ ରାଜ ଠାକରେ ଗଙ୍ଗା ନଦୀର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି କି, କୌଣସି ବି ନଦୀ ପରିଷ୍କାର ନୁହେଁ। ଠାକରେ ମନସେର ସ୍ଥାପନାର ୧୯ ବର୍ଷ ପୂରା ହେବା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟିପ୍ପଣୀ କରିଛନ୍ତି। ମନସେ ପ୍ରମୁଖ କହିଛନ୍ତି କି, ତାଙ୍କ ପାର୍ଟିର ନେତା ବାଲା ନନ୍ଦଗାଁଓକର ମହାକୁମ୍ଭରୁ ପବିତ୍ର ଜଳ ନେଇ ଆସି ଥିଲେ, ହେଲେ ସେ ଏହାକୁ ପିଇବାକୁ ମନା କରି ଦେଇଥିଲେ। ରାଜ ଠାକରେ କହିଲେ ,ମୁଁ ଗଙ୍ଗା ନଦୀର ସ୍ଥିତି ବିଷୟରେ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଦେଖିଛି। ମୁଁ କିଛି ଲୋକଙ୍କୁ ନଦୀରେ ନିଜ ଶରୀରକୁ ଧୋଇବା ଓ ସ୍ନାନ କରିବା ମଧ୍ୟ ଦେଖିଛି। 

ରାଜ ଠାକରେ ଦାବି କରିଛନ୍ତି କି, କିଛି ବି ନଦୀ ସଫା ନୁହେଁ। ସେ କହିଛନ୍ତି , ଯେବେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ, ସେବେଠାରୁ ଏହି ଦାବି ଶୁଣି ଆସୁଛି ଯେ ଗଙ୍ଗା ଖୁବ୍ ଶୀଘ୍ର ସଫା ହୋଇଯିବ। ଏବେ ଏହି କଥାରୁ ବାହାରକୁ ଆସିବାର ସମୟ ଆସି ଯାଇଛି। ସେ କହିଛନ୍ତି କି, ଲୋକଙ୍କୁ ଅନ୍ଧବିଶ୍ୱାସରୁ ବାହାରକୁ ଆସିବା ଉଚିତ। ମୁଁ ଏହି ଗଙ୍ଗାର ମଇଳା ପାଣିକୁ ଛୁଇଁ ପାରିବି ନାହିଁ ,ଯେଉଁଠି କୋଟି କୋଟି ଲୋକ ସ୍ନାନ କରିଛନ୍ତି। ଠାକରେ ପ୍ରଶ୍ନ କରିଛନ୍ତି , ଯଦି ଲୋକ ନିଜର ପାପର ପ୍ରାୟଶ୍ଚିତ କରିବାକୁ ପ୍ରୟାଗରାଜ ଯାଇଛନ୍ତି ଏବଂ ଗଙ୍ଗାରେ ସ୍ନାନ କଲେ, ତ ସେମାନେ ପ୍ରକୃତରେ କଣ  ନିଜ ପାପରୁ ମୁକ୍ତ ହୋଇଯିବେ? ସେ କହିଛନ୍ତି ଯେ, ଏବେ ଆପଣ ବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ପ୍ରଭେଦ ବୁଝି ପାରୁଥିବେ।

ରାଜ ଠାକରେ କହିଛନ୍ତି , ଏହି ମାମଲା ନଦୀର ଜଳ ସଫେଇର । ସେ କହିଛନ୍ତି , ଆମ ଦେଶରେ କୌଣସି ବି ନଦୀ ସଫା ନୁହେଁ , ତଥାପି ଆମେ ଏହି ନଦୀ ଗୁଡ଼ିକୁ ମାତା ଭାବେ ମାନୁ। ବିଦେଶରେ ନଦୀ ଗୁଡ଼ିକ ସଫା ସୁତୁରା ହୋଇଥାନ୍ତି, କିନ୍ତୁ ସେଠାରେ ନଦୀଗୁଡ଼ିକୁ ମାତା କୁହାଯାଏ ନାହିଁ । ଆମର ଏଠାରେ ତ ଲୋକେ ନଦୀ ଗୁଡ଼ିକରେ ସ୍ନାନ କରନ୍ତି, କପଡ଼ା ଧୁଅନ୍ତି ଏବଂ ଯାହା ଚାହାନ୍ତି କରନ୍ତି। ଏହା କେତେ ଦୂର ଉଚିତ୍ କାର୍ଯ୍ୟ। ମନସେ ପ୍ରମୁଖ କରୋନା ସମୟର କଥା ଦର୍ଶାଇ କହିଛନ୍ତି , ଏବେ ଏବେ କୋଭିଡ ଆସିଥିଲା । ୨ ବର୍ଷ ଯାଏ ଲୋକ ମୁହଁରେ ମାସ୍କ ଲଗେଇ ବୁଲୁ ଥିଲେଯ ଏବେ ସେଠାରେ ଯାଇ ସ୍ନାନ କରୁଛନ୍ତି। କେହି ସେହି ଗଙ୍ଗାରେ ଯାଇ ଡ଼େଇଁବ ? ଶ୍ରଦ୍ଧାର ମଧ୍ୟ କିଛି ଅର୍ଥ ହେବା ଉଚିତ୍‌। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.