ପ୍ରମୂଖ ଖବର
  • ଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌, ଅନେକ ସହରକୁ ମିସାଇଲ ମାଡ଼
  • ||
  • ପହଲଗାମ ଆକ୍ରମଣରେ ଏନ୍‌ଆଇଏକୁ ସଫଳତା, ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ
  • ||
  • ବଲାଙ୍ଗୀର : ଜମିବାଡ଼ି ବିବାଦ ନା ଗୁଣି ଗାରେଡ଼ିରୁ ହତ୍ୟା? ଖୁଜେନ ଗାଁରେ ଗଡ଼ିଲା ମୁଣ୍ଡ
  • ||
  • ବିଜାପୁରରେ ମାଓ ହିଂସା, ପୁଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା
  • ||
  • ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ
  • ||
  • ଜଗତସିଂହପୁର : ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ଗଞ୍ଜାମ : ମଥୁରା କେଦାରେଶ୍ୱର ମନ୍ଦିରରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ରଥଯାତ୍ରା ଆଉ ୫ ଦିନ, ଆଜି ଚୂଡ଼ାନ୍ତ ସମନ୍ୱୟ ବୈଠକ, ରାସ୍ତାଘାଟ ଓ ପରିମଳକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ଦାରୁବ୍ରହ୍ମ ସୁସ୍ଥ ,ଶ୍ରୀମନ୍ଦିରରେ ଶୁଭିଲା ଘଣ୍ଟ, ଘଣ୍ଟି ଓ କାହାଳୀ ଧ୍ୱନି: ଆଜି ରାଜପ୍ରସାଦକୁ ଯିବ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର

Published By : Prameya | June 22, 2025 9:27 AM

ପୁରୀ,୨୨/୦୬: ଶ୍ରୀମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ଅଣସର  ଉପଚାର । ୧୧ ଦିନର ନିରବଚ୍ଛିନ୍ନ ସେବା  ପରେ । ଶନିବାର ଖଳିଲାଗି ଏକାଦଶୀରେ ଏଭଳି ଶୁଭ ସୂଚନା ମିଳିଛି ଶ୍ରୀମନ୍ଦିରରୁ । ଦଶମୂଳ ମହୌଷଧି  ଅର୍ପଣ ପରେ ମହାପ୍ରଭୁ ପୂରା ସୁସ୍ଥ । ଆଜି ଦ୍ୱାଦଶୀ ତିଥିରେ ଅନବସରରେ ବିଜେ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଶ୍ରୀନହରରେ ପହଞ୍ଚିବ । ଘଣ୍ଟ, ଛତା ଓ କାହାଳିର  ପଟୁଆରରେ ଶ୍ରୀମନ୍ଦିରରୁ ସେବକମାନେ ଯାଇ ଶ୍ରୀନହରରେ  ପହଞ୍ଚିବେ । ହାତରେ ଥିବ ରୂପା ଥାଳି । ସେଥିରେ ଶ୍ରୀଅଙ୍ଗ ଚନ୍ଦନ,  କରାଳ ଓ ପାଟଡ଼ୋର ନେଇ ଶ୍ରୀନହରକୁ ଯାତ୍ରା କରିବେ। ଗଜପତି  ମହାରାଜ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ପାଇ ଆଶ୍ୱସ୍ଥ ହେବେ । ଶ୍ରୀମନ୍ଦିରରେ ଏହା ହେଉଛି ରାଜପ୍ରସାଦ ବିଜେ ବିଧି ନୀତି ।

ଶନିବାର ଦଶମୂଳ ମହୌଷଧି  ଅର୍ପଣ ପରେ ମହାପ୍ରଭୁ ପୂରା ସୁସ୍ଥ । ଏଣୁ ଆଗଭଳି କୋଳାହଳମୟ ହୋଇଛି  ବଡ଼ଦେଉଳ । ଶୁକ୍ଳବସ୍ତ୍ର ଛାଡ଼ି ଠାକୁରେ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରିଛନ୍ତି । ଚନ୍ଦ୍ରିକା,  ବାରଲାଗି ଖଣ୍ଡୁଆ, ରଙ୍ଗିନ ସୁବାସିତ  ପୁଷ୍ପାଦିରେ ବିଭୂଷିତ ହୋଇ ଅଣସରରେ ପ୍ରଥମ ଥର ତୁଳସୀ ଲାଗି ହୋଇଛନ୍ତି ।  ଶ୍ରୀବିଗ୍ରହ ଓ ଦଶଠାକୁରଙ୍କଠାରେ ଚନ୍ଦନଲାଗି  ନୀତି ଅନୁଷ୍ଠିତ ହୋଇଛି । ଚନ୍ଦନ ସର୍ବାଙ୍ଗ  ସମୟରେ ଘଣ୍ଟ ସହ ବାଜିଛି ବିଜେ କାହାଳୀ ।  

ଶୁକ୍ରବାର ରାତିରେ ମହାପ୍ରଭୁଙ୍କ ପହୁଡ଼  ନୀତି ଅନୁଷ୍ଠିତ ହୋଇ ନଥିଲା । ଶନିବାର ଖଳି  ଲାଗି ଏକାଦଶୀରେ ମଙ୍ଗଳ ଆଳତିରୁ ଶ୍ରୀମନ୍ଦିର ନୀତି ହୋଇଥିଲା । ଯଥାବିଧି ନୀତି ପରେ ଖଳିଲାଗି ସମୟ ଆସିଥିଲା । ଚନ୍ଦନ, କର୍ପୂର,  କସ୍ତୁରୀ ଓ କେଶର ଆଦି ସୁଗନ୍ଧିତ ଦ୍ରବ୍ୟକୁ ମିଶାଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା ।  ପତିମହାପାତ୍ରେ ଚନ୍ଦନ ସଂସ୍କାର କରିବା ପ୍ରଚଳିତ  ବିଧି ଅନୁଯାଇ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ  ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ।  ମହାପ୍ରଭୁଙ୍କ ଖଳି ଲାଗି ସହ ଦଶବଅତାର  ଦିଅଁ ଓ ଶ୍ରୀବିଗ୍ରହଙ୍କ ଏକତ୍ର ସର୍ବାଙ୍ଗ ବଢ଼ିଥିଲା।  ଅଣସର ସମୟରେ ଠାକୁରେ ଅସୁସ୍ଥ ଥାଆନ୍ତି ।  ଏଣୁ ଶ୍ରୀମନ୍ଦିରରେ ଉଚ୍ଚ ଶଦ୍ଦ ମନା ଥାଏ । ଘଣ୍ଟ,  ଘଣ୍ଟି ତଥା କାହାଳୀ ଧ୍ୱନି ବାରଣ ରହିଥିଲା । ଚନ୍ଦନଲାଗି ସର୍ବାଙ୍ଗ ସମୟରେ ପ୍ରଥମ  କରି ଘଣ୍ଟ ବାଜିଛି । ପୁଣି ବାଜିଛି ବିଜେ କାହାଳୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.