ଭୁବନେଶ୍ୱର,୧୪/ ୦୬: ଗଣପର୍ବ ରଜକୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ରବିବାର 'ପହିଲି ରଜ'। ଅର୍ଥାତ୍ ଖାଦ୍ୟ ପ୍ରିୟ ଓଡ଼ିଆଙ୍କ ପାଇଁ ଏହା ଏକ ଖୁସିର ଦିନ । ସେଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ମଟନ ଚିକେନ ମାଛ ଦୋକାନରେ ଲମ୍ବା ଲାଇନ୍ । ରାଜଧାନୀର ୪ ନମ୍ୱର୍ ଆମିଷ ମାର୍କେଟରେ ଦେଖିବାକୁ ମିଳିଛି ଗହଳି ।

ଶନିବାର ରାତିରେ ୩୦ରୁ ୩୫ଖାସି ଗାଡି ବିଭିନ୍ନ ଗୋଦାମକୁ ପଠାଯାଇଛି । ସେଠାରୁ ସକାଳୁ ସକାଳୁ ବଜାରକୁ ନିଆଯିବ । ଏଥରକ ଟିକେ ଆମିଷ ବେପାର ଗଣିତ ଏପଟ ସେପଟ ହେବ । କାରଣ ପଶ୍ଚିମବଙ୍ଗରୁ ଖାସି ଆସୁନଥିବାରୁ ଅଧିକ ଡିମାଣ୍ଡରେ ଦେଶୀ ଖାସି ରହିବ । ତେଣୁ ଦର ବଢ଼ିବ । ପୂର୍ବରୁ ୭୦୦ଟଙ୍କାରେ ଖାସି କିଲେ ମିଳୁଥିବା ବେଳେ ଏବେ ୮୦୦ରୁ ୮୫୦ଟଙ୍କାରେ ବେପାର ହେବ ।

ଅଧିକ ପଢ଼ନ୍ତୁ :- Raja 2026: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସ କରିବା ମଉଜ.....​​​​​​​

ଆଜି କୋଲାକାତା ସମେତ ବାରିପଦା, ଦଶପଲ୍ଲା, ମୟୂରଭଂଜ, ଜସିପୁରରୁ ଖାସି ଆସିଛି । ରାଜଧାନୀ ଉପକଣ୍ଠ ଅଞ୍ଚଳରୁ କିଛି ଦେଶୀ ଆସିଛନ୍ତି । ଖାସି ସହ ମାଛ ଓ ଚିକେନ, ଅଣ୍ଡା ବି ଆସିଛି । ସେହି ହିସାବରେ ୬ରୁ ୭ କୋଟି ଟଙ୍କାର ବେପାର ଟାର୍ଗେଟ ରଖାଯାଇଛି । ଅପରପକ୍ଷେ, ରଜ ବେଳେ ଅଣ୍ଡା ଦର ବଢ଼ିଛି । ପୂର୍ବରୁ ୬ ଓ ପରେ ୭ଟଙ୍କାରେ ଅଣ୍ଡା ବିକ୍ରି ହେଉଥିବା ବେଳେ ଆଜି ଆଉ ଟଙ୍କାଏ ବଢ଼ି ୮ରେ ପହଞ୍ଚିଛି । ପେଟି ପିଛା ୧୫୦ଟଙ୍କା ବୃଦ୍ଧିପାଇଛି । ଯେଉଁ ଅଣ୍ଡା ପେଟି ୧୩ଶହ ଟଙ୍କାରେ ମିଳୁଥିଲା ତାହା ଏବେ ୧୪୫୦ରେ ପହଞ୍ଚିଛି ।