ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା ଗିରଫ

Published By : Rasmita Pradhan | March 20, 2025 8:38 AM

ଭୁବନେଶ୍ଵର, ୨୦/୦୩ : ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ସହଯୋଗୀ ଗିରଫ। ସମୀର ଜେନାଙ୍କୁ ଗିରଫ କଲା ଇଓଡବ୍ଲୁ। ସମୀରଙ୍କୁ କେନ୍ଦୁଝରରୁ ଗିରଫ କରାଯାଇଥିବା ସୂଚନା ଦେଲେ ଇଓଡବ୍ଲୁ ଏସ୍ପି। ଅନ୍ୟପଟେ ରାଜା ଚକ୍ରକୁ ୩ ଦିନ ପାଇଁ ରିମାଣ୍ଡରେ ନେବ ଇଓଡବଲୁ। ଏନେଇ ଓପିଆଇଡି ଅଦାଲତ ପକ୍ଷରୁ ଅନୁମତି ମିଳିଛି । ଗୁରୁବାରଠାରୁ ସେ ଇଓଡବ୍ଲୁ ତତ୍ତ୍ୱାବଧାନରେ ରହିବେ। 

କଡ଼ା ସୁରକ୍ଷା ବଳୟ ଭିତରେ ରାଜାଙ୍କୁ ବୁଧବାର ସକାଳେ ବାଲେଶ୍ୱରସ୍ଥିତ ଓପିଆଇଡିର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ରାଜାଙ୍କ ଓକିଲ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ ତାଙ୍କ ପାଇଁ ବେଲ୍‌ ପିଟିସନ ଆବେଦନ କରିଥିଲେ । ମାତ୍ର ତା’ର ଶୁଣାଣି ହୋଇ ନ ଥିଲା । ସରକାରଙ୍କ ପକ୍ଷରୁ ରାଜାଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଦରଖାସ୍ତ ଦିଆଯାଇଥିଲା । ଅଦାଲତ ପକ୍ଷରୁ ତିନି ଦିନ ଅନୁମତି ମିଳିଥିଲା । ରାଜାଙ୍କୁ ପଚରାଉଚରା ବେଳେ ଉପସ୍ଥିତ ରହିବା ପାଇଁ ତାଙ୍କ ଓକିଲ ଆବେଦନ କରିଥିଲେ । ତାହାକୁ ଅଦାଲତ ମଞ୍ଜୁର କରିଛନ୍ତି । ରାଜାଙ୍କ ବ୍ୟତୀତ ଉକ୍ତ ମାମଲାରେ ଗିରଫ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍‌ ଟ୍ରାନ୍ସପୋର୍ଟିଂ କୋ- ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ପୂର୍ବରୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ଏହି ମାମଲା ପରିଚାଳନା କରୁଛନ୍ତି । ସେପଟେ ରାଜା ଚକ୍ରଙ୍କ ୭ଟି ଠିକଣା ଉପରେ ଚଢାଉ କରିଛି ଆୟକର ବିଭାଗ । କେନ୍ଦୁଝର ଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି।

ଏହି ଖବରଟିକୁ ପଢନ୍ତୁ-କଂସାରେ କଂସାଏ ପଖାଳ.. ତୋରାଣି ମୁନ୍ଦେ ପିଇଦେଲେ ଓଡ଼ିଆଙ୍କ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.